Advertisment

Lok Sabha: କଂଗ୍ରେସ ସାଂସଦଙ୍କ ବଡ଼ ଦାବି: ମଦ ପିଇ ଲୋକସଭାକୁ ଆସିଥିଲେ ଜଣେ ବିଜେପି ସଦସ୍ୟ

ବିଜେପିର ଅନୁରାଗ ଠାକୁର ନିକଟରେ ଟିଏମସି ସାଂସଦଙ୍କ ବିରୋଧରେ ସଂସଦ ଭିତରେ ସିଗାରେଟ ଟାଣିବାର ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଥିବା ବେଳେ କଂଗ୍ରେସ ସାଂସଦ ଭଗତ ଏପରି କଥା କହିଛନ୍ତି।

Congress

କଂଗ୍ରେସ ସାଂସଦ ଭଗତ

Advertisment

ସାଂଘାତିକ ଅଭିଯୋଗ କରିଛନ୍ତି କଂଗ୍ରେସର ଲୋକସଭା(Lok Sabha) ସାଂସଦ ସୁଖଦେଓ ଭଗତ। ବିଜେପି(Bjp)ର ଜଣେ ବରିଷ୍ଠ ସଦସ୍ୟ ଲୋକସଭାକୁ ମଦ ପିଇ ଆସିଥିଲେ। ସେ ନିଶାସକ୍ତ ଅବସ୍ଥାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିର୍ବାଚନୀ ସଂସ୍କାର ଉପରେ ଭାଷଣ ଦେଉଥିବା ବେଳେ ଏଥିରେ ବିଶୃଙ୍ଖଳା କରିବାକୁ ଚେଷ୍ଟା କରିଥିଲେ ବୋଲି ଭଗତ କହିବା ପରେ ହଇଚଇ ସୃଷ୍ଟି ହୋଇଛି। 

Advertisment

ବିଜେପିର ଅନୁରାଗ ଠାକୁର ନିକଟରେ ଟିଏମସି ସାଂସଦଙ୍କ ବିରୋଧରେ ସଂସଦ ଭିତରେ ସିଗାରେଟ ଟାଣିବାର ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଥିବା ବେଳେ କଂଗ୍ରେସ ସାଂସଦ ଭଗତ ଏପରି କଥା କହିଛନ୍ତି।

ସେ କହିଛନ୍ତି, “ଗୃହ କାର୍ଯ୍ୟ ବେଳେ ସେହି ବରିଷ୍ଠ ବିଜେପି ସଦସ୍ୟ ବାରମ୍ବାର ପ୍ରଦର୍ଶନ କରୁଥିବା ଇଙ୍ଗିତର ଭିଡିଓ ଦେଖନ୍ତୁ। ଏଥିରେ ସେ ବାରମ୍ବାର ରାହୁଲ ଗାନ୍ଧିଙ୍କ ଭାଷଣରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଥଥମମ ହେଉଥିବା ଦେଖା ଯାଉଛି। ଏହାକୁ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଏହା ସ୍ପଷ୍ଟ ଓ ମୁଁ ନିଶ୍ଚିତ ଜାଣିଛି ଯେ ଗୃହ କାର୍ଯ୍ୟ ବେଳେ ସେ ନିଶାରେ ଥିଲେ। ଏହା ଗୋଟିଏ ଗମ୍ଭୀର ପ୍ରସଙ୍ଗ। ଏପରି ଘଟଣା ଯେମିତି ଆଗକୁ ନ ଘଟିବ, ସେକଥା ବିଜେପି ନିଶ୍ଚିତ କରିବା ଦରକାର।”

Advertisment

ଭଗତ ବିଜେପିର ଜଣେ ବରିଷ୍ଠ ସଦସ୍ୟଙ୍କ ବିରୋଧରେ ଏତେ ବଡ଼ ଅଭିଯୋଗ ଆଣିଥିଲେ ହେଁ ତାଙ୍କ ନାଁ କହି ନାହାନ୍ତି। କିନ୍ତୁ ସେ ଏଠାରେ ସମ୍ଭବତଃ ସେହି ମନ୍ତ୍ରୀଙ୍କ କଥା କହୁଛନ୍ତି ଯିଏ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭାଷଣ ବେଳେ ନିଜର ଆଚରଣ ଯୋଗୁ ଚର୍ଚ୍ଚାକୁ ଆସିଥିଲେ। 

ଭଗତଙ୍କ ପୂର୍ବରୁ ଟିଏମସି ସାଂସଦ ସଂସଦ ଭିତରେ ସିଗାରେଟ ଟାଣୁଥିବାର ଅଭିଯୋଗ ଆଣିଥିଲା ବିଜେପି। ଇ-ସିଗାରେଟକୁ ନେଇ ବିଜେପିର ଗିରିରାଜ ସିଂହ ଓ ଟିଏମସିର ସୌଗତ ରୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖା ଯାଇଥିଲା। ଏବେ ଝାରଖଣ୍ଡର କଂଗ୍ରେସ(Congress) ସାଂସଦ ଭଗତ ଲୋକସଭାରେ ସଂସଦୀୟ ଡେକୋରମକୁ ନିଶ୍ଚିତ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। 

Bjp Congress Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe