Advertisment

କଂଗ୍ରେସକୁ ଝଟ୍‌କା, ବିଜେପିରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ସେ ଆଜି ଦଳରୁ ଇସ୍ତଫା ଦେଇ ରାଞ୍ଚି ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

Geeta Koda joins BJP

Geeta Koda joins BJP

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ଝଟ୍‌କା। ହାତ ଛାଡିଲେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଗୀତା କୋଡା। ସେ ଆଜି ଦଳରୁ ଇସ୍ତଫା ଦେଇ ରାଞ୍ଚି ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

Advertisment

ଗୀତା କୋଡା ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ। ସେ ପଶ୍ଚିମ ସିଂହଭୂମି ଜିଲ୍ଲାର ଚାଇବାସାର ସାଂସଦ ଅଟନ୍ତି। ସେ ଆଜି ରାଞ୍ଚି ସ୍ଥିତ ବିଜେପି କାର୍ଯ୍ୟାଳୟରେ ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।

ଗୀତା କୋଡା ରାଜ୍ୟରେ କଂଗ୍ରେସ ଦ୍ୱାରା କରାଯାଇଥିବା ମେଣ୍ଟକୁ ନେଇ ଅସନ୍ତୁଷ୍ଟ ଥିଲେ। ବିଜେପିରେ ସାମିଲ ହେବା ପୂର୍ବରୁ ସେ ହାଇକମାଣ୍ଡଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ। ତେବେ ଲୋକସଭା ନିର୍ବାଚନ ପୂର୍ବରୁ ଗୀତା କୋଡା ବିଜେପିରେ ସାମିଲ ହେବା କଂଗ୍ରେସ ପାଇଁ ବଡ କ୍ଷତି ହେବ ବୋଲି ବିଶ୍ୱାସ କରାଯାଉଛି।

Advertisment

ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ଝାଡଖଣ୍ଡର ୧୪ଟି ଆସନରୁ ବିଜେପି ୧୨ଟିରେ ଜିତିଥିଲା। ତେବେ କଂଗ୍ରେସ ଟିକେଟରୁ ସଂହଭୂମି ଆସନରୁ ସେତେବେଳେ ଗୀତା କୋଡା ବିଜୟୀ ହୋଇଥିଲେ। 

Congress Jharkhand Geeta Koda Join BJP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe