Advertisment

ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଘରେ ଚଢ଼ଉ: ମିଳିଲା ୫ କୋଟି ଟଙ୍କା, ୧୦୦ ବୋତଲ ମଦ ଓ ୩୦୦ ଗୁଳି

ମଦ ଓ ନଗଦ ଟଙ୍କା ବ୍ୟତୀତ ୩ଟି ସୁନା ବିସ୍କୁଟ ମଧ୍ୟ ଜବତ କରାଯାଇଛି। ଏହାର ଓଜନ ୪ରୁ ୫ କେଜି ହେବ।

Cash

Cash

Advertisment

ହରିଆଣାର ଜଣେ କଂଗ୍ରେସ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଘରେ ଇଡି କରୁଥିବା ରେଡ ବେଳେ ଆଖି ଟେରା ହୋଇଗଲା ଭଳି ଜିନିଷ ମିଳିଛି। ରେଡ ବେଳେ ୧୦୦ ବୋତଲ ଦାମୀ ମଦ, ୫ କୋଟି ନଗଦ ଟଙ୍କା, ବିପୁଳ ସଂଖ୍ୟାର ବେଆଇନ ବିଦେଶୀ ବନ୍ଧୁକ ଓ ୩୦୦ଟି ଗୁଳି ଜବତ କରାଯାଇଛି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଘରେ ଗତକାଲି ଠାରୁ ଚାଲିଥିବା ଚଢ଼ଉ ସମୟରେ ଏସବୁ ଜିନିଷ ମିଳିଛି।

Advertisment

ଗୁରୁବାର ଇଡି ପକ୍ଷରୁ କଂଗ୍ରେସ ବିଧାୟକ ସୁରେନ୍ଦର ପନୱର ଓ ଆଇଏନଏଲଡିର ପୂର୍ବତନ ବିଧାୟକ ଦିଲବାଗ ସିଂହଙ୍କ ସମେତ ସେମାନଙ୍କ କିଛି ସହଯୋଗୀଙ୍କ ଠକିଣାରେ ରେଡ ଆରମ୍ଭ ହୋଇଥିଲା। ବେଆଇନ ଖଣି ଖନନ ମାମଲାରେ ଏପରି ରେଡ କରାଯାଇଛି।

ବିଧାୟକ ପନୱର ହେଉଛନ୍ତି ଜଣେ ଖଣି ବ୍ୟବସାୟୀ। ଗୁରୁବାର ୧୫ରୁ ୨୦ ଜଣ ଇଡି ଅଧିକାରୀ ୬ଟି ଗାଡ଼ିରେ ବିଧାୟକଙ୍କ ଘର, ଅଫିସ ଓ ସହଯୋଗୀମାନଙ୍କ ଠିକଣାରେ ପହଞ୍ଚି ରେଡ ଆରମ୍ଭ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ପରିବାର ସଦସ୍ୟ ଓ କର୍ମଚାରୀମାନଙ୍କ ଫୋନକୁ ପ୍ରଥମେ ସେମାନେ ଜବତ କରିଥିଲେ। ଏହାପରେ ଯାଞ୍ଚ ଆରମ୍ଭ କରାଯାଇଥିଲା।

Advertisment
Liquorଜବତ ହୋଇଥିବା ମଦ

ସେହିପରି ଶ୍ରୀ ସିଂହ ହେଉଛନ୍ତି ଯମୁନାନଗରର ପୂର୍ବତନ ବିଧାୟକ। ପନୱର ସୋନିପତରୁ ହରିଆଣାର ବିଧାନସଭାକୁ ଯାଇଛି। ତେଣୁ ଯମୁନାନଗର, ସୋନିପତ, ମୋହାଲି, ଫରିଦାବାଦ, ଚଣ୍ଡିଗଡ଼ ଓ କର୍ଣ୍ଣାଲ ଭଳି ୨୦ଟି ସ୍ଥାନରେ ଗୁରୁବାର ରେଡ ହୋଇଥିଲା।

ରେଡ ବେଳେ ମଦ ଓ ନଗଦ ଟଙ୍କା ବ୍ୟତୀତ ୩ଟି ସୁନା ବିସ୍କୁଟ ମଧ୍ୟ ଜବତ କରାଯାଇଛି। ଏହାର ଓଜନ ୪ରୁ ୫ କେଜି ହେବ। ଆଜି ବି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ବିଭିନ୍ନ ଠିକଣାରେ ରେଡ ଜାରି ରହିଛି।

GUNଜବତ ହୋଇଥିବା ବନ୍ଧୁକ

ଏନଜିଟିର ବ୍ୟାନ ସତ୍ତ୍ୱେ ଯମୁନାନଗର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଖଣି ଖନନ କରାଯାଉଥିଲା। ଏହି ଘଟଣାରେ ହରିଆଣା ପୁଲିସ୍‌ ପ୍ରଥମେ ଏକାଧିକ ମାଲା କରିଥିଲା। ଏହାକୁ ଆଧାର କରି ୨୦୧୩ରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

Congress ED Raid Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe