Advertisment

ପଶ୍ଚିମବଙ୍ଗର ଏକମାତ୍ର କଂଗ୍ରେସ ବିଧାୟକ ଟିଏମସିରେ ମିଶିଗଲେ

ବିଶ୍ୱାସଙ୍କୁ ଆଜି ଟିଏମସିର ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ଦଳକୁ ସ୍ୱାଗତ କରିଛନ୍ତି। ରାଜ୍ୟରେ ଟିଏମସି କେବଳ ବିଜେପି ବିରୋଧରେ ଲଢ଼େଇ କରିବାକୁ ସକ୍ଷମ ବୋଲି ବିଶ୍ୱାସ ଅନୁଭବ କରି ଏପରି ନିଷ୍ପତ୍ତି ନେଇଥିବା ଅଭିଷେକ କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
TMC

TMC

ପଶ୍ଚିମବଙ୍ଗରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ରାଜ୍ୟରେ ଥିବା କଂଗ୍ରେସର ଏକମାତ୍ର ବିଧାୟକ ଆଜି ଦଳକୁ ଅଲବିଦା କହିଛନ୍ତି। ବିଡି ବାରୋନ ଭାବେ ପରିଚିତ ବାୟରନ ବିଶ୍ୱାସ ଆଜି ଟିଏମସିରେ ମିଶିଛନ୍ତି।

Advertisment

ବିଶ୍ୱାସଙ୍କୁ ଆଜି ଟିଏମସିର ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ଦଳକୁ ସ୍ୱାଗତ କରିଛନ୍ତି। ରାଜ୍ୟରେ ଟିଏମସି କେବଳ ବିଜେପି ବିରୋଧରେ ଲଢ଼େଇ କରିବାକୁ ସକ୍ଷମ ବୋଲି ବିଶ୍ୱାସ ଅନୁଭବ କରି ଏପରି ନିଷ୍ପତ୍ତି ନେଇଥିବା ଅଭିଷେକ କହିଛନ୍ତି।

ଟିଏମସି ପକ୍ଷରୁ ଟ୍ୱିଟ କରି ଶ୍ରୀ ବିଶ୍ୱାସକୁ ସ୍ୱାଗତ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ “ରାଜ୍ୟରେ ଚାଲିଥିବା ଜନ ସଂଯୋଗ ଯାତ୍ରା ସମୟରେ ଆଇଏନସିର ସାଗରଦିଘି ବିଧାୟକ ବାୟରୋନ ବିଶ୍ୱାସ ଆମ ସହ ମିଶିଛନ୍ତି। ଏହି ସମୟରେ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତି ଥିଲେ।

Advertisment

ଆମେ ବିଶ୍ୱାସଙ୍କୁ ତୃଣମୂଳ କଂଗ୍ରେସ ପରିବାରକୁ ହୃଦୟରୁ ସ୍ୱାଗତ କରୁଛୁ। ବିଜେପିର ଭେଦଭାବ ଓ ଘୃଣା ସୃଷ୍ଟିକାରୀ ରାଜନୀତି ବିରୋଧରେ ଚାଲିଥିବା ଲଢ଼େଇକୁ ବଳ ଯୋଗାଇବା ପାଇଁ ଆପଣ ଉପଯୁକ୍ତ ମୋର୍ଚ୍ଚା ବାଛିଛନ୍ତି। ଆମେ ଏକାଠି ନିଶ୍ଚିତ ଜିତିପାରିବା।”

ବିଶ୍ୱାସ ନିକଟରେ ସାଗରଦିଘି ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ଟିଏମସି ପ୍ରାର୍ଥୀଙ୍କୁ ହରାଇଥିଲେ। ସେ ୨୨ ହଜାରରୁ ଅଧିକ ଭୋଟରେ ଟିଏମସିର ଦେବାଶିଷ ବାନାର୍ଜୀଙ୍କ ଠାରୁ ଜିତିଥିଲେ।

୨୦୨୧ ବିଧାନସଭା ନିର୍ବାଚନରେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ଉପ ନିର୍ବାଚନରେ ଜିତିବାକୁ ସକ୍ଷମ ହୋଇଥିଲା। ହେଲେ ଏବେ ବିଶ୍ୱାସ କଂଗ୍ରେସକୁ ଅଲବିଦା କହିଛନ୍ତି।

Congress West Bengal TMC