Advertisment

ପ୍ରଚାର କରିବାକୁ ଯାଇଥିଲେ ପ୍ରିୟଙ୍କା, ଲ୍ୟାଣ୍ଡ କରିପାରିଲାନି ହେଲିକପ୍ଟର

କଠୁଆ ଜିଲ୍ଲାର ବିଲାଓ୍ଵାର ନିର୍ବାଚନ ମଣ୍ଡଳୀରେ ହେଲିକପ୍ଟର ଅବତରଣ କରାଇବାରେ ପ୍ରଶାସନ ସାହାଯ୍ୟ କରୁନଥିବା ଏବଂ ତାଙ୍କ ପ୍ରଚାରରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିବା ଶନିବାର କଂଗ୍ରେସ ଅଭିଯୋଗ କରିଛି।

Priyanka Gandhi

Priyanka Gandhi

Advertisment

ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲା ଯାଇଥିଲେ। ହେଲେ ଏହି ସମୟରେ ତାଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିପାରିନଥିଲା। ତାଙ୍କ ହେଲିକପ୍ଟର ଅବତରଣ କରିବାରେ ପ୍ରଶାସନ ସହଯୋଗ କରୁନାହିଁ। ଏପରି କିଛି ଅଭିଯୋଗ କରିଛି କଂଗ୍ରେସ। କଠୁଆ ଜିଲ୍ଲାର ବିଲାଓ୍ଵାର ନିର୍ବାଚନ ମଣ୍ଡଳୀରେ ହେଲିକପ୍ଟର ଅବତରଣ କରାଇବାରେ ସାହାଯ୍ୟ କରୁନଥିବା ଏବଂ ତାଙ୍କ ପ୍ରଚାରରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିବା ଶନିବାର କଂଗ୍ରେସ ଅଭିଯୋଗ କରିଛି।

Advertisment

ପ୍ରିୟଙ୍କା ଗାନ୍ଧି ଜମ୍ମୁ ଅଞ୍ଚଳର ବିଲ୍ଲାଓ୍ଵାର ଏବଂ ବିଷ୍ଣାହ ନିର୍ବାଚନମଣ୍ଡଳୀରେ ରାଲି କରିବାର ଥିଲା, କିନ୍ତୁ ତାଙ୍କ ହେଲିକପ୍ଟର ସେଠାରେ ଅବତରଣ କରିପାରିନଥିଲା। ଫଳରେ ସେ ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ମନୋହର ଲାଲଙ୍କ ପାଇଁ ପ୍ରଚାର କରିପାରିନଥିଲେ ବୋଲି କଂଗ୍ରେସ କହିଛି।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଚମ୍ବ ଓ ରାମଗଡ଼ ନିର୍ବାଚନମଣ୍ଡଳୀରେ ରାଲି କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଶୁକ୍ରବାର ତାଙ୍କ ହେଲିକପ୍ଟରରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା।

Advertisment

ଜମ୍ମୁ-କଶ୍ମୀର କଂଗ୍ରେସ କମିଟି (ଜେକେପିସିସି)ର ମୁଖ୍ୟ ମୁଖପାତ୍ର ରବୀନ୍ଦ୍ର ଶର୍ମା କହିଛନ୍ତି, ଆମେ ପ୍ରଶାସନଠାରୁ ସ୍ପଷ୍ଟୀକରଣ ଚାହୁଁଛୁ। ପ୍ରିୟଙ୍କା ଗାନ୍ଧିଙ୍କ ବିଲାଓ୍ଵାର ରାଲିକୁ ପ୍ରଶାସନ ବାଧା ଦେଇଛି। ତେଣୁ ଘଟଣାର ତଦନ୍ତ ଦାବି କରିବାକୁ ନିର୍ବାଚନ କମିଶନଙ୍କୁ ସେ ଅନୁରୋଧ କରିଛନ୍ତି।

ସେପଟେ ବିଷ୍ଣାହରେ ରାଲିକୁ ସମ୍ବୋଧିତ କରି ପ୍ରିୟଙ୍କା ଗାନ୍ଧି ବିଜେପିକୁ ଟାର୍ଗେଟ କରିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ବିଜେପି ଏହି ଅଞ୍ଚଳକୁ ସଙ୍କଟ ଭିତରକୁ ଠେଲି ଦେଇଛି ବୋଲି ସେ କହିଛନ୍ତି। କଂଗ୍ରେସ କଶ୍ମୀରର ମର୍ଯ୍ୟାଦା ଓ ସମ୍ମାନ ଫେରାଇ ଆଣିବ ବୋଲି ପ୍ରିୟଙ୍କା କହିଛନ୍ତି। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ସହ ୧୫୦ ବର୍ଷ ପୁରୁଣା 'ଦରବାର ମୁଭ୍' ପ୍ରଥାକୁ ପୁନର୍ଜୀବିତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ବିଜେପି ଜମ୍ମୁ-କଶ୍ମୀରକୁ ନିଜର ଫାଇଦା ପାଇଁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିଛି ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଏହାକୁ ନେଇ ଏକ ମାହୋଲ ସୃଷ୍ଟି କରିଛି। ବିଜେପି ସରକାର ଜମ୍ମୁ ଲୋକଙ୍କ ମାନ୍ୟତା, ଜମି ଓ ଚାକିରି ଅଧିକାର ଛଡ଼ାଇ ନେଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ।

ସେହିପରି ପ୍ରିୟଙ୍କା ଗାନ୍ଧି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଉପରାଜ୍ୟପାଳ ଏକଛତ୍ରବାଦ ଭଳି ଶାସନ କରୁଛନ୍ତି, ବିନା କୌଣସି ଉତ୍ତରଦାୟିତ୍ୱରେ ଜମ୍ମୁ-କଶ୍ମୀରକୁ ଲୁଟ୍ କରୁଛନ୍ତି। ବଡ଼ ବଡ଼ କର୍ପୋରେଟ୍ ହାଉସକୁ ସାହାଯ୍ୟ କରୁଛନ୍ତି। ବାହାରୁ ଆସିଥିବା ଲୋକମାନପଙ୍କୁ ଶୋଷଣ କରୁଛନ୍ତି ଏବଂ ଯୁବକମାନେ ରୋଜଗାର ପାଇବା ପାଇଁ ସଂଘର୍ଷ କରୁଛନ୍ତି ବୋଲି ସେ କହିଛନ୍ତି।

Congress Priyanka Gandhi Jammu Kashmir Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe