Advertisment

ଜିତିଲା ବିଜେପି; କଥା ରଖିବେ କଂଗ୍ରେସ ବିଧାୟକ, ୭ରେ ମୁହଁ କଳା କରିବେ

ସେ କହିଛନ୍ତି, ମୁଁ ଯାହା କହେ ତାହା କରେ। ତେଣୁ ମୁହଁ କଳା କରିବି।

Phool Singh Baraiya

Phool Singh Baraiya

Advertisment

ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୫୦ରୁ ଅଧିକ ଆସନ ଜିତିଲେ ନିଜ ମୁହଁ କଳା କରିବେ ବୋଲି କହିଥିଲେ କଂଗ୍ରେସ ନେତା ଫୁଲ୍‌ ସିଂହ ବରେୟା। ଆଉ ଏବେ ସେ ତାଙ୍କର ସେହି ପ୍ରତିଜ୍ଞା ପାଳନ କରିବେ ବୋଲି କହିଛନ୍ତି।

Advertisment

ଦତିଆ ଜିଲ୍ଲାର ଭାଣ୍ଡେର ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ବିଜୟୀ ହୋଇଥିବା ଫୁଲ୍‌ ସିଂହ ବରେୟା କହିଛନ୍ତି ଯେ ଡିସେମ୍ବର ୭ ତାରିଖ ଅପରାହ୍ନ ୨ଟା ବେଳେ ସେ ରାଜ ଭବନ ସମ୍ମୁଖରେ ନିଜ ମୁହଁ କଳା କରିବେ। ସେ ଯାହା କହନ୍ତି, ତାହା କରନ୍ତି ବୋଲି କହିଛନ୍ତି।

ନିର୍ବାଚନରେ ଇଭିଏମ୍ ବ୍ୟବହାର ନ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ଫୁଲ୍‌ ସିଂହ ବରେୟା। ସେ କହିଛନ୍ତି, ବାଲଟ୍‌ ପେପର ଗଣତି ଚାଲିଥିବା ବେଳେ କଂଗ୍ରେସ ଆଗରେ ରହିଥିଲେ। କିନ୍ତୁ ଇଭିଏମ୍ ଗଣତି ଆରମ୍ଭ ହେବା ପରଠୁ ବିଜେପି ଆଗରେ ରହିଲା।

Advertisment

କଂଗ୍ରେସ ଏଥର ନିଶ୍ଚିତ ଜିତିବ ବୋଲି ଆଶା କରିଥିଲେ ଫୁଲ୍‌ ସିଂହ ବରେୟା। କିନ୍ତୁ ଦଳ ମାତ୍ର ୬୬ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇଛି।

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe