Advertisment

ହାଇକମାଣ୍ଡ ନିକଟରେ କଂଗ୍ରେସ ସାଂସଦଙ୍କ ଦାବି: ୧୦ ଦିନ ଭିତରେ ସିଦ୍ଧୁଙ୍କୁ ବାହାର କର, ନହେଲେ ଆମକୁ ବାହାରି ଯିବାକୁ କୁହ

ସିଦ୍ଧୁଙ୍କ ବିରୋଧରେ ଦଳୀୟ ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପଞ୍ଜାବ କଂଗ୍ରେସର ବହୁ ନେତା ଅନେକ ଦିନ ହେଲାଣି ଦାବି କରି ଆସୁଛନ୍ତି।

ଅଦ୍ୟତନ ହୋଇଛି
Sidhu and Bittu

Sidhu and Bittu

Advertisment

ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଦଳର ଲୁଧିଆନା ସାଂସଦ ରବନୀତ ବିଟ୍ଟୁ।  କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ସେ ଏହି ଦାବି କରିଛନ୍ତି।   

Advertisment

ଶ୍ରୀ ବିଟ୍ଟୁ କହିଛନ୍ତି, ଯଦି ଆମେ ସାରା ଦେଶରେ ପଞ୍ଜାବ କଂଗ୍ରେସକୁ ଏକ ଆଦର୍ଶ ଭାବେ ଦେଖିବାକୁ ଚାହାନ୍ତି ତା’ହେଲେ ୧୦ ଦିନ ଭିତରେ ସିଦ୍ଧୁଙ୍କୁ ଦଳରୁ ବାହାର କରନ୍ତୁ ନହେଲେ ଆମକୁ (ଦଳର ସଦସ୍ୟଙ୍କୁ) ବାହାରି ଯିବାକୁ କୁହନ୍ତୁ।

ସେ କହିଛନ୍ତି, କେବଳ ଦଳୀୟ କନ୍ଦଳ ଯୋଗୁ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ହେଲା। ମୁଁ ସୁନିଶ୍ଚିତ ଯେ ଏହା ଶତ ପ୍ରତିଶତ ଠିକ୍‌। 

Advertisment

ସିଦ୍ଧୁଙ୍କ ବିରୋଧରେ ଦଳୀୟ ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପଞ୍ଜାବ କଂଗ୍ରେସର ବହୁ ନେତା ଅନେକ ଦିନ ହେଲାଣି ଦାବି କରି ଆସୁଛନ୍ତି। ସିଦ୍ଧୁ ପ୍ରଦେଶ କଂଗ୍ରେସ କମିଟିର ବିନା ଅନୁମତିରେ ରାଲି ଓ ସଭାସମିତି କରୁଛନ୍ତି। ଆଉ ଏହାକୁ ଠିକ୍‌ ବୋଲି ବି ଯୁକ୍ତି କରୁଛନ୍ତି। ତାଙ୍କ କହିବା କଥା ସେ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ଲୋକଙ୍କ ନିକଟକୁ ଯାଉଛନ୍ତି। 

ବିଶୃଙ୍ଖଳିତ ଆଚରଣ ପାଇଁ ନିକଟରେ ସିଦ୍ଧୁଙ୍କୁ ପଞ୍ଜବା କଂଗ୍ରେସର ପ୍ରଭାରୀ ଥିବା ଦେବେନ୍ଦ୍ର ଯାଦବ କଡ଼ା ତାଗିଦ କରିଥିଲେ। ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ।  

Navjot Singh Sidhu Pradesh Congress Committee Ravneet Bittu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe