Advertisment

କଂଗ୍ରେସର ଅର୍ଥ ଲୁଟ୍‌ର ଦୋକାନ, ମିଛର ବଜାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୋଦି କହିଛନ୍ତି, ପେପର ଲିକ୍‌ର ଏକ ଶିଳ୍ପ ଏଠାରେ ଖୋଲିଯାଇଛି। ୧୭ଟି ବଡ଼ ପରୀକ୍ଷାର ପେପର ଲିକ୍‌ ହୋଇଯାଇଛି। ପିଲାମାନଙ୍କ ଭବିଷ୍ୟତ ସହ ଖୁଲମଖୁଲା ଖେଳ ଚାଲିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Prime Minister Narendra Modi

Prime Minister Narendra Modi

କଂଗ୍ରେସର ଅର୍ଥ ଲୁଟ୍‌ର ଦୋକାନ, ମିଛର ବଜାର(ଲୁଟ୍‌ ବଜାର, ଝୁଟ୍‌କା ଦୁକାନ)। ଏହି ଦଳ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଉଛି ତାହା ସେଥିରେ ପ୍ରତିଫଳନ ହେଉଛି। ରାଜସ୍ଥାନର ଚାଷୀ ଏହି ମିଛର ସାମ୍ନା କରିଛି। ସରକାର ଗଠନର ୧୦ ଦିନ ଭିତରେ ଚାଷୀଙ୍କ ଋଣ ଛାଡ଼ କରିବାକୁ କଂଗ୍ରେସ କହିଥିଲା। ୧୦ ଦିନରୁ ୪ ବର୍ଷ ବିତିଲାଣି। ଏହି ପ୍ରତିଶ୍ରୁତି କେଉଁ ଆଡେ ଗଲା ତାହାର ପତ୍ତା ମିଳୁନି। ଆଜି ରାଜସ୍ଥାନରେ ବିକାନିର ଠାରେ ବିଶାଳ ସମାବେଶକୁ ସମ୍ୱୋଧନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Advertisment

ସେ ରାଜସ୍ଥାନରେ ବିଜେପି ସରକାର ଗଠନ ଆଶା ରଖି ଏବଂ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ରାଜସ୍ଥାନରେ ମୌସୁମୀ ସହ ଲୋକଙ୍କ ଭିତରେ ପରିବର୍ତ୍ତନ ହୋଇଛି। ଲୋକଙ୍କ ଭିତରେ ଉତ୍ସାହ ବଢ଼ିଛି ଏରଂ କଂଗ୍ରେସ ବିରୋଧରେ ଉତ୍ସାହ ମଧ୍ୟ ବଢ଼ିଛି। ଖୁବ୍‌ଶୀଘ୍ର ଏହା ରଙ୍ଗ ନେବ।

ଗତ ୯ ବର୍ଷ ଭିତରେ କେନ୍ଦ୍ର ସରକାର ଯେତେ ଯୋଜନା ଆସିଛି ଏହାର ଲାଭ ରାଜସ୍ଥାନ ଲୋକଙ୍କୁ ମିଳୁ ବୋଲି ପ୍ରୟାସ ରହିଛି। ହେଲେ ଏହା ହୋଇପାରୁନି। ଏଠାରେ ଓଲଟା ଫଳ ଦେଖିବାକୁ ମିଳୁଛି। ଦିଲ୍ଲୀରୁ ଆସୁଥିବା ଯୋଜନାକୁ ଜୟପୁରରେ ବସିଥିବା କଂଗ୍ରେସ ସରକାର ପଞ୍ଝା ମାରି ନେଇଯାଉଛି। କଂଗ୍ରେସକୁ ଲୋକଙ୍କ ସମସ୍ୟା ନେଇ କିଛି ନେଣଦେଣ ନାହିଁ।

