Advertisment

ରାହୁଲ ଓ ସୋନିଆଙ୍କ ୟଙ୍ଗ ଇଣ୍ଡିଆକୁ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଦେଇଥିଲେ କଂଗ୍ରେସ ନେତା, ଏଥିପାଇଁ ଥିଲା ସ୍ୱତନ୍ତ୍ର ନିର୍ଦ୍ଦେଶ

ଯେଉଁ ଭଳି ଢଙ୍ଗରେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ପାଇଁ ତେଲଙ୍ଗାନାର କଂଗ୍ରେସ ନେତାଙ୍କଠାରୁ ଚାନ୍ଦା ଆଦାୟ କରାଯାଇଥିଲା, ଠିକ୍ ସେହି ଉପାୟକୁ ପଞ୍ଜାବ ଓ କର୍ଣ୍ଣାଟକାରେ ମଧ୍ୟ ଉପଯୋଗ କରାଯାଇଥିଲା ବୋଲି ଇଡିର ତଦନ୍ତ କହିଛି।

Sonia Gandhi & Rahul Gandhi

Sonia Gandhi & Rahul Gandhi

Advertisment

ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ କଂପାନୀ ‘ୟଙ୍ଗ ଇଣ୍ଡିଆ ଲିମିଟେଡ’କୁ ବଡ଼ ଆକାରରେ ଚାନ୍ଦା ଦେବାକୁ କଂଗ୍ରେସ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଅଭିଯୋଗ କରିଛି। ଏହା ସହିତ ଏହାର ଲିଙ୍କ୍‌ ନ୍ୟାଶନାଲ ହେରାଲ୍ଡ ମାମଲା ସହିତ ରହିଛି ବୋଲି ଇଡି କହିଛି।

Advertisment

ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଛି ଯେ ଦେଶର ବିଭିନ୍ନ ରାଜ୍ୟର ଅନେକ କଂଗ୍ରେସ ନେତା ‘ୟଙ୍ଗ ଇଣ୍ଡିଆ ଲିମିଟେଡ୍‌’କୁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି। ଏହା ଏବେ ତଦନ୍ତ ପରିସରଭୁକ୍ତ ରହିଛି। କାରଣ ଏହା ଏକ ସୁଚିନ୍ତିତ ଆର୍ଥିକ ଆବରଣ ଥିଲା।

ଇଡି ତା’ର ଚାର୍ଜଶିଟ୍‌ରେ ଦାବି କରିଛି ଯେ ଚାନ୍ଦା ନାଁରେ ୟଙ୍ଗ ଇଣ୍ଡିଆକୁ ଯେଉଁ ପାଣ୍ଠି ଟ୍ରାନ୍ସଫର କରାଯାଇଛି, ତା’ର ସିଧାସଳଖ ଫାଇଦା ପାଇଛନ୍ତି ରହୁଲ ଓ ସୋନିଆ ଗାନ୍ଧୀ।

Advertisment

ଇଡିର କହିବା ଅନୁସାରେ ‘ନ୍ୟାଶନାଲ ହେରାଲ୍ଡ’ ଖବର କାଗଜ ପ୍ରକାଶ କରୁଥିବା ଆସୋସିଏଟେଡ୍ ଜର୍ଣ୍ଣାଲ୍‌ସ ଏଲ୍‌ଟିଡିଠାରୁ ୟଙ୍ଗ ଇଣ୍ଡିଆ ଲିମିଟେଡ୍‌ ୨୦୦୦ କୋଟି ଟଙ୍କାର ସଂପତ୍ତି ଆହରଣ କରିଛି, ତାହା ପୁଣି ମାତ୍ର ୫୦ ଲକ୍ଷ ଟଙ୍କା ବ୍ୟୟରେ। ଏହି ଦେଣନେଣରେ ଅନିୟମିତତା ହୋଇଥିବା ଓ ମନି ଲଣ୍ଡରିଂ ହୋଇଥିବା ଅଭିଯୋଗ ହୋଇଛି।

