Advertisment

ଅବୈଧ ଖଣି ଖନନ ମାମଲା, ବନ୍ଧା ହେଲେ କଂଗ୍ରେସ ବିଧାୟକ

ଗିରଫ ନେତାଜଣକ ହରିୟାଣାର ସୋନିପଥର କଂଗ୍ରେ ବିଧାୟକ ସୁରେନ୍ଦ୍ର ପନୱର ବୋଲି ଜଣାଯାଇଛି।

author-image
Niharika Rout
Congress

Congress

ଅବୈଧ ଖଣି ଖନନ ମାମଲାରେ ବନ୍ଧା ହେଲେ କଂଗ୍ରେସ ନେତା। ଗିରଫ ନେତାଜଣକ ହରିୟାଣାର ସୋନିପଥର କଂଗ୍ରେ ବିଧାୟକ ସୁରେନ୍ଦ୍ର ପନୱର ବୋଲି ଜଣାଯାଇଛି।

Advertisment

ଯମୁନାନଗର କ୍ଷେତ୍ରରେ ପ୍ରାୟ ୫ଶହ କୋଟି ଟଙ୍କାର ଅବୈଧ ଖନନ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଏହି ମାମଲାରେ ପନୱର ଓ ତାଙ୍କର କିଛି ସହଯୋଗୀଙ୍କ ବିରୋଧରେ ଗତବର୍ଷ ମାମଲା ରୁଜୁ ହୋଇଥିଲା। ଏହାପରେ ଇଡି ଏହି ମାମଲା ନିଜ ହାତକୁ ନେଇ ତଦନ୍ତ ଆରମ୍ଭ କରିଥିଲା।

ଚଳିତ ବର୍ଷ ଜାନୁୟାରୀରେ ଇଡି ଦ୍ୱାରା ୨୦ଟି ଜାଗାରେ ରେଡ କରାଯାଇଥିଲା। ଇଡି ପକ୍ଷରୁ ଯମୁନାନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ରେଡ ବେଳେ ୫.୨୯ କୋଟି ନଗଦ ଟଙ୍କା, ୧୮୯ କୋଟି ମୂଲ୍ୟର ସୁନା, ଦୁଇଟି ଗାଡ଼ି ଓ ବହୁ ଡକ୍ୟୁମେଣ୍ଟ ଜବତ ହୋଇଛି। ଏହାବାଦ ଖଣି ପରିସରରୁ ଅବୈଧ ଅସ୍ତ୍ରଶସ୍ତ୍ର, ଗୋଳି ସହ ପ୍ରବଳ ମାତ୍ରାରେ ମଦ ଜବତ ହୋଇଥିଲା।

Advertisment

ଏହି ମାମଲାରେ ପୂର୍ବରୁ ଇଡି ଦିଲବାଗ ସିଂହ ଓ କୁଲବିନ୍ଦର ସିଂହ ନାମକ ଦୁଇ ଜଣଙ୍କୁ ଗିରଫ କରି ସାରିଛି। ଏବେ ସୁରେନ୍ଦ୍ରଙ୍କୁ ବାନ୍ଧିଛି ଇଡି । ଅଧିକ ଦିନ ରିମାଣ୍ଡରେ ନେବା ନିମନ୍ତେ ଇଡି ଆଜି ତାଙ୍କୁ ଅମ୍ବାଲା ସ୍ପେଶାଲ କୋର୍ଟରେ ହାଜର କରିବ ବୋଲି ଜଣାଯାଇଛି ।

Congress Haryana News Arrest Illegal Mining