Advertisment

କାଲି ଯାଏଁ କୋଳାକୋଳି, ଆଜି ଆପ୍‌ ବିରୋଧରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

କଂଗ୍ରେସ ଆପ୍‌ ସରକାର ବିରୋଧରେ `ମଟ୍‌କା ଫୋଡ୍‌' ପ୍ରଦର୍ଶନ କରିଛି।

author-image
Madhupriya Mistry
congress-matka-phod-protest

congress-matka-phod-protest

କାଲି ଯାଏଁ ଏକାଠି ଥିଲେ। ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ କଂଗ୍ରେସ ଓ ଆମ ଆଦମୀ ପାର୍ଟି। ତେବେ ନିର୍ବାଚନ ସରୁ ସରୁ ଏବେ ପୁଣି ପରସ୍ପରର ହୋଇପଡିଛନ୍ତି ବିରୋଧୀ। ଲୋକସଭା ନିର୍ବାଚନରେ ପରାଜୟ ପରେ ବିଧାନସଭାରେ ଉଭୟ ଦଳ ଅଲଗା ଅଲଗା ହୋଇ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାରି ଭିତରେ ଦିଲ୍ଲୀ ଜଳ ସଙ୍କଟକୁ ନେଇ ଆପ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।

Advertisment

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ରାଜଧାନୀବାସୀ। ଏହାକୁ ନେଇ ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରେ କଂଗ୍ରେସ ଆପ୍‌ ସରକାର ବିରୋଧରେ `ମଟ୍‌କା ଫୋଡ୍‌' ପ୍ରଦର୍ଶନ କରିଛି। ପାଣିର ଅପଚୟ ଓ ଜଳ ସଙ୍କଟ ପାଇଁ କଂଗ୍ରେସ ସିଧାସଳଖ କେଜ୍ରିଓ୍ୱାଲ ସରକାରଙ୍କୁ ଦାୟୀ କରିଛି। ସେପଟେ ବିଜେପି ମଧ୍ୟ ଆପ୍‌ ସରକାର ବିରୋରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେଜ୍ରିଓ୍ୱାଲ ସରକାର ପାଣି ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଥିବା ପ୍ରମାଣିତ ହୋଇଛି ବୋଲି ବିଜେପି କହିଛି।

ଗତ କିଛି ଦିନ ହେବ ଦିଲ୍ଲୀରେ ପ୍ରବଳ ଗରମ ଓ ତାପମାତ୍ରା ଯେଉଁଭଳି ଭାବେ ବଢ଼ି ଚାଲିଛି ତାହା ଦିଲ୍ଲୀର ଅନେକ ଅଞ୍ଚଳରେ ଜଳ ଅଭାବକୁ ବଢ଼ାଇ ଦେଇଛି। ଏଥିପାଇଁ ଅନେକ ଅଞ୍ଚଳରେ ଟ୍ୟାଙ୍କର୍ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି। କିନ୍ତୁ ଟ୍ୟାଙ୍କର୍ ଠିକ୍ ସମୟରେ ପହଞ୍ଚୁ ନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment
Congress Protest AAP Delhi Water Crisis