Advertisment

AI video of PM: ରେଡ କାର୍ପେଟରେ ପ୍ରଧାନମନ୍ତ୍ରୀ ମୋଦି ଚା’ ବିକିବାର AI ଭିଡିଓ ରିଲିଜ କଲା କଂଗ୍ରେସ

ଭିଡିଓରେ ପ୍ରଧାନମନ୍ତ୍ରୀ ଗୋଟିଏ ହାଲୁକା ବ୍ଲୁ ରଙ୍ଗର କୋଟ ଓ ବ୍ଲାକ ଟ୍ରାଉଜର ପିନ୍ଧିଛନ୍ତି। ସେ ହାତରେ ଚା’ କେଟଲୀ ଓ ଗ୍ଲାସ ଧରି ଗୋଟିଏ ରେଡ କାର୍ପେଟ କାର୍ଯ୍ୟକ୍ରମରେ ଚାଲି ଚାଲି ଯାଉଛନ୍ତି।

author-image
Hemant Lenka
AI

ଏଆଇ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ରେଡ କାର୍ପେଟ କାର୍ଯ୍ୟକ୍ରମରେ ଚା’ ବିକ୍ରି କରିବା ବେଳର ଏଆଇ ଭିଡିଓକୁ ଶେୟାର କରିଛି କଂଗ୍ରେସ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଏଆଇଏ ଭିଡିଓ ଶେୟାର କରାଯିବାରୁ ବିବାଦ ଦେଖିବାକୁ ମିଳିଛି। ବିଜେପି ତୁରନ୍ତ ଏହାକୁ ନିନ୍ଦା କରିବା ସହ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି। 

Advertisment

ଏଆଇ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଭିଡିଓକୁ ପ୍ରଥମେ କଂଗ୍ରେସ ନେତ୍ରୀ ରାଗିଣୀ ନାୟକ ଶେୟାର କରିଥିଲେ। ସେ ଏହାକୁ ଶେୟାର କରି ଲେଖିଥିଲେ ଯେ “ଏବେ, ଏହାକୁ କିଏ କଲା?” ଭିଡିଓରେ ପ୍ରଧାନମନ୍ତ୍ରୀ ଗୋଟିଏ ହାଲୁକା ବ୍ଲୁ ରଙ୍ଗର କୋଟ ଓ ବ୍ଲାକ ଟ୍ରାଉଜର ପିନ୍ଧିଛନ୍ତି। ସେ ହାତରେ ଚା’ କେଟଲୀ ଓ ଗ୍ଲାସ ଧରି ଗୋଟିଏ ରେଡ କାର୍ପେଟ କାର୍ଯ୍ୟକ୍ରମରେ ଚାଲି ଚାଲି ଯାଉଛନ୍ତି।

ବ୍ୟାକଗ୍ରାଉଣ୍ଡରେ ଭାରତ ସମେତ ଏକାଧିକ ଦେଶର ପତାକା ଲାଗିଛି। ସେହିପରି ଚାଲି ଚାଲି ପ୍ରଧାନମନ୍ତ୍ରୀ ମୋଦି ଆଗକୁ ଯିବା ବେଳେ ଚା ନେବ ଚା’ ନେବ ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି। 

Advertisment

ପ୍ରଧାନମନ୍ତ୍ରୀ ମୋଦି(PM Modi) ଏକଦା ଗୁଜରାଟ ଷ୍ଟେଟସନରେ ଚା’ ବିକ୍ରି କରୁଥିଲେ ବୋଲି ଅନେକ ଥର କହିଛନ୍ତି। ଏହାକୁ କଟାକ୍ଷ କରି ଏଆଇ ଦ୍ୱାରା ଏପରି ଭିଡିଓ ପ୍ରସ୍ତୁତ କରାଯାଇଛି। 

ଭିଡିଓ ଭାଇରାଲ ହେବା ପରେ ବିଜେପି ଏହାକୁ ଦୃଢ଼ ଭାବେ ନିନ୍ଦା କରିଛି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହଛନ୍ତି, “ରେଣୁକା ଚୌଧୁରୀ ସଂସଦ ଓ ସେନାକୁ ଅପମାନିତ କରିବା ପରେ ଏବେ ରାଗିଣୀ ନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚା’ବାଲା ବ୍ୟାକଗ୍ରାଉଣ୍ଡକୁ କଟାକ୍ଷ କରିଛନ୍ତି।

ଓବିସି ସଂପ୍ରଦାୟରୁ ଆସିଥିବା ଜଣେ ପରିଶ୍ରମୀ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ(Congress)ର ଆଭିଜାତ ବର୍ଗ ହଜର କରିପାରୁ ନାହିଁ। ସେମାନେ ପୂର୍ବରୁ ମଧ୍ୟ ତାଙ୍କର ଚା’ ବିକ୍ରି କାମକୁ କଟାକ୍ଷ କରିଥିଲେ, ତାଙ୍କୁ ୧୫୦ରୁ ଅଧିକ ଥର ଗାଳି କରିଛନ୍ତି ଓ ବିହାରରେ ତାଙ୍କ ମା’ଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସାଧାରଣ ଲୋକ କେବେ ହେଲେ ସେମାନଙ୍କୁ କ୍ଷମା କରିବେ ନାହିଁ।” 


ସେପ୍ଟେମ୍ବର ମାସରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମା’ଙ୍କ ସହ ଜଡ଼ିତ ଗୋଟିଏ ଏଆଇଏ ଭିଡିଓ ଜାରି କରିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦିବଙ୍ଗତ ମା’ଙ୍କୁ ସ୍ୱପ୍ନରେ ଦେଖୁଛନ୍ତି।

ମା’ଙ୍କୁ ନେଇ ମୋଦି ରାଜନୀତି କରୁଥିବାରୁ ତାଙ୍କୁ ଏଥିରେ ସେ ଗାଳି କରୁଥିବା ଦେଖିବାକୁ ମିଳିଥିଲା। ଉକ୍ତ ଏଆଇଏ ଭିଡିଓକୁ ନେଇ ବିବାଦ ଦେଖାଯିବାରୁ ପାଟନା ହାଇକୋର୍ଟ ଏହାକୁ ହଟାଇବା ପାଇଁ କଂଗ୍ରେସକୁ ନିର୍ଦ୍ଦେଶ ଦେଇଥିଲେ। 

Congress PM Modi