Advertisment

ପ୍ରତି ଘରେ ପାଣି ପହଞ୍ଚାଇବା ଯୋଜନାରେ ରାଜସ୍ଥାନ ସରକାର ସଫଳତାର ଶୀର୍ଷରେ ରହିବା ବଦଳରେ ତଳେ ପଡ଼ିଛି। ଦେଶର ୧୩୦ ଜିଲ୍ଲାରେ ପ୍ରତି ଘରେ ପାଣି ପହଞ୍ଚିଛି, ହେଲେ ରାଜସ୍ଥାନର ଗୋଟିଏ ବି ଜିଲ୍ଲା ଏହି ତାଲିକାରେ ନାହିଁ। କେଉଁଥି ପାଇଁ ରାଜସ୍ଥାନର ଲୋକଙ୍କୁ ଏଠାର କଂଗ୍ରସ ସରକାର ଦଣ୍ଡ ଦେଉଛି? ଏଠାର ଲୋକଙ୍କ ଭୁଲ ଯୋଗୁ ନୁହେଁ, କଂଗ୍ରେସ ସରକାର ଯୋଗୁ ଏହା ହୋଇଛି। ୪ ବର୍ଷ ଧରି କଂଗ୍ରେସ ଏହି କ୍ଷତି କରିଛି। ଏଠାରେ କଂଗ୍ରେସ ଏଥିପାଇଁ ବାଏ ବାଏ ମୋଡ୍‌ରେ ଆସିଗଲେଣି। ଅନେକ ମନ୍ତ୍ରୀ ଓ ବିଧାୟକ ଏବେଠାରୁ ତାଙ୍କର ସରକାର ବଙ୍ଗଳା ଖାଲି କରି ଘରକୁ ପଳାଇଲେଣି। ନିଜର ହାରିବା ଜାଣିବା ପରେ କେବଳ କଂଗ୍ରେସ ନେତାମାନେ ଏପରି କରିପାରନ୍ତି। ଦୀପ ଲିଭିବା ପୂର୍ବରୁ ଜୋର ଜଳିବା ଭଳି କଂଗ୍ରେସର ସ୍ଥିତି ସୃଷ୍ଟି ହୋଇଛି।

ଚାଷୀଙ୍କ ସମସ୍ୟା ନେଇ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ରାଜସ୍ଥାନର ଚାଷୀଙ୍କ ନିକଟରେ ନରଦାର ପାଣି ପହଞ୍ଚାଇବାକୁ କେନ୍ଦ୍ର ସରକାର ଚେଷ୍ଟା କରିବା ବେଳେ କଂଗ୍ରେସ ରୋକିବାର ବହୁ ଚେଷ୍ଟା କରିଛି। ଚାଷୀଙ୍କୁ ସେମାନେ ଘୃଣା କରନ୍ତି। ସରକାର ସଚ୍ଚୋଟ ଓ ସ୍ଥିର ହେବା ଆବଶ୍ୟକ। ଲୋକଙ୍କ ଯୋଗୁ ଦେଶରେ ସ୍ଥିର ସରକାର ଥିବାରୁ ଦେଶର ଉନ୍ନତି ହେଉଛି। ଯେଉଁଠି ଡବଲ ଇଞ୍ଜିନ୍ ସରକାର ଅଛି ସେଠାରେ ରାଜ୍ୟମାନଙ୍କ ମଧ୍ୟ ଖୁବ୍ ବିକାଶ ହୋଇଛି।

ଯେଉଁଠି କଂଗ୍ରେସ ସରକାର ଅଛି ସେଠାରେ ଏହି ଦଳର ନେତାମାନେ ପରସ୍ପରର ଗୋଡ଼ ଟଣାଟଣିରେ ବ୍ୟସ୍ତ ଅଛନ୍ତି। ନିଜ ସ୍ୱାର୍ଥ ପୂରଣ କରିବା ପାଇଁ ପ୍ରତିଯୋଗିତାରେ ଲାଗି ପଡ଼ିଛନ୍ତି। କିଛି ବିଧାୟକଙ୍କୁ ଟ୍ରାନ୍ସଫର ଓ ପୋଷ୍ଟିଂର ଲୁଟ୍‌ର ଖୋଲା ଅନୁମତି ମିଳିଛି। ମନ୍ତ୍ରୀମାନେ ମଧ୍ୟ ଏଭଳି ଲୁଟ୍ କରିବାର ସୁଯୋଗ ପାଇବାକୁ ପରସ୍ପର ଭିତରେ ଲଢ଼େଇ କରୁଛନ୍ତି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତାଙ୍କ ପୁଅର ଭବିଷ୍ୟତ ବଞ୍ଚାଇବାକୁ ଚେଷ୍ଟାରେ ଅଛନ୍ତି। ତାଙ୍କୁ ରାଜସ୍ଥାନର ପିଲାମାନଙ୍କ ଭବିଷ୍ୟ ଦେଖାଯାଉନି। ଯାହାକୁ ନେଇ ଏହି ଦଳରେ କନ୍ଦଳ ଲାଗି ରହିଛି। ସେମାନେ ଲୋକଙ୍କ ଭଲ କେମିତି କରିବେ? ତାଙ୍କ ଠାରୁ ବିକାଶର ଅପେକ୍ଷା କରିବା ଆଶା ଭୁଲ। ଆଗକୁ ଜନତା ଦନାର୍ଦ୍ଦନ ଏହାର ଫଇସଲା କରିବେ।