ଯେଉଁ ସବୁ କଂଗ୍ରେସ ନେତାମାନେ ‘ୟଙ୍ଗ ଇଣ୍ଡିଆ ଲିମିଟେଡ୍‌’କୁ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି, ସେମାନଙ୍କ ମଧ୍ୟରେ ତେଲଙ୍ଗାନାର ୪ ଜଣ ଅଛନ୍ତି। ସେମାନେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ତତ୍‌କାଳୀନ ବିଧାୟକ ରେବନ୍ଥ ରେଡ୍ଡୀଙ୍କ ନିର୍ଦ୍ଦେଶରେ ଏହି ଚାନ୍ଦା ଦେଇଥିଲେ। ଏହି ୪ ନେତା ୨୦୨୨ରେ ୟଙ୍ଗ ଇଣ୍ଡିଆ ଲିମିଟେଡ୍‌କୁ ୮୦ ଲକ୍ଷ ଟଙ୍କା ଦେଇଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ଜି. ଅନୀଲ କୁମାର। ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ। ସେ ଜୁଲାଇ ୨୦୨୨ରେ ୨୦ ଲକ୍ଷ ଟଙ୍କା ଚାନ୍ଦା ଦେଇଥିଲେ। ପୂର୍ବତନ ବିଧାୟକ ଅଲୀ ଶବ୍ବୀର ୨୦ ଲକ୍ଷ ଟଙ୍କା ଦେଇଥିଲେ। ତତ୍‌କାଳୀନ ତେଲଙ୍ଗାନା କଂଗ୍ରେସ କୋଷାଧ୍ୟକ୍ଷ ପି ସୁଦର୍ଶନ ୧୫ ଲକ୍ଷ ଟଙ୍କା ଦେଇଥିଲେ। ସବୁଠୁ ଅଧିକ ଦେଇଥିଲେ ତେଲଙ୍ଗାନା କଂଗ୍ରେସର ତତ୍‌କାଳୀନ କାର୍ଯ୍ୟକାରୀ ସଭାପତି। ସେ ୨୫ ଲକ୍ଷ ଟଙ୍କା ୟଙ୍ଗ ଇଣ୍ଡିଆ ଲିମିଟେଡକୁ ଦେଇଥିଲେ।

ପଞ୍ଜାବ ଓ କର୍ଣ୍ଣାଟକାରୁ ବି ଆସିଥିଲା ଟଙ୍କା

ଯେଉଁ ଭଳି ଢଙ୍ଗରେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ପାଇଁ ତେଲଙ୍ଗାନାର କଂଗ୍ରେସ ନେତାଙ୍କଠାରୁ ଚାନ୍ଦା ଆଦାୟ କରାଯାଇଥିଲା, ଠିକ୍ ସେହି ଉପାୟକୁ ପଞ୍ଜାବ ଓ କର୍ଣ୍ଣାଟକାରେ ମଧ୍ୟ ଉପଯୋଗ କରାଯାଇଥିଲା ବୋଲି ଇଡିର ତଦନ୍ତ କହିଛି।

ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକାର କଂଗ୍ରେସ ସଭାପତି ଡିକେ ଶିବକୁମାର ଓ ତାଙ୍କ ସାଂସଦ ଭାଇ ଡିକେ ସୁରେଶଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଚାନ୍ଦା ଦେବାକୁ ୨୦୨୨ ଏପ୍ରିଲ ମାସରେ ବରିଷ୍ଠ କଂଗ୍ରେସ ନେତା ପବନ ବଂଶଲ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ରହିଛି। ସେହି ମାସରେ ଶିବ କୁମାର ଜଡ଼ିତ ଥିବା ‘ନ୍ୟାଶନାଲ ଏଜୁକେଶନ ଟ୍ରଷ୍ଟ୍‌’ ୟଙ୍ଗ ଇଣ୍ଡିଆ ଲିମିଟେଡକୁ ୨ କୋଟି ଟଙ୍କା ଦାନ କରିଥିଲା।

ପଞ୍ଜାବରେ ଅମିତ ବିଜ୍ ‘ୟଙ୍ଗ ଇଣ୍ଡିଆ ଲିମିଟେଡ୍‌’କୁ ୩.୩୦ କୋଟି ଟଙ୍କା ଦେଇଛନ୍ତି। ସେ ତିନି ଥରରେ ଏହି ଟଙ୍କା ଦେଇଥିଲେ।

ଇଡି କହୁଛି ଯେ ଏହି କଂଗ୍ରେସ ନେତାମାନେ ସ୍ୱଇଚ୍ଛାରେ ଏହି ଚାନ୍ଦା ଦେଇ ନାହାନ୍ତି। ଏଥିପାଇଁ ସେମାନଙ୍କୁ ଯୋଜନାବଦ୍ଧ ଭାବେ ନିର୍ଦ୍ଦେଶ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଇଡି ଏବେ ଏହା ଜାଣିବାକୁ ପ୍ରୟାସ କରୁଛି ଏହି ସବୁ ଦେଣନେଣଗୁଡ଼ିକ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)ର ବିରୋଧାଚରଣ କରୁଛି ନା ନାହିଁ। ଆଗାମୀ ଦିନରେ ଏ ସଂପର୍କରେ ଅଧିକ ଜାଣିବା ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରିବାକୁ ସମନ ଜାରି କରିପାରେ।

Congress Rahul Gandhi Sonia Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe