Advertisment

ଷ୍ଟାଡିୟମ ଗ୍ୟାଲେରିରୁ ଖସି ପଡ଼ିଲେ ବିଧାୟିକା, ଅବସ୍ଥା ଗୁରୁତର

ଗୁରୁତର ବିଧାୟିକାଜଣକ ହେଉଛନ୍ତି ଉମା ଥାମସ୍‌। ସେ କୋଚିସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମର ଗ୍ୟାଲେରିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

author-image
Niharika Rout
-congress-woman-ml

-congress-woman-ml

ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ କଂଗ୍ରେସ ବିଧାୟିକା। ମାତ୍ର ହଠାତ୍‌ ଘଟିଲା ଅଘଟଣ । ଷ୍ଟାଡିୟମ ଗ୍ୟାଲେରିରୁ ତଳକୁ ଖସି ପଡ଼ିଲେ ବିଧାୟିକାଜଣକ ।

Advertisment

ଏପରି ଏକ ଘଟଣା କେରଳରେ ଘଟିଛି। ଗୁରୁତର ବିଧାୟିକାଜଣକ ହେଉଛନ୍ତି ଉମା ଥାମସ୍‌। ସେ କୋଚିସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମର ଗ୍ୟାଲେରିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ଯୋଗୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଫଳରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ନିମନ୍ତେ ଏକ ସ୍ୱାସ୍ଥ୍ୟ ଟିମ୍‌ ଗଠନ କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।

ତେବେ ଏପରି ଅଘଟଣ କାହିଁକି ଘଟିଲା, ତାହା କାରଣ ଖୋଜିବାକୁ ଯାଞ୍ଚ ଆରମ୍ଭ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି। କୌଣସି ଅଧିକାରୀ ଦାୟିତ୍ୱରେ ଅବହେଳା କରିଥିବା ତଥ୍ୟ ସାମନାକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Advertisment

ଉମା ଥାମସ୍‌ କେରଳ ବିଧାନସଭାର ସଦସ୍ୟ ଅଛନ୍ତି। ସେ ଥ୍ରୀକ୍କାକାରା ସିଟ୍‌ରୁ ପ୍ରତିନିଧୀତ୍ୱ କରୁଛନ୍ତି। ସେ ୨୦୨୨ ମସିହା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ।

Accident Kerala Congress Mla