Advertisment

ଘେରିଲେ ଜମାକାରୀ, ମଞ୍ଚ ଛାଡି ଦୌଡ଼ିଲେ ବିଜେପି ସାଂସଦ

ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓକୁ କର୍ଣ୍ଣାଟକ କଂଗ୍ରେସ ସୋଶାଲ ମିଡିଆରେ ସେୟାର କରି ବିଜେପିକୁ ଟାର୍ଗେଟ୍‌ କରିଛି।

ଅଦ୍ୟତନ ହୋଇଛି
BJP Tejasvi Surya

BJP Tejasvi Surya

Advertisment

ବିଜେପି ନେତାଙ୍କୁ ଘେରିଲେ ଜମାକାରୀ। ନିଜ ପ୍ରଶ୍ନ ବାଣରେ କଲେ ଘାଇଲା। ଓଗାଳିଲେ ବାଟ। ଜମାକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ମଞ୍ଚ ଛାଡି ଦୌଡିଲେ ବିଜେପି ସାଂସଦ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ବେଙ୍ଗାଲୁରୁ।

Advertisment

ବେଙ୍ଗାଲୁରୁରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ ଯାଇଥିଲେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା। ଏତିକି ବେଳେ କୋଟି କୋଟି ଟଙ୍କା ବ୍ୟାଙ୍କ ଦୁର୍ନୀତିର ଶିକାର ହୋଇଥିବା ଜମାକାରୀମାନେ ତାଙ୍କୁ ଘେରି ଯାଇଥିଲେ। ଶ୍ରୀଗୁରୁ ରାଘବେନ୍ଦ୍ର ସାହକାରୀ ବ୍ୟାଙ୍କ ନିୟମିତ (ଏସ୍‌ଜିଆ୍‌ଏସ୍‌ବିଏନ୍‌) ଦୁର୍ନୀତିର ଶିକାର ହୋଇ କ୍ଷତି ସହିଥିବା ଜମାକାରୀମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ତେବେ ଜମାକାରୀଙ୍କ ପ୍ରଶ୍ନର ଉତ୍ତର ନ ଦେଇ ତେଜସ୍ୱୀ ସୂର୍ଯ୍ୟ ମଞ୍ଚ ଛାଡି ଦୌଡି ପଳାଇଥିଲେ। ଏତିକି ବେଳେ ଜମାକାରୀମାନେ ତାଙ୍କ ବାଟ ଓଗାଳିଥିଲେ। ତାଙ୍କୁ ଯିବାକୁ ଦେଇନଥିଲେ। ଏହି ପୂରା ଘଟଣା ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓକୁ କର୍ଣ୍ଣାଟକ କଂଗ୍ରେସ ସୋଶାଲ ମିଡିଆରେ ସେୟାର କରି ବିଜେପିକୁ ଟାର୍ଗେଟ୍‌ କରିଛି।

କର୍ଣ୍ଣାଟକ କଂଗ୍ରେସ ନେତା ଏହି ଭିଡିଓକୁ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, 'ବିଜେପିର ତେଜସ୍ୱୀ ସୂର୍ଯ୍ୟା ପୁଣି ଥରେ ଏମରଜେନ୍ସି ଗେଟ୍‌ ଦେଇ ଭିଡରୁ ବର୍ତ୍ତିଗଲେ। ତେଜସ୍ୱୀ ସୂର୍ଯ୍ୟା ନିର୍ବାଚନ ବେଳେ ଭୋଟର୍‌ଙ୍କ ଉପରେ ଆକ୍ରମଣ କରନ୍ତି ଓ ତାଙ୍କ ସହ ଦୁର୍ବ୍ୟବହାର କରନ୍ତି। ଏମାନଙ୍କୁ ଉଚିତ ଶିକ୍ଷା ଦେବାର ସମୟ ଏବେ ଆସିଯାଇଛି।'

Advertisment

ନେତାଙ୍କ ସହ ସହକାରୀ ବ୍ୟାଙ୍କ ଆସୋସିଏସନ୍‌ର ବୈଠକ ଚାଲିଥିବା ବେଳେ ଶନିବାର ଦିନ ଏହି ଘଟଣା ଘଟିଥିଲା। ସୂର୍ଯ୍ୟା ଓ ବସଓ୍ୱାଂଗୁଡି ବିଧାୟକ ରବି ସୁବ୍ରମଣ୍ୟମଙ୍କ ସମର୍ଥକମାନେ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ବିଜେପି ସାଂସଦ ଜେତସ୍ୱୀ ସୂର୍ଯ୍ୟ ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ତେବେ ବୈଠକରେ ଦୁର୍ନୀତି ପ୍ରଭାବିତ ଜମାକାରୀମାନେ ଟଙ୍କା ପାଇବାରେ ବିଳମ୍ବିତ ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏହାପରେ ସେମାନେ ରାଗି ଯାଇ ନେତାଙ୍କୁ କେବେ ତାଙ୍କୁ ତାଙ୍କ ଟଙ୍କା ମିଳିବ ବୋଲି ପ୍ରଶ୍ନ କରିଥିଲେ। ବିଜେପି ସାଂସଦଙ୍କ ସମର୍ଥକଙ୍କ ସହ ସେମାନଙ୍କ ଠେଳାପେଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ମାରପିଟ୍‌ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ବେଙ୍ଗାଲୁରୁ ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ସାଂସଦ ଅଛନ୍ତି ତେଜସ୍ୱୀ ସୂର୍ଯ୍ୟା। ୨୦୧୯ରେ ତାଙ୍କର ସମ୍ପତ୍ତି ୧୩ ଲକ୍ଷ ଟଙ୍କା ଥିଲା। ଏବେ କିନ୍ତୁ ତାଙ୍କର ଏହି ସମ୍ପତ୍ତି ୪ କୋଟି ଟଙ୍କାକୁ ବୃଦ୍ଧି କରିଥିବା ନେଇ ଚର୍ଚ୍ଚାରେ ଅଛନ୍ତି।

Bjp Congress Karnataka Tejasvi Surya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe