Advertisment

କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ କଂଗ୍ରେସରୁ ବହିସ୍କୃତ

ଦଳବିରୋଧୀ କାର୍ଯ୍ୟ ପାଇଁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରେନିତ କୌରଙ୍କୁ ବହିସ୍କାର କରିଛି ଦଳ।

Preneet Kaur

Preneet Kaur

Advertisment

ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରେନିତ କୌରଙ୍କୁ ବହିସ୍କାର କରିଛି। ପ୍ରେନିତ କୌର ଏବେ ଲୋକସଭା ସାଂସଦ ଅଛନ୍ତି। ପ୍ରେନିତ ବିଜେପି ସପକ୍ଷରେ ଏବଂ କଂଗ୍ରେସ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା। ରାଜ୍ୟ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂ ରାଜା ୱାରିଙ୍ଗଙ୍କ ଅଭିଯୋଗ କ୍ରମେ ଏଆଇସିସିର ଶୃଙ୍ଖଳା ଗତ କମିଟି ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଥିବା ଦଳ କହିଛି। ସେହିପରି ପଟିଆଲା ସାଂସଦ ଥିବା ପ୍ରେନିତ କୌରଙ୍କୁ ତୁରନ୍ତ ଦଳରୁ ନିଲମ୍ବିତ କରାଯାଇଛି।

Advertisment

ଦଳରୁ କାହିଁକି ତାଙ୍କୁ ବହିସ୍କାର କରାଯିବ ନାହିଁ ଏଥିପାଇଁ ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କୌରଙ୍କୁ ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ବିଜେପିକୁ ସାହାଯ୍ୟ କରିବା ପାଇଁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ଦଳ ଏକ ପ୍ରେସ ବିବୃତ୍ତିରେ କହିଛି। ପଞ୍ଜାବର ଅନ୍ୟ କେତେକ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏହି ମତ ଦେଇଛନ୍ତି।

କୌରଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ନିୟମିତ ଅଭିଯୋଗ ହୋଇ ଆସୁଥିଲା। ରାଜ୍ୟ କଂଗ୍ରେସ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଦଳର ଶୃଙ୍ଖଳାଗତ କମିଟି ତାଙ୍କୁ ବହିସ୍କାର କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ତାଙ୍କ ସ୍ୱାମୀ କ୍ୟାପ୍ଟେନ ଅମରିନ୍ଦର ସିଂହ ବିଜେପିରେ ଅଛନ୍ତି। ଅମରିନ୍ଦର ସିଂହ ନଭେମ୍ବର ୨୦୨୧ ରେ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ଲାଗି ରହିଥିବା ବିବାଦ ଓ ହାଇ କମାଣ୍ଡଙ୍କ ମତିଗତିକୁ ଦେଖି ସେ ତାଙ୍କ ପୁରୁଣା କଂଗ୍ରେସ ଦଳ ଛାଡିଥିଲେ।

Advertisment

ତାଙ୍କ ସହିତ ତାଙ୍କ ଝିଅ ଜୟ ଇନ୍ଦର କୌର ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । କଂଗ୍ରେସ ଛାଡ଼ିବା ପରେ କ୍ୟାପଟେନ ଆରମ୍ଭ କରିଥିବା ନୂଆ ଦଳ ପଂଜାବ ଲୋକ କଂଗ୍ରେସର ବିଲୟ ବିଜେପିରେ ହୋଇଛି ୧୯୯୨ରେ ସେ ଅକାଳି ଦଳ ତ୍ୟାଗ କରି ଶିରୋମଣି ଅକାଳି ଦଳ (ପାନ୍ଥିକ) ଗଠନ କରିଥିଲେ । ତେବେ ଏହି ଦଳ ବିଧାନସଭା ନିର୍ବାଚନରେ କୌଣସି ସଫଳତା ହାସଲ କରିପାରନଥିଲା । ଫଳରେ ୧୯୯୮ରେ ସେ କଂଗ୍ରେସରେ ମିଶିବା ସହ ଏହି ଦଳର ବିଲୟ କଂଗ୍ରେସରେ ହୋଇଥିଲା ।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe