Advertisment

କଂଗ୍ରେସର 'ନ୍ୟାୟ ପତ୍ର'ରେ ୨୫ ଗ୍ୟାରେଣ୍ଟି

ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ସହାୟତା ପାଇଁ ପ୍ରତିଶୃତି ଦିଆଯାଇଛି। ଏଥି ସହିତ, ୨୦୨୫ ସୁଦ୍ଧଶ ସରକାରୀ ଚାକିରିରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ କଂଗ୍ରେସ ନିଜ ନ୍ୟାୟ ପତ୍ରରେ କହିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Congress manifesto

Congress manifesto

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏହାପୂର୍ବରୁ କଂଗ୍ରେସ ଜାରି କରିଛି ତା'ର ଘୋଷଣା ପତ୍ର। ଏହାକୁ ସେ 'ନ୍ୟାୟ ପତ୍ର' ନାଁ ଦେଇଛି। ଏହି ନ୍ୟାୟ ପତ୍ରରେ ରହିଛି ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି। କଂଗ୍ରେସ ମୁଖ୍ୟା କାର୍ଯ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଏହି ଘୋଷଣା ପତ୍ରକୁ ପ୍ରକାଶ କରିଛନ୍ତି।

Advertisment

କଂଗ୍ରେସ ଏହି ଘୋଷଣା ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ୨୫ଟି ପ୍ରତିଶ୍ରୁତି ତଥା ଗ୍ୟାରେଣ୍ଟି ଦେଇଛି। ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ସହାୟତା ପାଇଁ ପ୍ରତିଶୃତି ଦିଆଯାଇଛି। ଏଥି ସହିତ, ୨୦୨୫ ସୁଦ୍ଧଶ ସରକାରୀ ଚାକିରିରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ କଂଗ୍ରେସ ନିଜ ନ୍ୟାୟ ପତ୍ରରେ କହିଛି।

କେବଳ ସେତିକି ନୁହେଁ ସଂରକ୍ଷଣ ସୀମା ବଢ଼ାଇବା, ଜାତିଗତ ଜନଗଣନା କରାଯିବ, ଋଣ ଛାଡ କମିଶନ ଗଠନ ଓ ନିଯୁକ୍ତ ଗ୍ୟାରେଣ୍ଟି, ସର୍ବନିମ୍ନ ମଜୁରୀ ୪୦୦, ୪୦ ଲକ୍ଷ ସରକାରୀ ଚାକିରୀ, ଗରିବ ମହିଳାଙ୍କୁ ୧ ଲକ୍ଷ ଟଙ୍କା ସହାୟତା, ତାଲିମ ପାଇଁ ୧ଲକ୍ଷ ଟଙ୍କା, ସହରୀ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଆଣିବାକୁ ପ୍ରତିଶୃତି ଦିଆଯାଇଛି।

Advertisment

ଏଥିସହ ରାଜସ୍ଥାନରେ କଂଗ୍ରେସ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଚିରଞ୍ଜୀବୀ ଯୋଜନାରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ସାରା ଦେଶରେ କ୍ୟାସ୍‌ ଲେସ୍‌ ବୀମା ଯୋଜନା କାର୍ଯ୍ୟକାରୀ ହେବ। ପରିବାରର ବୟସ୍କା ମହିଳାମାନଙ୍କୁ ମହାଲକ୍ଷ୍ମୀ ଯୋଜନା ଅନୁଯାୟୀ ବାର୍ଷିକ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କଂଗ୍ରେସରେ ନିଜ ନ୍ୟାୟ ପତ୍ରରେ କହିଛି।

ଏସସି, ଏସଟି ଓ ଓବିସି ପାଇଁ ସଂରକ୍ଷଣ ସୀମାକୁ ୫୦- ପ୍ରତିଶତକୁ ବୃଦ୍ଧି କରାଯିବ। ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ରହିବ। ଘର ନିର୍ମାଣ , ବ୍ୟବସାୟ କରିବାକୁ ଏସସି, ଏସଟି ବର୍ଗଙ୍କ ପାଇଁ ସଂସ୍ଥାଗତ ଋଣ ରାଣି ବୃଦ୍ଧି କରାଯିବ। ଓବିସି, ଏସସି, ଏସଟି ଛାତ୍ର ଛାତ୍ରୀଙ୍କ ପାଇଁ ସ୍କଲାରସିପ ରାଶିକୁ ୨ ଗୁଣା ବଢଯିବ। ବିଶେଷ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଲାଗୁ କରାଯିବ। ଗରିବ, ଓ ଏସସି ,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାର ନେଟୱାର୍କ କରାଯିବ।

ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ରୋକିବା ଏବଂ ପିଏମଏଲଏ ଆଇନରେ ପରିବର୍ତ୍ତନ ପାଇଁ ଘୋଷଣା କରାଯାଇଛି। କଂଗ୍ରେସର ଇସ୍ତାହାର ଦଳର ପାଞ୍ଚ ଜଣ ବିଚାରପତିଙ୍କୁ ଆଧାର କରି ପ୍ରସ୍ତୁତ ହୋଇଛି । କାମ, ଧନ ଓ କଲ୍ୟାଣ ଏହି ତିନୋଟି ଶବ୍ଦ ଉପରେ କଂଗ୍ରେସର ଘୋଷଣା ପତ୍ର ଆଧାରିତ। କାମ ଅର୍ଥ ହେଉଛି ତୁମକୁ ଚାକିରି ଦେବା ବୋଲି ମଲ୍ଲିକାର୍ଜୁନ୍ ଖଡ଼ଗେ କହିଛନ୍ତି।

Congress Loksabha Election 2024 Poll Manifesto Congress Manifesto 2024