ମୋଦି କହିଛନ୍ତି, ରାଜସ୍ଥାନରେ ଭ୍ରଷ୍ଟାଚାର, ଅପରାଧ, ତୃଷ୍ଟିକରଣ ରାଜନୀତି ଚାଲିଛି। ଭ୍ରଷ୍ଟାଚାରରେ ରାଜସ୍ଥାନ ୧ ନମ୍ବରରେ ଅଛି। ପେପର ଲିକ୍‌ର ଏକ ଶିଳ୍ପ ଏଠାରେ ଖୋଲିଯାଇଛି। ୧୭ଟି ବଡ଼ ପରୀକ୍ଷାର ପେପର ଲିକ୍‌ ଏହି ଠାରୁ ହିଁ ହୋଇଛି। ପିଲାମାନଙ୍କ ଭବିଷ୍ୟତ ସହ ଖୁଲମଖୁଲା ଖେଳ ଚାଲିଛି। ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଶିକ୍ଷାନୁଷ୍ଠାନକୁ ମଧ୍ୟ କଂଗ୍ରେସ ଛାଡ଼ୁନି। ରକ୍ଷକ ଏଠାରେ ଭକ୍ଷକ ସାଜିଛି। ଭୋଟ ବ୍ୟାଙ୍କ ରାଜନୀତି ପାଇଁ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆଯାଉନି। ଲୋକେ ଏହାକୁ କେବେବି ବରଦାସ୍ତ କରିବେନି।

କଂଗ୍ରେସ ଏଭଳି ଏକ ପାର୍ଟି ଯିଏକି ସରକାର ରହିଲା ବେଳେ ଖାଇଖାଇ ଦେଶକୁ ଖୋଳ କରି ଦେଇଛି। ସରକାରରୁ ବାହାରିବା ପରେ ଗାଳି ଦେଇଦେଇ ଦେଶର ନାଁକୁ ବଦ୍‌ନାମ କରୁଛନ୍ତି। ସେହି ଦଳର ନେତାମାନେ ବିଦେଶକୁ ଯାଇ ଦେଶ ବିରୋଧରେ ଗାଳି ଦେଉଛନ୍ତି। ଦେଶର ବିକାଶ ଏମାନେ ସହି ପାରୁନାହାନ୍ତି। ସେନାର ସଫଳତାକୁ ମଧ୍ୟ ଏହି ଦଳ ସହିପାରୁନି। ସେନା କର୍ମଚାରୀ ୱାନ୍‌ ରାଙ୍ଗ ୱାନ୍ ପେନସନ୍‌ ଲାଗୁ କରିବାକୁ ଦାବି କରୁଥିବା ବେଳେ କଂଗ୍ରେସ ଦୃଷ୍ଟି ଦେଉନଥିଲା, ହେଲେ ବିଜେପି ସରକାର ଏହାକୁ ଲାଗୁ କରାଇଛି। ଦେଶର ସୀମାବର୍ତ୍ତୀ ଜିଲ୍ଲାର ବିକାଶ କରିବାକୁ କଂଗ୍ରେସ ଦୃଷ୍ଟି ଦେଉ ନ ଥିଲା, ମାତ୍ର ବିଜେପି ଏହି ସୀମାବର୍ତ୍ତୀ ଜିଲ୍ଲାର ବିକାଶ କରିବାକୁ ଫୋକର୍ସ ଦେଇଛି ବୋଲି ମୋଦି କହିଛନ୍ତି।

ଏହି ସମାବେଶରେ ରାଜସ୍ଥାନର ବହୁ ବଡ଼ବଡ଼ ନେତାମାନେ ଉପସ୍ଥିତ ଥିଲେ। ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମୋଦିଙ୍କ ଏହା ଗତ ୯ ମାସ ଭିତରେ ସପ୍ତମ ଥର ପାଇଁ ରାଜସ୍ଥାନ ଗସ୍ତ।

Rajasthan PM Narendra Modi