Advertisment

ପାଲେଷ୍ଟାଇନ ଅଧିକାରକୁ ସମର୍ଥନ କଲା କଂଗ୍ରେସ

ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ CWC ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ଆହ୍ୱାନ କରୁଛି। ଏଥିସହ ବର୍ତ୍ତମାନ ସୃଷ୍ଟି ହୋଇଥିବା ବିବାଦର ସମାଧାନ ବୁଝାମଣା ଭିତ୍ତିରେ କରାଯାଉ ବୋଲି ପରାମର୍ଶ ଦେଉଛି।

Rahul Gandhi

Rahul Gandhi

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଲଢ଼େଇକୁ ତୁରନ୍ତ ବନ୍ଦ କରିବା ସପକ୍ଷରେ ମତ ରଖିଛି କଂଗ୍ରେସ। ଏଥିସହ ଦୀର୍ଘଦିନ ହେଲା ପାଲେଷ୍ଟାଇନର ଲୋକମାନେ ନିଜର ଅଧିକାର, ଜମି, ନିଜସ୍ୱ ସରକାର ଓ ସମ୍ମାନର ସହ ବଞ୍ଚିବା ପାଇଁ କରୁଥିବା ସଂଘର୍ଷକୁ ଦଳ ସମର୍ଥନ ଘୋଷଣା କରିଛି।

Advertisment

ଆଜି ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି(CWC) ବୈଠକ ବସିଥିଲା। ଏହାପରେ ଦଳ ପକ୍ଷରୁ ଇସ୍ରାଏଲ ଓ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଲଢ଼େଇ ସମ୍ପର୍କରେ ମତ ରଖାଯାଇଛି।

ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ CWC ତୁରନ୍ତ ଦୁଇ ପକ୍ଷଙ୍କୁ ଉତ୍ତେଜନା ହ୍ରାସ ପାଇଁ ଆହ୍ୱାନ କରୁଛି। ଏଥିସହ ବର୍ତ୍ତମାନ ସଂଘର୍ଷ ସୃଷ୍ଟି କରୁଥିବା ସବୁ ପ୍ରସଙ୍ଗ ସମେତ ସବୁ ପ୍ରକାରର ବିବାଦ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଦଳ ପରାମର୍ଶ ଦେଉଛି। 

Advertisment

ଏହାର ଦିନକ ପୂର୍ବରୁ କଂଗ୍ରେସ ଇସ୍ରାଏଲର ସାଧାରଣ ଲୋକଙ୍କ ଉପରେ ହମାସ ପକ୍ଷରୁ କରାଯାଇଥିବା ଆକ୍ରମଣକୁ ନିନ୍ଦା କରାଯାଇଥିଲା।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ପାଲେଷ୍ଟାଇନ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବା ସପକ୍ଷରେ ଦଳ ରହିଛି। ଆଲୋଚନା ଓ ଇସ୍ରାଏଲର ଜାତୀୟ ସୁରକ୍ଷାକୁ ନିଶ୍ଚିତ କରି ପାଲେଷ୍ଟାଇନର ବୈଧ ଅଧିକାରକୁ ପୂରଣ କରାଯାଉ ବୋଲି ସେ କହିଛନ୍ତି।

ସୋମବାର ହମାସ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ତୃତୀୟ ଦିନରେ ପହଞ୍ଚିଛି। ଇସ୍ରାଏଲ ସେନା ଗାଜା ଷ୍ଟ୍ରିପକୁ ସଂପୂର୍ଣ୍ଣ ଭାବେ ଦଖଲ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଲଢ଼େଇରେ ୧୧ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନେକ ଘର ଓ ପ୍ରତିଷ୍ଠାନ ମାଟିରେ ମିଶି ଯାଇଛି।

Congress Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe