Advertisment

ଆକ୍ସନ ମୁଡ୍‌ରେ କଂଗ୍ରେସ, ୨୨ ବିଦ୍ରୋହୀ ନେତାଙ୍କୁ କଲା ଆଉଟ୍‌

ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ନେତାମାନଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି।

Congress

Congress

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ କଂଗ୍ରେସ। ବିଦ୍ରୋହୀ ନେତାଙ୍କ ବିରୋଧରେ ଆରମ୍ଭ କରିଛି କଠୋର କାର୍ଯ୍ୟାନୁଷ୍ଠାନ। ୨୨ ବିଦ୍ରୋହୀ ନେତାଙ୍କୁ ହାତ ଦେଖାଇଲା ବାହାରର ରାସ୍ତା। ଦଳ ବିରୋଧରେ ବିଦ୍ରୋହ କରି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୨ ନେତାଙ୍କୁ କଂଗ୍ରେସ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ନେତାମାନଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି।

Advertisment

ପ୍ରକୃତରେ ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍‌। ତେବେ ଏହା ପୂର୍ବରୁ ବିଦ୍ରୋହୀ ନେତାମାନେ କଂଗ୍ରେସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ଜଣାପଡିଛି। ଦଳରୁ ବହିଷ୍କୃତ ହୋଇଥିବା ୨୨ ନେତା ଆସନ୍ତା ବିଧାନସଭା ନିର୍ବାଚନରେ ​​ମହା ବିକାଶ ଆଗାଡି (MVA) ଙ୍କ ପ୍ରାର୍ଥୀଙ୍କ ବିରୋଧରେ ହିଁ ମୈଦାନକୁ ଓହ୍ଲାଇଛନ୍ତି।

କଂଗ୍ରେସରୁ ବହିସ୍କୃତ ହୋଇଥିବା ନେତାଙ୍କ ମଧ୍ୟରେ ଅେନକ ବଡ଼ ବଡ଼ ନେତା ସାମିଲ ଅଛନ୍ତି। ଏଥିରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲକ (ରାମଟେକ ନିର୍ବାଚନମଣ୍ଡଳୀ), ୟାଜ୍ଞଭଲ୍କ ଜିଚକର (କାଟୋଲ), କମଲ ବ୍ୟବହାରେ (କସବା), ମନୋଜ ସିନ୍ଦେ (କୋପ୍ରି ପାଚପଖାଣ୍ଡି) ଏବଂ ଆବା ବାଗୁଲ (ପାର୍ବତୀ) ସାମିଲ ଅଛନ୍ତି। ବିଦ୍ରୋହୀମାନଙ୍କ ଉପରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଦାୟିତ୍ୱରେ ଥିବା ରମେଶ ଚେନ୍ନାଥାଲାଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ କହିଛି।

Advertisment

କହିରଖୁ ଯେ, ଆସନ୍ତା ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଅନ୍ୟାନ୍ୟ ଉପ-ନିର୍ବାଚନର ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ। ବର୍ତ୍ତମାନ ମହାରାଷ୍ଟ୍ରରେ ଦୁଇଟି ମୁଖ୍ୟ ମିଳିତ ମଞ୍ଚ ମଧ୍ୟରେ ଲେଢ଼ଇ ଚାଲିଛି ଯେଉଁଥିରେ MVA ଏବଂ Mahayuti ସାମିଲ ଅଛି। Mahayuti ରେ ବିଜେପି, ଶିବସେନା (ଏକନାଥ ସିନ୍ଦେ) ଏବଂ ଏନସିପି (ଅଜିତ ପାୱାର) ଅଛନ୍ତି।

Congress Maharashtra Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe