Advertisment

୧୦ ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଛି କଂଗ୍ରେସ

କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠା‌ରେ ଜିତିଛନ୍ତି। ବିଜେପିର ରେଖା ଚୌଧାରୀଙ୍କୁ ସେ ହରାଇଛନ୍ତି। କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି।

author-image
Madhupriya Mistry
congress

congress

ଦୀର୍ଘ ୧୦ ବର୍ଷ ପରେ ରାଜସ୍ଥାନ ଓ ଗୁଜରାଟରେ ଖାତା ଖୋଲିଛି କଂଗ୍ରେସ। ବିଜେପି ଲଗାତାର ତୃତୀୟ ଥର ପାଇଁ ଗୁଜରାଟର ସମସ୍ତ ୨୬ ଆସନରେ ଜିତି ହାଟ୍ରିକ୍‌ କରିବ ବୋଲି ଲକ୍ଷ୍ୟ ରଖିଥିଲା। କିନ୍ତୁ କଂଗ୍ରେସ ବିଜେପିର ଏହି ଲକ୍ଷ୍ୟକୁ ଧୂଳିସାତ୍‌ କରିଦେଇଛି।

Advertisment

କଂଗ୍ରେସର ଗେନିବେନ ଠାକୋର ଗୁଜରାଟର ବନାସକାଣ୍ଠା‌ରେ ଜିତିଛନ୍ତି। ବିଜେପିର ରେଖା ଚୌଧାରୀଙ୍କୁ ସେ ହରାଇଛନ୍ତି। କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତି ଗୁଜରାଟରେ ଖାତା ଖୋଲିପାରିଛି।

୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଗୁଜରାଟରେ କୌଣସି ଗୋଟିଏ ଆସନରେ ଜିତି ପାରିନଥିଲା। ୨୦୦୯ରେ କଂଗ୍ରେସ ଗୁଜରାଟରେ ୧୧ ଆସନରେ ଜିତିଥିବା ବେଳେ ବିଜେପି ୧୪ ଆସନରେ ଜିତିଥିଲା। ଚଳିତ ଥର ବିଜେପି ୨୫ ଆସନରେ ଜିତିଛି।

Advertisment

ଅନ୍ୟପକ୍ଷେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ଦଶନ୍ଧି ପରେ ଖାତା ଖୋଲିବାରେ ସକ୍ଷମ ହୋଇଛି। ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ରାଜସ୍ଥାନରେ କୌଣସି ଗୋଟିଏ ହେଲେ ଆସନରେ ଜିତିନଥିଲା। କିନ୍ତୁ ଚଳିତ ଥର କଂଗ୍ରେସ ରାଜସ୍ଥାନରେ ୮ଟି ଆସନରେ ଜିତିଛି। ସେହିପରି ବିଜେପି ଖାତାକୁ ୧୪ଟି ଆସନ ଅସିଥିବା ବେଳେ ଅନ୍ୟାନ ୩ଟିରେ ବିଜୟୀ ହୋଇଛି।

Congress Rajasthan Gujarat LokSabha Election Results 2024