Advertisment

'ଭାରତ ମାତା କି ଜୟ' କହିବା ପାଇଁ ଖଡ଼ଗେଙ୍କୁ ଅନୁମତି ମାଗିଲେ ବିଧାୟକ, ବର୍ଷିଲା ବିଜେପି

ଶୁକ୍ରବାର କର୍ଣ୍ଣାଟକର କୁଲବର୍ଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କ ଏକ ରାଲି ଆୟୋଜିତ କରାଯାଇଥିଲା। ଏହି ରାଲି ବେଳେ ଅଥାନିର କଂଗ୍ରେସ ବିଧାୟକ ଲକ୍ଷ୍ମଣ ସାବଦୀ ଭିଡକୁ ସମ୍ୱୋଧିତ କରି 'ଭାରତ ମାତା କି ଜୟ' ନାରା ଲଗାଇବା ପାଇଁ ଖଡଗେଙ୍କୁ ଅନୁମତି ମାଗିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Congress MLA

Congress MLA

ପୁଣି ଅଡୁଆରେ କଂଗ୍ରେସ। 'ଭାରତ ମାତା କି ଜୟ' ନାରା ଲଗାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଅନୁମତି ମାଗି ଫସିଲେ ବିଧାୟକ। ଏହାକୁ ନେଇ ବିବାଦ ଘନେଇବା ସହ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛି ବିଜେପି। ଏହାକୁ ବିଜେପି ଦୁର୍ଭାଗ୍ୟପୂର୍ଣ୍ଣ ଓ ନିରାଶଜନକ ବୋଲି କହିଛି।

Advertisment

ଶୁକ୍ରବାର କର୍ଣ୍ଣାଟକର କୁଲବର୍ଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କ ଏକ ରାଲି ଆୟୋଜିତ କରାଯାଇଥିଲା। ଏହି ରାଲି ବେଳେ ଅଥାନିର କଂଗ୍ରେସ ବିଧାୟକ ଲକ୍ଷ୍ମଣ ସାବଦୀ ଭିଡକୁ ସମ୍ୱୋଧିତ କରି 'ଭାରତ ମାତା କି ଜୟ' ନାରା ଲଗାଇବା ପାଇଁ ଖଡଗେଙ୍କୁ ଅନୁମତି ମାଗିଥିଲେ। ଏହାକୁ ନେଇ ବିଜେପି ଏବେ କଂଗ୍ରେସକୁ କଡା ଟାର୍ଗେଟ କରିଛି।

କର୍ଣ୍ଣାଟକର ବିଜେପି ଅଧ୍ୟକ୍ଷ ବିଓ୍ୱାଇ ବିଜୟେନ୍ଦ୍ର ଏହି ଘଟଣାକୁ ନେଇ ନିରାଶ ବ୍ୟକ୍ତି କରିଛନ୍ତି। କଂଗ୍ରେସ ଭିତରେ ସାଂସ୍କୃତିକ ବିଭାଜନ ସୃଷ୍ଟି ହୋଇଥିବା ସେ ଦର୍ଶାଇଛନ୍ତି। ସେ ଅଭିଯୋଗ କରିଛନ୍ତି, ଦେଶଭକ୍ତି ଦେଖାଇବା ଓ ଭାରତ ମାତାଙ୍କ ପ୍ରଶଂସା କରିବାକୁ ନେଇ କଂଗ୍ରେସକୁ ଅପରାଧବୋଧ ଓ ସ୍ପଷ୍ଟୀକରଣର ସାମ୍ନା କରିବାକୁ ପଡୁଛି ସେ କହିଛନ୍ତି।

Advertisment

ଏଥିସହ ଲକ୍ଷ୍ମଣ ସାବଦୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ଠାରୁ ଏହା ଆଶା କରାଯାଉନଥିଲା। ସେ ଭାରତ ମାତାଙ୍କ ଜୟ କହିବା ପାଇଁ ମଲ୍ଲିକାର୍ଜୁନଙ୍କ ସାମ୍ନାରେ ଦ୍ୱିଧା ବୋଧ କରୁଛନ୍ତି। ଏହା ବେଶ୍‌ ଦୟନୀୟ ଓ ଭୟାନକ ନୁହେଁ କି? ନିଜର ଦେଶ ଭକ୍ତି ଦେଖାଇବା ଓ ଭାରତ ମାତାଙ୍କ ପ୍ରଶଂସା କରିବା ପାଇଁ ଚେଷ୍ଟା କରୁଥିବା କଂଗ୍ରେସ ନେତା ନିଜକୁ ଦୋଷୀ ବୋଲି ଭାବୁଛନ୍ତି। ଏଥିପାଇଁ ସେ ଦଳର ମୁଖ୍ୟଙ୍କୁ ନାରା ଲଗାଇବା ପାଇଁ ଅନୁମତି ମାଗୁଛନ୍ତି ବୋଲି ବିଜେପି ନେତା କହିଛନ୍ତି।

କଂଗ୍ରେସର ଦେଶଭକ୍ତି ପ୍ରମାଣ କରିବାକୁ ସାବଦୀଙ୍କ ପ୍ରୟାସ ନିରର୍ଥକ। ଦେଶ ଭକ୍ତି ମାମଲାରେ କଂଗ୍ରେସର ତୁଳନା ବିଜେପି ସହ ହୋଇପାରିବ ନାହିଁ ବୋଲି କର୍ଣ୍ଣାଟକର ବିଜେପି ଅଧ୍ୟକ୍ଷ କହିଛନ୍ତି। 

Bjp Congress Mallikarjun Kharge