Advertisment

ଛିଣ୍ଡିଲାନି ଅଙ୍କ, କଂଗ୍ରେସକୁ ବାଏ ବାଏ କହିଲା ସପା!

ସିଟ୍‌ ସେୟାରିଂକୁ ନେଇ ଗତକାଲି ରାତିରୁ ଚାଲିଥିବା ଆଲୋଚନା ଶେଷରେ ବିଫଳ ହୋଇଛି।

Rahul Gandhi and Akhilesh Yadav

Rahul Gandhi and Akhilesh Yadav

Advertisment

ଲୋକସଭା ନିର୍ବାଚନକୁ ନେଇ ଛିଣ୍ଡିଲାନି ଆସନ ଅଙ୍କ। ସିଟ୍‌ ସେୟାରିଂକୁ ନେଇ ଗତକାଲି ରାତିରୁ ଚାଲିଥିବା ଆଲୋଚନା ଶେଷରେ ବିଫଳ ହୋଇଛି। କଂଗ୍ରେସ ଠାରୁ ଖପ୍ପା ହୋଇଯାଇଛି ସମାଜବାଦୀ ପାର୍ଟି। କଂଗ୍ରେସକୁ ବାଏ ବାଏ କହିଛି ସପା। ଫଳରେ ଉତ୍ତରପ୍ରଦେଶରେ ମଧ୍ୟ ଇଣ୍ଡି ଆଲାଏନ୍ସକୁ ଲାଗିଛି ଶକ୍ତ ଝଟ୍‌କା।

Advertisment

ଉତ୍ତରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସପି) ମଧ୍ୟ ଇଣ୍ଡିଆ ମେଣ୍ଟଠାରୁ ନିଜକୁ ଦୂରେଇ ଦେଇଛି। ସୂଚନାନୁସାରେ, ଲୋକସଭା ନିର୍ବାଚନ ପାଇଁ ଏସପି ଏବଂ କଂଗ୍ରେସ ମଧ୍ୟରେ ଆଉ କୌଣସି ମେଣ୍ଟ ହେବ ନାହିଁ। ଉଭୟ ଦଳ ଏକାକି ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି। ସୂତ୍ର ଅନୁଯାୟୀ କଂଗ୍ରେସ ସହ ଆସନ ଭାଗବଣ୍ଟାକୁ ନେଇ ସମାଜବାଦୀ ପାର୍ଟିର ଚାଲିଥିବା ଆଲୋଚନା ବିଫଳ ହୋଇଛି। ଆଲୋଚନା ବିଫଳ ହେବାର ମୁଖ୍ୟ କାରଣ ତିନୋଟି ଲୋକସଭା ଆସନ ରହିଛି।

କଂଗ୍ରେସକୁ ଉତ୍ତରପ୍ରଦେଶରେ ୧୭ଟି ଆସନ ଅଫର କରିଥିଲେ ଅଖିଳେଶ ଯାଦବ। ତେବେ ଏହି ଆସନ ତାଲିକାରେ ମୁରାଦାବାଦ, ବଲିଆ ଓ ବିଜନୋର ସାମିଲ ନଥିଲା। ଏହି ୩ଟି ଆସନ ଦେବା ପାଇଁ କଂଗ୍ରେସ ଦାବି କରିଥିଲା। କଂଗ୍ରେସ ମୁରାଦାବାଦ ଓ ବାଲିଆ ଆସନ ଚାହୁଁଥିବା ବେଳେ ସମାଜବାଦୀ ପାର୍ଟି ଏହି ଆସନ ଛାଡିବାକୁ ପ୍ରସ୍ତୁତ ନୁହେଁ। ମୁରାଦାବାଦ ଆସନକୁ ନେଇ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ଅଡ଼ି ବସିଛନ୍ତି। ସେହିଭଳି କଂଗ୍ରେସ ବିଜନୋର ଆସନ ମଧ୍ୟ ଚାହୁଁଛି। ୩ଟି ଆସନକୁ ନେଇ ଉଭୟ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ବାଲିଆ, ମୁରାଦାବାଦ ଓ ବିଜନୋର ଏହି ୩ ଆସନକୁ ନେଇ ଉଭୟ ଦଳ ମଧ୍ୟ ଆସନ ବୁଝାମଣା ହୋଇପାରିନାହିଁ। 

Advertisment

ସପାର ସିଟ୍‌ ସେୟାରିଂ ତାଲିକାକୁ ନେଇ ସହମତି ଦେଇନାହିଁ କଂଗ୍ରେସ। ଏହାକୁ ନେଇ ଅଖିଳେଶ ଯାଦବ ଅସନ୍ତୋଷ ଅଛନ୍ତି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଆଲୋଚନାରେ କୌଣସି ଫଳାଫଳ ମିଳିନଥିବା ବେଳେ ସପା ଏଠାରେ ଆଲୋଚନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଅଖିଳେଶ ଯାଦବ ମଧ୍ୟ ରାହୁଲ ଗାନ୍ଧିଙ୍କୁ ଆଉ ଭେଟିବେ ନାହିଁ। କି ତାଙ୍କ ନ୍ୟାୟ ଯାତ୍ରାରେ ଆଉ ସାମିଲ ହେବ ନାହିଁ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମିଳିତ ଭାବେ ଲଢିବେ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Akhilesh Yadav Congress Rahul Gandhi Samajwadi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe