Advertisment

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା

ପୁଲିସ୍‌ କହିଛି ଯେ ଜନପ୍ରତିନିଧି ଆଇନ ଓ ଆଇପିସିର ଧାରା ୫୦୫(୨) ଅନୁଯାୟୀ ଗୋଟିଏ ମାମଲା ରୁଜୁ ହୋଇଛି।

JP Nadda

JP Nadda

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦଳର ଆଇଟି ମୁଖ୍ୟ ଅମିତ ମାଲବ୍ୟ ଓ କର୍ଣ୍ଣାଟକା ବିଜପି ମୁଖ୍ୟ ବିଓାଇ ବିଜୟେନ୍ଦ୍ରଙ୍କ ବିରୋଧରେ ଏଫଆଇଆର ଦେଇଛି କଂଗ୍ରେସ। ଏସ୍‌ସି ଓ ଏସ୍‌ଟି ସଂପ୍ରଦାୟର ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ ଏମାନେ ଡରାଉଥିବାରୁ କଂଗ୍ରେସ ଏପରି ପଦକ୍ଷେପ ନେଇଛି। କଂଗ୍ରେସର ଏଫଆଇଆର ପରେ ପୁଲିସ୍‌ ମାମଲା ରୁଜୁ କରିଛି।

Advertisment

ପୁଲିସ୍‌ କହିଛି ଯେ ଜନପ୍ରତିନିଧି ଆଇନ ଓ ଆଇପିସିର ଧାରା ୫୦୫(୨) ଅନୁଯାୟୀ ଗୋଟିଏ ମାମଲା ରୁଜୁ ହୋଇଛି। ନିଜର ଅଭିଯୋଗରେ କର୍ଣ୍ଣାଟକା କଂଗ୍ରେସ ପକ୍ଷରୁ ଗୋଟିଏ ଭିଡିଓର ଉଦାହରଣ ଦିଆଯାଇଛି। ଉକ୍ତ ଭିଡିଓକୁ କର୍ଣ୍ଣାଟକା ବିଜେପି ପକ୍ଷରୁ ତା’ର ଅଫିସିଆଲ ଏକ୍ସ ଆକାଉଣ୍ଟରେ ଅପଲୋଡ କରାଯାଇଥିଲା।

ନଡ୍ଡା, ବିଜୟେନ୍ଦ୍ର ଓ କର୍ଣ୍ଣାଟକା ବିଜେପିର ସୋଶାଲ ମିଡିଆ ଇନ ଚାର୍ଜଙ୍କ ନିର୍ଦ୍ଦେଶରେ ଏହି ଆକାଉଣ୍ଟକୁ ଅମିତ ମାଲବ୍ୟ ପରିଚାଳନା କରନ୍ତି। ମେ’ ୪ ତାରିଖରେ ଏହାକୁ ଅପଲୋଡ କରାଯାଇଥିଲା। ଉକ୍ତ ଭିଡିଓରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଆନିମେଟେଡ୍‌ ଭିଡିଓ ରହିଛି। ଏଥିରେ ଏସ୍‌ସି, ଏସ୍‌ଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ଗୋଟିଏ ବସାରେ ଅଣ୍ଡା ଭାବେ ଚିତ୍ରିତ କରାଯାଇଛି।

Advertisment

ଉକ୍ତ ବସାରେ ରାହୁଲ ଗାନ୍ଧି ମୁସଲିମ ଲେଖାଯାଇଥିବା ଗୋଟିଏ ବଡ଼ ଅଣ୍ଡାକୁ ରଖୁଛନ୍ତି। ରାହୁଲ ଗାନ୍ଧି ମୁସଲିମ ଲେଖାଥିବା ଅଣ୍ଡାରୁ ବାହାରିଥିବା ପକ୍ଷୀକୁ ଫଣ୍ଡ ଖୁଆଉଥିବା ବେଳେ ଅନ୍ୟ ସଂପ୍ରଦାୟର ଲୋକ କେବଳ ଭକୁଆ ଭଳି ଚାହିଁ ରହିଛନ୍ତି।

ଶେଷରେ ମୁସିଲମ ଅଣ୍ଡାରୁ ଫୁଟିଥିବା ଛୁଆ ପରେ ଅନ୍ୟ ଏସ୍‌ସି,ଏସଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ଗୋଇଠା ମାରି ବସାରୁ ବିଦା କରି ଦେଉଥିବା ଭିଡିଓରେ ଦୃଶ୍ୟ ରହିଛି।

ଏପରି ଭିଡିଓ ପୋଷ୍ଟ କରି ଅଭିଯୁକ୍ତମାନେ ସମାନଜରେ ବିଦ୍ୱେଷ ଓ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିସହ କର୍ଣ୍ଣାଟକା ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏସମ୍ପର୍କରେ ଅବଗତ କରାଇଛି।

Bjp Karnataka Jp Nadda Amit Malviya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe