Advertisment

କଂଗ୍ରେସକୁ ଝଟକା: ବ୍ୟାଙ୍କ ଆକାଉଣ୍ଟ ଘଟଣାରେ ମିଳିଲାନି କୌଣସି ଆଶ୍ୱସ୍ତି

କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ବିରୋଧରେ ଆୟକର ବିଭାଗ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ଦଳ ପକ୍ଷରୁ କରାଯାଇଥିବା ଆବେଦନକୁ ଆୟକର ଟ୍ରିବ୍ୟୁନାଲ ଅଗ୍ରାହ୍ୟ କରି ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Congress

Congress

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ବିରୋଧରେ ଆୟକର ବିଭାଗ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ଦଳ ପକ୍ଷରୁ କରାଯାଇଥିବା ଆବେଦନକୁ ଆୟକର ଆପଲେଟ ଟ୍ରିବ୍ୟୁନାଲ ଅଗ୍ରାହ୍ୟ କରି ଦେଇଛନ୍ତି।

Advertisment

ଟ୍ରିବ୍ୟୁନାଲ ପିଟିସନ ଖାରଜ କରି ଦେଇଥିବାରୁ କଂଗ୍ରେସ ଓକିଲ ବିବେକ ଟଙ୍ଖା ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି। ଫେବୃଆରୀ ୧୬ରେ କଂଗ୍ରେସ କହିଥିଲା ଯେ ଆୟକର ବିଭାଗ ଦଳର ବିଭିନ୍ନ ଆକାଉଣ୍ଟରେ ଥିବା ୧୧୫ କୋଟି ଟଙ୍କାକୁ ଜବତ କରି ଦେଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷର ଟିକସ ଓ ଜୋରିମାନା ବାବଦରେ କଂଗ୍ରେସ ୨୧୦ କୋଟି ଟଙ୍କା ବାକି ରଖିଥିବା ଦାବି କରି ବିଭାଗ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କିଛି ଦିନ ପରେ କଂଗ୍ରେସ ନେତା ଅଜୟ ମାକେନ ଅଭିଯୋଗ କରିଥିଲେ ଯେ ଆୟକର ବିଭାଗ ଦଳର ୩ଟି ଆକାଉଣ୍ଟରୁ ବିନା କୌଣସି ଅନୁମତି ନ ନେଇ ୬୫ କୋଟି ଟଙ୍କା ଉଠାଇ ନେଇଛି। ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନକୁ ମାକେନ ବିରୋଧ କରିଥିଲେ।

Advertisment

ଆୟକର ବିଭାଗ ଅଗଣତାନ୍ତ୍ରିକ ଉପାୟରେ ଟଙ୍କା ଉଠାଣ କରିଛି। ଆଗକୁ ନିର୍ବାଚନ ଥିବାରୁ କଂଗ୍ରେସର ପ୍ରଚାର କାମରେ ବାଧା ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ଜାଣି ଶୁଣି ଆୟକର ବିଭାଗକୁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ।

ପ୍ରଥମେ ଆୟକର ବିଭାଗ ୧୦୩ କୋଟି ଟଙ୍କା ଦାବି କରି ଆବେଦନ କରିଥିଲା। ଏହାପରେ ଏହାକୁ ସଂଶୋଧିତ କରାଯିବା ପରେ ୧୦୫ କୋଟି ହୋଇଥିଲା। ଏଥିରେ ସୁଧ ବାବଦରେ ଆଉ ୩୦ କୋଟି ଟଙ୍କା ଯୋଡ଼ର ଯିବାରୁ ମୋଟ ଅର୍ଥର ପରିମାଣ ୧୩୫ କୋଟି ଟଙ୍କାରେ ପହଞ୍ଚିଛି।

Rahul Gandhi Congress