Advertisment

ରାହୁଲଙ୍କ ସାଂସଦ ପଦ ରଦ୍ଦ ପରେ କଂଗ୍ରେସର ରଣହୁଙ୍କାର

କଂଗ୍ରେସର ବରିଷ୍ଟ ନେତାମାନେ ରାଜଘାଟର ମହାତ୍ମା ଗାନ୍ଧୀଙ୍କ ସମାଥି ସ୍ଥଳରେ ସଙ୍କଳ୍ପ ସତ୍ୟାଗ୍ରହ କରିବାକୁ ଚାହୁଁଥିଲେ। କିନ୍ତୁ ଏହାକୁ ଅନୁମତି ମିଳିନାହିଁ।

ଅଦ୍ୟତନ ହୋଇଛି
Congress Sankalp Satyagraha

Congress Sankalp Satyagraha

Advertisment

ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ କଂଗ୍ରେସ ଦଳ ଆର୍‌-ପାର୍ ମୁଡ୍‌ରେ ରହିଛି। କଂଗ୍ରେସ ଦଳ ଏବେ କୋର୍ଟ ସମେତ ଏବେ ରାସ୍ତା ଉପରକୁ ଓହ୍ଲାଇଛି। ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଆଜି ସମଗ୍ର ଦେଶରେ କଂଗ୍ରେସ ଦିନିକିଆ ସଂକଳ୍ପ ସତ୍ୟାଗ୍ରହ ଆରମ୍ଭ କରିଛି।

Advertisment

ଆଜି ସକାଳୁ କଂଗ୍ରେସର ବରିଷ୍ଟ ନେତାମାନେ ରାଜଘାଟର ମହାତ୍ମା ଗାନ୍ଧୀଙ୍କ ସମାଥି ସ୍ଥଳରେ ସଙ୍କଳ୍ପ ସତ୍ୟାଗ୍ରହ କରିବାକୁ ଚାହୁଁଥିଲେ। କିନ୍ତୁ ଏହାକୁ ଅନୁମତି ମିଳିନାହିଁ। କଂଗ୍ରେସ କରିଥିବା ଅନୁରୋଧକୁ ଆଇନ-ଶୃଙ୍ଖଳା କାରଣ ଦର୍ଶାଇ ଅଗ୍ରାହ୍ୟ କରାଯାଇଥିଲେ ବି ରାଜଘାଟ ସମ୍ମୁଖରେ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ ନେତା କେ.ସି. ବେଣୁଗୋପାଳ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସତ୍ୟାଗ୍ରହର ନେତୃତ୍ୱ ନେଇଛନ୍ତି। ଗାନ୍ଧୀ ଦର୍ଶନ ମଞ୍ଚରେ କଂଗ୍ରେସର ସମସ୍ତ ନେତା କର୍ମୀ ଏକାଠି ହୋଇଛନ୍ତି, ଏହା ରାଜଘାଟ ପାଶ୍ୱର୍ରେ ହିଁ ରହିଛି।

କଂଗ୍ରେସ ନେତା ଓ ସମର୍ଥକମାନେ ରାଜଘାଟ ସମ୍ମୁଖରେ ଥିବା ଗାନ୍ଧୀ ଦର୍ଶନ ମେମୋରିଆଲ୍ ବାହାରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ସଲ୍‌ମନ୍ ଖୁର୍ସିଦ୍ ଓ ସେବା ଦଳ କଂଗ୍ରେସ ମଧ୍ୟ ସେଠାରେ ପହଞ୍ଚିଛନ୍ତି।

Advertisment

ସେପଟେ କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ ପୂର୍ବରୁ ରାଜଘାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀ ପୁଲିସ କହିଛି ଯେ, କଂଗ୍ରେସର ସତ୍ୟାଗ୍ରହ ପାଇଁ ଅନୁମତି ମଗା ଯାଇଥିଲା, କିନ୍ତୁ ଦିଆଯାଇନାହିଁ। ପୁଲିସ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିଛି। ୧୪୪ ଧାରା ଜାରି, ଆଇନ-ଶୃଙ୍ଖଳା ପରିସ୍ଥିତି ଏବଂ ଯାନବାହନ ଚଳାଚଳରେ ବ୍ୟାଘାତ କଥା ଦର୍ଶାଇ ରାଜଘାଟରେ ପ୍ରତିବାଦ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇ ନାହିଁ ବୋଲି ପୁଲିସ କହିଛି।

ଏଥିସହ ଦେଶରେ ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ନେତା ଓ କର୍ମୀମାନେ ଗାନ୍ଧୀ ପ୍ରତିମା ସାମ୍ନାରେ ବସି ସଙ୍କଳ୍ପ ସତ୍ୟାଗ୍ରହ କରୁଛନ୍ତି। ସେପଟେ ସୋମବାର ଠାରୁ କଂଗ୍ରେସ ସମ୍ବିଧାନ ବଚାଓ ଅଭିଯାନ ମଧ୍ୟ ଆରମ୍ଭ କରିବ। 

Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe