/odisha-reporter/media/media_files/2026/01/13/bjp-2026-01-13-13-48-55.jpg)
ବିଜେପି ଅଫିସରେ ସିପିସି ପ୍ରତିନିଧି ଦଳ
ଭାରତୀୟ କ୍ଷେତ୍ରକୁ ଚାଇନା ନିଜର ବୋଲି ଦାବି କରିବା ପରେ ରାଜନୀତିକ ବିବାଦ ଦେଖିବାକୁ ମିଳିଛି। ଗୋଟିଏ ପଟେ ଚାଇନିଜ କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଆସି ବିଜେପି ଅଫିସରେ ବରିଷ୍ଠ ନେତାମାନଙ୍କୁ ଭେଟିଥିବା ବେଳେ ଅନ୍ୟପଟେ ଚାଇନିଜ ସରକାର ଭାରତୀୟ କ୍ଷେତ୍ରକୁ ନିଜର ବୋଲି ଦାବି କରିଛନ୍ତି।
ଏହାକୁ ନେଇ କଂଗ୍ରେସ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିଛି। ଜମ୍ମୁ-କଶ୍ମୀରର ଶାକସଗାମ ଉପତ୍ୟକାରେ ଚାଇନିଜ ନିର୍ମାଣ କାମ ଚାଲିଥିବା ବେଳେ ବିଜେପି ନେତାମାନେ କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିବା ଘଟଣାକୁ କଂଗ୍ରେସ(Congress) ସହଜରେ ହଜମ କରିପାରି ନାହିଁ।
ନୂଆଦିଲ୍ଲୀରେ ଚାଇନିଜ କମ୍ୟୁନିଷ୍ଟ ପାର୍ଟିର ଗୋଟିଏ ପ୍ରତିନିଧି ମଣ୍ଡଳୀ ଓ ବରିଷ୍ଠ ବିଜେପି ନେତାଙ୍କ ମଧ୍ୟରେ ଗୋଟିଏ ବୈଠକ ବସିଥିଲା। ଏହାକୁ ନେଇ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନାତେ। ସେ ଜାତୀୟ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଚାଇନା କ୍ଷେତ୍ରୀୟ ଦାବି କରୁଥିବା ବେଳେ ରାଜଧାନୀରେ ରାଜନୀତିକ ସମ୍ପର୍କ ବୃଦ୍ଧି କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ଜମ୍ମୁ-କଶ୍ମୀରର ଶାକସଗାମ ଉପତ୍ୟକାକୁ ଚାଇନା ନିଜର ବୋଲି ଦାବି କରୁଛି। ବେଶ କିଛି ଦିନ ହେବ ସିପିଇସି ନାଁରେ ସେଠାରେ ନିର୍ମାଣ କାମ ଜୋରସୋରରେ ଚାଲିଛି। ଲଦାଖ ପରେ ଚାଇନା ଏତେ ବାଟ ଯାଏ କେମିତି ଅନୁପ୍ରବେଶ କଲା? ଚାଇନା ଏତେ ଦୁଷ୍ଟତା କେମିତି ପ୍ରଦର୍ଶନ କରୁଛି? ଏସବୁ ଭିତରେ ବିଜେପି ନେତାମାନେ ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ବୈଠକ କରୁଛନ୍ତି।”
ସୀମା ବିବାଦ ମଧ୍ୟରେ ବିଜେପି କାହିଁକି ଚାଇନିଜ କମ୍ୟୁନିଷ୍ଟ ପାର୍ଟି ସହ ଏତେ ସକ୍ରିୟ ଭାବେ ଯୋଗାଯୋଗ ସ୍ଥାପନ କରୁଛି ବୋଲି ପ୍ରଶ୍ନ କରି ନିଜର ସମାଲୋଚନାକୁ ଆହୁରି ତୀବ୍ର କରିଛନ୍ତି ସୁପ୍ରିୟା। ବୈଠକ ବେଳର ଫଟୋର ଉଦାହରଣ ଦେଇ ସେ କହିଛନ୍ତି ଯେ “ଏହା ବିଜେପି ଅଫିସର ଫଟୋ। ବିଜେପି ନେତା ଓ ଚାଇନାର କମ୍ୟୁନିଷ୍ଟ ପାର୍ଟିର ନେତାଙ୍କ ମଧ୍ୟରେ ବୈଠକ ହୋଇଛି।
ଅପରେସନ ସିନ୍ଦୂର ବେଳେ ଚାଇନା ଖୋଲାଖୋଲି ଭାବେ ପାକିସ୍ତାନର ସମର୍ଥନ କରିଥିଲା। ଗଲୱାନରେ ଆମ ବୀର ଯବାନ ସହିଦ ହୋଇଥିଲେ। ଲଦାଖରେ ଅନୁପ୍ରବେଶ କରି ଚାଇନ ବସି ରହିଛି। ଅରୁଣାଚଳ ପ୍ରଦେଶରେ ଗ୍ରାମ ସ୍ଥାପନ କରୁଛି। କିନ୍ତୁ ଏଠାରେ ଆଲିଙ୍ଗନ ଅଦଳବଦଳ କରାଯାଉଛି।”
चीन ने जम्मू कश्मीर की शकसगाम वैली को अपना इलाका कहा
— Supriya Shrinate (@SupriyaShrinate) January 13, 2026
पिछले कई दिनों से CPEC के नाम पर चीन यहाँ कंस्ट्रक्शन कर रहा है
लद्दाख के बाद अब चीन यहाँ तक कैसे घुस गया?
चीन इतनी हिमाकत जैसे कर रहा है?
उधर BJP नेताओं की चीन की कम्युनिस्ट पार्टी के साथ मीटिंग हो रही हैं! pic.twitter.com/5gjW8Z0T51
ଏତେ ସବୁ ଘଟୁଥିବା ବେଳେ କିଛି ମିଡିଆ ଚୁପ ରହିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସୁପ୍ରିୟା କହିଛନ୍ତି, “ଏହି ବୈଠକ ସମ୍ପର୍କରେ କାହିଁକି କେହି ବିଜେପିକୁ ପ୍ରଶ୍ନ କରୁ ନାହାନ୍ତି। ଏହି ସମ୍ପର୍କକୁ କ’ଣ ନାଁ ଦିଆଯିବ? କାହିଁକି ବିଜେପି ଦେଶ ବିରୋଧରେ ଏପରି ବିଦ୍ରୋହୀ କାମ କରୁଛି? ବିଜେପି ଓ ଚାଇନା ମଧ୍ୟରେ କ’ଣ ଗୁପ୍ତ ବୁଝାମଣା ହୋଇଛି?”
ବୈଠକ ଖବରକୁ ନିଶ୍ଚିତ କଲା ବିଜେପି
ଚାଇନିଜ କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି ମଣ୍ଡଳୀ ସହ ବୈଠକକୁ ଯର୍ଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଛି ବିଜେପି। ଏହାକୁ ବିଜେପି ପକ୍ଷରୁ ଅନ୍ତଃ ଦଳୀୟ ଆଲୋଚନାର ନାଁ ଦିଆଯାଇଛି। ବିଜେପିର ବୈଦେଶିକ ବ୍ୟାପାର ଦାୟିତ୍ୱରେ ଥିବା ବିଜୟ ଚୌଥାଇୱାଲେ କହିଛନ୍ତି ଯେ “ଆଜି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ଗୋଟିଏ ପ୍ରତିନିଧି ମଣ୍ଡଳୀ ବିଜେପିର ମୁଖ୍ୟାଳୟ ଭ୍ରମଣ କରିଛନ୍ତି।
ବିଜେପି ଓ ସିପିସି ମଧ୍ୟରେ ଅନ୍ତଃ ଦଳୀୟ ଯୋଗାଯୋଗକୁ ଆଗକୁ ନେବାକୁ ଆଲୋଚନା ହୋଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଭାରତରେ ଅବସ୍ଥାପିତ ଚାଇନିଜ ରାଷ୍ଟ୍ରଦୂତ ହେ ଜୁ ଫୈହଙ୍ଗ ମଧ୍ୟ ରହିଥିଲେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
