Advertisment

NTAରେ ଧସେଇ ପଶିଲେ, ଭିତରୁ ତାଲା ପକାଇ ଦେଲେ ଛାତ୍ର କଂଗ୍ରେସ ସଦସ୍ୟ

ଦିଲ୍ଲୀର ଓଖଲାରେ ଥିବା ଅଫିସରେ ସେମାନେ ପ୍ରବେଶ କରିବା ସହ ଭିତର ପଟୁ ତାଲା ପକାଇ ଦେଇଛନ୍ତି।

author-image
Hemant Lenka
NTA

NTA

ଦେଶରେ ବିଭିନ୍ନ ପ୍ରବେଶିକା ପରୀକ୍ଷା କରୁଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଅଫିସରେ ଆଜି ଧସେଇ ପଶିଛନ୍ତି ଛାତ୍ର କଂଗ୍ରେସର ଅନେକ ସଦସ୍ୟ। ଦିଲ୍ଲୀର ଓଖଲାରେ ଥିବା ଅଫିସରେ ସେମାନେ ପ୍ରବେଶ କରିବା ସହ ଭିତର ପଟୁ ତାଲା ପକାଇ ଦେଇଛନ୍ତି। ଏହାକୁ ନେଇ ବେଶ ହଙ୍ଗାମା ଦେଖିବାକୁ ମିଳିଛି। ନିଟ୍‌ ପ୍ରଶପତ୍ର ଲିକ ଅଭିଯୋଗରେ ଛାତ୍ର କଂଗ୍ରେସ ପକ୍ଷରୁ ଏପରି କରାଯାଇଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଛାତ୍ର କଂଗ୍ରେସର ଅନେକ ସଦସ୍ୟ ହାତରେ ଚେନ ଓ ତାଲା-ଚାବି ଧରି ଏନଟିଏ ଅଫିସରେ ବଳପୂର୍ବକ ପ୍ରବେଶ କରୁଛନ୍ତି। ସେମାନେ ଏହି ସମୟରେ ଏନଟିକୁ ବନ୍ଦ କର ଓ ଏନଟିଏ ମୁର୍ଦାବାଦ ନାରା ମଧ୍ୟ ଦେଉଛନ୍ତି। ସେମାନେ ଏକାଠି ଦୌଡ଼ାଦୌଡ଼ି ହୋଇ ଅଫିସ ଭିତରେ ପଶିବା ସହ ଏହାକୁ ଭିତରକୁ ଲକ କରି ଦେଉଥିବା ଦେଖିବାକୁ ମିଳୁଛି।

ଖବର ପାଇ ପୁଲିସ୍‌ ଓ ଅର୍ଦ୍ଧସାମରିକ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଏନଟିଏ ଅଫିସ ବାହାରେ ରୁଣ୍ଡ ହୋଇଥିବା ଲୋକଙ୍କୁ ବିଦା କରିଥିଲେ। ସେହିପରି ଛାତ୍ର କଂଗ୍ରେସର ସଦସ୍ୟମାନଙ୍କୁ ତାଲା ଖୋଲିବାକୁ ବୁଝାସୁଝା କରିଥିଲେ।

Advertisment

ଅନ୍ୟପକ୍ଷରେ ଯୁବ କଂଗ୍ରେସ ପକ୍ଷରୁ ନିଟ୍‌ ୟୁଜି ପେପର ଲିକ ମାମଲାରେ ପୂର୍ବଭଳି ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନେ ସରକାର ଓ ଏନଟିଏ ବିରୋଧରେ ନାରାବାଜୀ ମଧ୍ୟ କରିଛନ୍ତି।

NEET NEET Result NTA