Advertisment

ବିବାଦୀୟ ଟିପ୍ପଣୀ ପାଇଁ ବନ୍ଧା ହେଲେ କଂଗ୍ରେସ ବିଧାୟକ

ଆଜି ସକାଳୁ ତାଙ୍କୁ ଅନ୍ୟତମ ବିଧାୟକ ୱାଜେଦ ଅଲୀ ଚୌଧୁରୀଙ୍କ ଗୁହାଟୀ ସ୍ଥିତି ବାସଭବନରୁ ପୁଲିସ୍‌ ଗିରଫ କରିଛି। ଗିରଫ ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।

Congress

Congress

Advertisment

ଆସାମର କଂଗ୍ରେସ ବିଧାୟକ ଅଫତାବ ଉଦ୍ଦିନ ମୋଲ୍ଲାଙ୍କୁ ଆଜି ସକାଳୁ ସକାଳୁ ଗିରଫ କରିଛି ପୁଲିସ୍‌। ସେ ହିନ୍ଦୁ ସଂପ୍ରଦାୟ ଓ ପୂଜକଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ପୁଲିସ୍‌ ମାମଲା ରୁଜୁ କରିଥିଲା। 

Advertisment

ଏହାକୁ ଆଧାର କରି ଆଜି ସକାଳୁ ତାଙ୍କୁ ଅନ୍ୟତମ ବିଧାୟକ ୱାଜେଦ ଅଲୀ ଚୌଧୁରୀଙ୍କ ଗୁହାଟୀ ସ୍ଥିତି ବାସଭବନରୁ ପୁଲିସ୍‌ ଗିରଫ କରିଛି। ଗିରଫ ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ଅଫତାବ କହିଥିଲେ ଯେ “ଯେଉଁଠି ବି ହିନ୍ଦୁ ଅଛନ୍ତି, ସେଠାରେ ସବୁ ପ୍ରକାର ଭୁଲ କାମ ଚାଲିଛି। ମନ୍ଦିରର ପୂଜକ ଓ ନାମଘରର କେୟାର ଟେକରମାନେ ହେଉଛନ୍ତି ଦୁଷ୍କର୍ମକାରୀ।”

Advertisment

ନଭେମ୍ବର ୪ରେ ଗୋଲପଡ଼ା ଜିଲ୍ଲାରେ ଆୟୋଜିତ ଏକ ସର୍ବସାଧାରଣ ସଭାରେ ସେ ଏପରି ବୟାନ ଦେଇଥିଲେ। ଏଥିପାଇଁ ତାଙ୍କୁ ନଭେମ୍ବର ୫ରେ ଆସାମ କଂଗ୍ରେସ କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।

ସେହିପରି କିଛି ସଂଗଠନ ଦିସପୁର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫଆଇଆର ଦେଇଥିଲେ। ପୁଲିସ୍‌ ଏହି ଅଭିଯୋଗ ଆଧାରରେ ଅଫତାବଙ୍କ ବିରୋଧରେ ଆଇପିସିର ଧାରା ୨୯୬(ଏ), ୧୫୩ଏ(୧)(ବି) ଓ ୫୦୫(୨)ରେ ମାମଲା କରିଥିଲା।

ପୁଲିସ କହିଛି ଯେ ଗିରଫ କଂଗ୍ରେସ ନେତା ଜଣଙ୍କ ହେଲେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାର୍ଯ୍ୟରତ ବିଧାୟକ ଅଫତାବ ଉଦ୍ଦିନ ମୋଲ୍ଲା। ସେ ନିଜର ବୟାନ ମାଧ୍ୟମରେ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ସମାଜରେ ପ୍ରତିଷ୍ଠିତ ଭାଇଚାରାକୁ ସେ ଆଘାତ ଦେଇଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଇଛି।

Congress Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe