Advertisment

କେସିଆରଙ୍କୁ ବିଜେପିର B ଟିମ୍‌ କହିଲେ ରାହୁଲ ଗାନ୍ଧି, ଦେଲେ ଅଲଟିମେଟମ୍‌

ଖୁବ୍‌ ଶୀଘ୍ର ବାଙ୍ଗାଲୁରୁରେ ହେବ ବିରୋଧୀଙ୍କ ମହାମେଳି। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ଧୁଳି ଚଟାଇବା ନିମନ୍ତେ ପ୍ରସ୍ତୁତ ହେବ ଋଣନୀତି। ହେଲେ ଏହା ପୂର୍ବରୁ କଂଗ୍ରେସ ନେତା ଦେଇଛନ୍ତି ଅଲଟିମେଟମ୍‌।

Rahul Gandhi & KCR

Rahul Gandhi & KCR

Advertisment

ଖୁବ୍‌ ଶୀଘ୍ର ବାଙ୍ଗାଲୁରୁରେ ହେବ ବିରୋଧୀଙ୍କ ମହାମେଳି। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ଧୁଳି ଚଟାଇବା ନିମନ୍ତେ ପ୍ରସ୍ତୁତ ହେବ ଋଣନୀତି। ହେଲେ ଏହା ପୂର୍ବରୁ କଂଗ୍ରେସ ନେତା ଦେଇଛନ୍ତି ଅଲଟିମେଟମ୍‌। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏହି ବିରୋଧୀ ମହାମେଳିରେ ସାମିଲ ହେଲେ କଂଗ୍ରେସ ସାମିଲ ହେବନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ଦଳର ନେତା ରାହୁଲ ଗାନ୍ଧି।

Advertisment

ହାଇଦ୍ରାବାଦରେ ଏକ ଜନସଭାକୁ ସମ୍ବୋଧନ କରି ରାହୁଲ ଗାନ୍ଧି କହିଛନ୍ତି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ BRS ହେଉଛି ବିଜେପିର B ଟିମ୍‌। ତେଣୁ ବିରୋଧୀ ମିଟିଂରେ BRS ସାମିଲ ହେଲେ କଂଗ୍ରେସ ସେଠାକୁ ଯିବା ସମ୍ଭବ ନୁହେଁ।

ତେଲେଙ୍ଗାନାରେ କଂଗ୍ରେସର ବିଜେପିର B ଟିମ୍‌ ସହ ଲଢ଼େଇ ଚାଲିଛି। ଆଉ ଏହି BRS ଭାରତ ରାଷ୍ଟ୍ର ସମିତି ନୁହେଁ, ତାହା ହେଉଛି ‘ବିଜେପି ରିସ୍ତେଦାର ପାର୍ଟି’ ବୋଲି କହିଛନ୍ତି ରାହୁଲ । ଏଥିସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିମୋର୍ଟ କଣ୍ଟ୍ରୋଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଥିବା କହିଛନ୍ତି । ଏଥିସହ ସେ କହିଛନ୍ତି କଂଗ୍ରେସ କର୍ଣ୍ଣାଟକାରେ ଯେପରି ବିଜେପିକୁ ହରାଇଲା ସେପରି ତେଲେଙ୍ଗାନାରେ ବି BRSକୁ ପରାସ୍ତ କରିବ ।

Advertisment

ତେଣୁ ବିରୋଧୀ ମେଳିରେ BRS ସାମିଲ ହେଲେ କଂଗ୍ରେସ ସେଥିରୁ ଦୂରେଇ ରହିବ ବୋଲି କହିଛନ୍ତି ରାହୁଲ ଗାନ୍ଧି।

ଗତମାସ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ରାଜଧାନୀ ପାଟଣାରେ ବିରୋଧୀଙ୍କ ମହାମେଳି ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଆସନ୍ତା ବୈଠକ ବାଙ୍ଗାଲୁରୁରେ ଅନୁଷ୍ଠିତ ହେବ । ତେବେ ଏହି ବୈଠକ ପୂର୍ବରୁ କଂଗ୍ରେସର ଏପରି ଚରମବାଣୀ କ’ଣ ପ୍ରଭାବ ପକାଉଛି ତାହା ଉପରେ ସମସ୍ତଙ୍କ ନଜର।

Congress Rahul Gandhi KCR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe