Advertisment

ପବନ ଖେଡାଙ୍କୁ ଗିରଫ ପ୍ରତିବାଦରେ ସୁପ୍ରିମକୋର୍ଟ ଗଲା କଂଗ୍ରେସ

କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୁ ସିଂହ ସାଙ୍ଗଭୀ ସର୍ବୋଚ୍ଚ ନ୍ୟାଳୟରେ ଆବେଦନ କରିଛନ୍ତି ।

ଅଦ୍ୟତନ ହୋଇଛି
undefined

Pawan Khera

Advertisment

କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡାଙ୍କୁ ଗିରଫ ପ୍ରତିବାଦରେ କଂଗ୍ରେସ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛି। କଂଗ୍ରେସ ପକ୍ଷରୁ ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭୀ ସର୍ବୋଚ୍ଚ ନ୍ୟାଳୟରେ ଆବେଦନ କରିଛନ୍ତି । ତାଙ୍କ ଆବେଦନରେ ପବନ ଖେଡାଙ୍କ ବିରୋଧରେ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମମଲା ସବୁ ଗୋଟିଏ କରିବାକୁ ସେ ଦର୍ଶାଇଛନ୍ତି । ଏହି ମାମଲାର ଆଜି ଶୁଣାଣି ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ରାଜି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ପବନ ଖେଡ଼ାଙ୍କ ବିରୋଧରେ ଲକ୍ଷ୍ନୌ, ବାରଣାସୀ, ଆସାମ, ଛତିଶଗଡ଼ ଏମିତି ଅନେକ ସ୍ଥାନରେ ମାମଲା ରୁଜୁ ହୋ‌ଇଛି। ଏହି ଗିରଫଦରୀକୁ ବେଆଇନ ଓ ଅସାମ୍ବାଧାନିକ କହି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ଆଜି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଛତିଶଗଡ଼ର ରାୟପୁର ଯାଉଥିବା ବେଳେ ପବନ ଖେଡ଼ାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇ ପରେ ଆସାମ ପୁଲିସ ଆସି ତାଙ୍କୁ ଗିରଫ କରିଛି।

Advertisment

ଖେଡ଼ା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିଛନ୍ତି ବୋଲି ଜଣେ ବିଜେପି ନେତାଙ୍କ ଅଭିଯୋଗକୁ ଆଧାର କରି ଉକ୍ତ ଏଫ୍‌ଆଇଆର୍‌ ଫାଇଲ୍‌ କରାଯାଇଥିଲା। ଏହି ଘଟଣାରେ ବହୁସଂଖ୍ୟକ କଂଗ୍ରେସ ନେତା ବିମାନରୁ ଅବତରଣ କରି ସ୍ଲୋଗାନ୍‌ ଦେବା ସହିତ ବିମାନ ପାଖରେ ଧାରଣା ଦେଇଛନ୍ତି।

ଖେଡ଼ା କହିଛନ୍ତି, ମୋ ପାଖରେ ମାତ୍ର ଗୋଟିଏ ହ୍ୟାଣ୍ଡ୍‌ବ୍ୟାଗ୍‌ ଥିଲେ ବି ସେଥିରେ ଅସୁବିଧା ଅଛି ବୋଲି ପ୍ରଥମେ ମତେ କୁହାଗଲା। ତା’ପରେ କୁହାଗଲା କି, ମୁଁ ବିମାନ ଯାତ୍ରା କରିପାରିବି ନାହିଁ। ତା’ପରେ କୁହାଗଲା ‘ଡିସିପି’ ଆପଣଙ୍କୁ ଭେଟିବେ। ସେଥିପାଇଁ ମୁଁ ଦୀର୍ଘ ସମୟ ଧରି ଅପେକ୍ଷା କଲି। ନିକଟରେ ଶ୍ରୀ ଖେଡା ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଗୌତମ ଆଦାନୀ ପ୍ରସଙ୍ଗ ଉଠାଇ ଜେପିସି ତଦନ୍ତ ଦାବି କରିଥିଲେ। ସେ କହିଥିଲେ ଯେ “ଯଦି ନରସୀମା ରାଓ ଜେପିସି ଗଠନ କରିପାରିବେ, ଯଦି ଅଟଳ ବିହାରୀ ବାଜପେୟୀ ଜେପିସି ତଦନ୍ତ କରିପାରିବେ, ତେବେ ନରେନ୍ଦ୍ର ଗୌତମ ଦାସ ମୋଦି କାହିଁକି ଜେପିସି ତଦନ୍ତ କରି ପାରିବେ ନାହିଁ। ସରି, ଦାମୋଦର ଦାସ ମୋଦିଙ୍କ ଜେପିସି ତଦନ୍ତରେ ସମସ୍ୟା କ’ଣ?” ଏପରି କି ମୋଦିଙ୍କ ମଧ୍ୟମ ନାଁ କ’ଣ ବୋଲି ସେ ତାଙ୍କର ଜଣେ ସହଯୋଗୀଙ୍କୁ ସ୍ମିତ ହାସ୍ୟ ଦେଇ ପଚାରିଥିଲେ।

Advertisment
Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe