Advertisment

କଂଗ୍ରେସକୁ ପୁଣି ଝଟ୍‌କା, ନାମାଙ୍କନ ପତ୍ର ଫେରାଇ ଆଣି ବିଜେପିରେ ମିଶିଲେ ପ୍ରାର୍ଥୀ

ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ଥିବା ଅକ୍ଷୟ କାନ୍ତୀ ବମ୍‌ ନିଜ ନାମାଙ୍କନ ପତ୍ର ଫେରାଇ ଆଣିଛନ୍ତି।

akshay-kanti-withdraws-nomination

akshay-kanti-withdraws-nomination

Advertisment

କଂଗ୍ରେସକୁ ପୁଣି ଝଟ୍‌କା। ନିର୍ବାଚନ ପୂର୍ବରୁ ନାମାଙ୍କପ ପତ୍ର ଫେରାଇ ଆଣିଲେ ପ୍ରାର୍ଥୀ। ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଲା ଗୁଜରାଟ ସୁରଟ ଘଟଣାର ପୁନରାବୃତ୍ତି। ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ଥିବା ଅକ୍ଷୟ କାନ୍ତୀ ବମ୍‌ ନିଜ ନାମାଙ୍କନ ପତ୍ର ଫେରାଇ ଆଣିଛନ୍ତି। କେବଳ ସେତିକି ନୁହେଁ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ ନେତା ଓ ମଧ୍ୟପ୍ରଦେଶ ସରକାରର କ୍ୟାବିନେଟ ମନ୍ତ୍ରୀ କୈଳାଶ ବିଜୟବର୍ଗିୟ ଏନେଇ ସୂଚନା ଦେଇଛନ୍ତି।

Advertisment
congress-lok-sabha-candidateବିଜେପିରେ ସାମିଲ ହୋଇଥିବା କଂଗ୍ରେସ ପ୍ରାର୍ଥୀଙ୍କ ସହ ସେଲ୍ଫି ନେଉଛନ୍ତି ମନ୍ତ୍ରୀ କୈଳାଶ ବିଜୟବର୍ଗିୟ।

ଅକ୍ଷୟ ବାମଙ୍କ ସହ ସେଲଫି ସେୟାର କରି କୈଳାଶ ବିଜୟବର୍ଗିଆ ସୋଶାଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ୱରେ ଇନ୍ଦୋର କଂଗ୍ରେସ ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତୀ ବିଜେପି ସାମିଲ ହୋଇଛନ୍ତି। ତାଙ୍କୁ ଦଳକୁ ସ୍ୱାଗତ କରାଯାଇଛି।

Advertisment

ଇନ୍ଦୋର ଲୋକସଭା ଆସନରେ ନିର୍ବାଚନ ପାଇଁ ମେ' ୨୫ ତାରିଖରେ ଅକ୍ଷୟ କାନ୍ତୀ ନାମାଙ୍କନ କରିଥିଲେ। ଏପ୍ରିଲ ୨୯ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା। ଏହା ପୂର୍ବରୁ ସେ ଜିଲ୍ଲାପାଳ ଅଫିସ ଯାଇ ନିଜ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ହାତ ଛାଡି ପଦ୍ମ ଧରିଛନ୍ତି।

କହିରଖୁ, ଆସନ୍ତା ମେ' ୧୩ ତାରିଖରେ ଇନ୍ଦୋର୍‌ରେ ଭୋଟ୍‌ ପଡିବ। ଗତ ୩୫ ବର୍ଷ ହେଲା ଇନ୍ଦୋର ଲୋକସଭା ଆସନ ଦଖଲ କରିବାକୁ ଅପେକ୍ଷା କରିଥିବା କଂଗ୍ରେସ ଏଥର ନୂଆ ଚେହାରାକୁ ସୁଯୋଗ ଦେଇଥିଲା। ଅକ୍ଷୟ ବମ୍‌କୁ ଦଳ ଟିକେଟ୍‌ ଦେଇଥିଲା। ସେ ବିଜେପିର ସାଂସଦ ଶଙ୍କର ଲାଲଓ୍ୱାନୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥାନ୍ତେ।

Congress Indore Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe