Advertisment

ଅଶ୍ଲୀଳ ଭିଡିଓ ମାମଲା: କଂଗ୍ରେସର ପ୍ରଶ୍ନ- ବିଦେଶ ପଳାଇଥିବା ପ୍ରଜ୍ଜ୍ୱଳଙ୍କୁ କାହିଁକି ଅଟକାଇଲେ ନାହିଁ ପ୍ରଧାନମନ୍ତ୍ରୀ

ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବାସ୍ତବତାଠାରୁ ବହୁ ଦୂରରେ ଅଛନ୍ତି। ସେ ସାଧାରଣ ଲୋକଙ୍କ ବାସ୍ତବ ଅବସ୍ଥା ସଂପର୍କରେ ଅବଗତ ନାହାନ୍ତି। ସେ ସାଧାରଣ ଲୋକଙ୍କୁ ଦୁଃଖ ବିଷୟରେ କିଛି ଜାଣନ୍ତି ନାହିଁ। କାରଣ ସେ ଜଣେ ଅହଙ୍କାରୀ।

author-image
Jitendra Garnayak
Prajwal Revanna

Prajwal Revanna

କର୍ଣ୍ଣାଟକାର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ଓ ଅଶ୍ଳୀଳ ଭିଡିଓ ଉତ୍ତୋଳନ ମାମଲାରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଦେଶ ଛାଡ଼ି ଜର୍ମାନୀ ପଳାଇଥିବା ଅଭିଯୋଗ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ କାହିଁକି ଅଟକାଇଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା।

Advertisment

ଆଜି ଆସାମର ଧୃବ୍ରୀରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କଲା ବେଳେ ପ୍ରିୟଙ୍କା କହିଥିଲେ, ଆପଣମାନେ ଦେଖିଲେ କର୍ଣ୍ଣାଟକାରେ କ’ଣ ଘଟିଗଲା। ଏହି ଲୋକମାନେ (ବିଜେପି) ମହିଳାଙ୍କ ସୁରକ୍ଷା କଥା କହୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କାହିଁକି ତାଙ୍କୁ (ପ୍ରଜ୍ଜ୍ୱଳଙ୍କୁ) ଭାରତ ଛାଡ଼ି ଯିବାରୁ ନିବୃତ୍ତ କଲେ ନାହିଁ। କାହିଁକି ପ୍ରଧାନମନ୍ତ୍ରୀ ତାଙ୍କୁ ଅଟକାଇଲେ ନାହିଁ।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବାସ୍ତବତାଠାରୁ ବହୁ ଦୂରରେ ଅଛନ୍ତି। ସେ ସାଧାରଣ ଲୋକଙ୍କ ବାସ୍ତବ ଅବସ୍ଥା ସଂପର୍କରେ ଅବଗତ ନାହାନ୍ତି। ସେ ସାଧାରଣ ଲୋକଙ୍କୁ ଦୁଃଖ ବିଷୟରେ କିଛି ଜାଣନ୍ତି ନାହିଁ। କାରଣ ସେ ଜଣେ ଅହଙ୍କାରୀ।

Advertisment

ସେହିଭଳି ଏହି ଘଟଣା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କୁ ସମାଲୋଚନା କରିଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ସେ କହିଛନ୍ତି ଯେ ଏଚ୍‌ଡି ଦେବଗୌଡ଼ା ଯୋଜନାବଦ୍ଧ ଭାବେ ତାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଦେଶରୁ ଫେରାର କରାଇ ଦେଇଛନ୍ତି। ଆଉ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଅଜ୍ଞାତରେ ସେ ଦେଶ ଛାଡ଼ି ଯିବାର ପ୍ରଶ୍ନ ଉଠୁନାହିଁ। ତାଙ୍କର ଡିପ୍ଲୋମାଟିକ ପାସ୍‌ପୋର୍ଟକୁ ତୁରନ୍ତ ବାତିଲ କରାଯାଉ ବୋଲି ସେ ଦାବି କରିଛନ୍ତି। ତା’ହେଲେ ପ୍ରଜ୍ଜ୍ୱଳ ଶୀଘ୍ର ଦେଶକୁ ଫେରି ଆସିବେ ବୋଲି ସିଦ୍ଦରମୈୟା କହିଛନ୍ତି।

PM Modi Prajwal Revanna Prajwal Revanna Sex Scandal