Advertisment

କଂଗ୍ରେସ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଦେଲେ ସୁରକ୍ଷା କର୍ମୀ, ବିଜେପି କହିଲା -ଭିଭିଆଇପି କଲଚର

କଂଗ୍ରେସ ଏବେ ବି ନିଜକୁ ମାଲିକ ଭାବୁଥିବା ଅଭିଯୋଗ କରିଛି ବିଜେପି।

Congress

Congress

Advertisment

କର୍ଣ୍ଣାଟକାରେ ଦେଖିବାକୁ ମିଳିଛି ଭିଭିଆଇପି କଲଚର। ମନ୍ତ୍ରୀଙ୍କ ସେବକ ପାଲଟି ଯାଇଛନ୍ତି ତାଙ୍କ ସୁରକ୍ଷା କର୍ମୀ। ଏପରିକି ସମସ୍ତଙ୍କ ସମ୍ମୁଖରେ ଜଣେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇ ଦେଉଛନ୍ତି ତାଙ୍କ ସୁରକ୍ଷା କର୍ମୀ। ଏହା ଦେଖି କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । କେବଳ ସେତିକି ନୁହେଁ କଂଗ୍ରେସ ଏବେ ବି ନିଜକୁ ମାଲିକ ଭାବୁଥିବା ଅଭିଯୋଗ କରିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

କର୍ଣ୍ଣାଟକାର ସମାଜ କଲ୍ୟାଣ ମନ୍ତ୍ରୀ ଏଚ. ସି. ମହାଦେବପ୍ପାଙ୍କ ଏକ ଭିଡିଓ ଏବେ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି। ଉକ୍ତ ଭିଡିଓରେ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷା କର୍ମୀ ଜୋତା ପିନ୍ଧାଇ ଦେଉଥିବା ଦେଖିବାକୁ ମିଳୁଛି।

ମନ୍ତ୍ରୀ ଧାରବାଡ଼ରେ ଏକ ହଷ୍ଟେଲ ପରିଦର୍ଶନ କରିବାକୁ ଯାଇଥିଲେ। ସେଠାରେ ସେ ଜୋତା ଖୋଲି ହଷ୍ଟେଲର ରୋଷେଇ ଘର ବୁଲାବୁଲି କରିଥିଲେ। ସେଠାରୁ ଫେରିବା ବେଳେ ତାଙ୍କ ସୁରକ୍ଷା କର୍ମୀ ତାଙ୍କୁ ଜୋତା ପିନ୍ଧାଇ ଦେଇଥିଲେ।

Advertisment

ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ମହାଦେବପ୍ପାଙ୍କୁ ଟାର୍ଗେଟ କରିଛି। ଏନେଇ ଏକ ଟ୍ୱିଟ କରି ବିଜେପି କହିଛି, ଭିଭିଆଇ ସଂସ୍କୃତି ଅର୍ଥାତ କଂଗ୍ରେସ। ଏପରି ମାନସିକତା କେବଳ କଂଗ୍ରେସ ନିକଟରେ ଦେଖିବାକୁ ମିଳିଥାଏ। କଂଗ୍ରେସ ନେତା ସବୁବେଳେ ଜନତାଙ୍କୁ ଚାକର ଓ ନିଜକୁ ମାଲିକ ବୋଲି ଭାବିଥାନ୍ତି।

ଏହାର ଜବାବ ଦେବାକୁ ଯାଇ ମହାଦେବପ୍ପା ଟ୍ୱିଟ କରି ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ମୁଁ ସମସ୍ତଙ୍କୁ ସମ୍ମାନ ପ୍ରଦାନ କରେ। କାହାଦ୍ୱାରା ଜୋତା ପିନ୍ଧି ନିଜ ଶ୍ରେଷ୍ଠତା ପ୍ରତିପାଦନ କରିବା ମୋ’ ଲକ୍ଷ୍ୟ ନୁହେଁ। କିନ୍ତୁ ଆଣ୍ଠୁ ଅପରେସନ ହୋଇଥିବାରୁ ତଳକୁ ନଇଁବା ମୋ’ ପକ୍ଷେ ସମ୍ଭବ ହୋଇ ପାରୁନି। ତେଣୁ ମାନବିକତା ଦୃଷ୍ଟିକୋଣରୁ ମୋ’ ସହକର୍ମୀ ମୋତେ ଏହି ସେବା ଯୋଗାଇ ଦେଉଛନ୍ତି ବୋଲି ସେ ଟ୍ୱିଟ କରିଛନ୍ତି।

ବିଜେପିର ବରିଷ୍ଠ ବିଧାୟକ ବସନଗୌଡ଼ା ପାଟିଲ ମଧ୍ୟ ମନ୍ତ୍ରୀ ମହାଦେବପ୍ପାଙ୍କୁ ଅହଙ୍କାରୀ ବୋଲି କହିଛନ୍ତି।

Bjp Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe