କର୍ଣ୍ଣାଟକାରେ କିଏ ହେବ ମୁଖ୍ୟମନ୍ତ୍ରୀ ? ସ୍ଥିର କରିବେ ଖଡଗେ

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖରଗେଙ୍କୁ କଂଗ୍ରେସ ବିଧାୟକ ଦଳର ପରବର୍ତ୍ତି ନେତା ଭାବେ କ୍ଷମତା ଦିଆଯାଇଛି। ସେ ଯାହାକୁ ଚାହିଁବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରିବେ। 

Congress president Mallikarjun Kharge will decide who will be Karnataka CM. Names of DK Shivakumar a PhotoOR

ଖଡଗେଙ୍କ ସହ ଦୁଇ ସିଏମ୍‌ ଆଶାୟୀ ନେତା

Niranjan Mishra
  • Published: Sunday, 14 May 2023
  • Updated: 14 May 2023, 10:50 PM IST

କର୍ଣ୍ଣାଟକାରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଏହା ସ୍ଥିର କରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଆଜି ବେଙ୍ଗଲୁରୁରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବା ସଂକଳ୍ପପତ୍ର ଅନୁମୋଦନ ହୋଇଛି। ଯେଉଁଥିରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖରଗେଙ୍କୁ କଂଗ୍ରେସ ବିଧାୟକ ଦଳର ପରବର୍ତ୍ତି ନେତା ଚୟନ କରିବାର କ୍ଷମତା ଦିଆଯାଇଛି। ସେ ଯାହାକୁ ଚାହିଁବେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କରିବେ। ବେଙ୍ଗଲୁରୁରେ ବସିଥିବା ବୈଠକ ଶେଷରେ ଏକ ଲାଇନ୍‌ ବିଶିଷ୍ଟ ଏହି ସଂଙ୍କଳ୍ପପତ୍ର ପଢ଼ା ଯାଇଛି।

ବୈଠକରେ କର୍ଣ୍ଣାଟକା ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର କିମ୍ବା ବରିଷ୍ଠ ନେତା ସିଦ୍ଦରମୈୟାଙ୍କ ଭିତରୁ କାହାକୁ ଏଠାରେ ମୁଖ୍ୟମନ୍ତ୍ରୀ ସିଟ୍‌ରେ ବସାଯିବ ସେନେଇ ଆଲୋଚନା ହୋଇଥିଲା। ଖବର ମୁତାବକ ସୋମବାର ସକାଳୁ ଦୁହେଁ ଦିଲ୍ଲୀ ଯିବେ।

Also Read

ସେପଟେ ଖଡଗେଙ୍କ ଦ୍ୱାରା ନିଯୁକ୍ତ ତିନିଜଣିଆ ଅବଜରର୍ଭର ସୁଶୀଲ କୁମାର ସିନ୍ଧେ, ଜିତେନ୍ଦ୍ର କୁମାର ସିଂହ ଓ ଦୀପକ ବାବରିଆ ବିଧାୟକମାନଙ୍କ ମତ ନେଉଥିବା ଜଣାପଡ଼ିଛି।

କଂଗ୍ରେସ ନେତା ରନ୍ଦିପ ସିଂହ ସୁରଜୀୱାଲା କହିଛନ୍ତି, ଅବଜରର୍ଭରମାନେ ପ୍ରତ୍ୟେକ ବିଧାୟକଙ୍କ ମତାମତ ନେବେ ଓ ଏହାର ରିପୋର୍ଟ ଖଡଗେଙ୍କୁ ଦିଲ୍ଲୀରେ ଦେବେ। ଏହା ବିଚାର କରି ଖଡଗେ ଶେଷ ନିଷ୍ପତ୍ତି ନେବେ। ଶେଷ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ପଦରେ ଯିଏ ବସିବ ସିଏ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କୁ ଦେଖା କରିବ।

ସେପଟେ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିରେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଥାଉକି, କର୍ଣ୍ଣାଟକାରେ ବଡ ବିଜୟ ସହ କଂଗ୍ରେସ କ୍ଷମତାକୁ ଫେରିଛି। ଏବେ ଏଠାରେ ଦଳ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ପର୍ଯ୍ୟାଲୋଚନା ଚାଲିଥିବା ବେଳେ ବେଙ୍ଗଲୁରର ସାଙ୍ଗରୀ ଲା’ ହୋଟେଲରେ ଦଳୀୟ ନେତାଙ୍କ ବୈଠକ ବସିଥିଲା। ଡିକେ ଶିବକୁମାର ଓ ସିଦ୍ଦରମୈୟା ସମର୍ଥକ ଭିନ୍ନଭିନ୍ନ ପଟୁଆରରେ ଜୟଜୟକାର କରି ଆସିଥିବା ଦେଖିବାକୁ ମିଳିଥିଲା।

କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସ ରେକର୍ଡ ବିଜୟ ହାସଲ କରିଛି। ଦଳ ୧୩୫ଟି ବିଧାନସଭା ଆସନରେ ବାଜିମାତ କରି ସରକାର ଗଠନ କରିବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story