Advertisment

Congress: ରେକର୍ଡ ୫୨୮ ଆସନରେ ନିର୍ବାଚନ ଲଢ଼ିବ କଂଗ୍ରେସ

ଜାନୁଆରୀ ୧୫ରେ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ରେକର୍ଡ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ୧୯୯୯ ପରେ ଦଳ ପ୍ରଥମଥର ପାଇଁ ଏକାକୀ ଏତେ ସଂଖ୍ୟକ ପୌର ସଂସ୍ଥା ଆସନରେ ପ୍ରାର୍ଥୀ ଦେବ।

author-image
Hemant Lenka
Congress

ଖଡଗେ ଓ ରାହୁଲ ଗାନ୍ଧି

ମହାରାଷ୍ଟ୍ର ପୌର ନିର୍ବାଚନରେ କଂଗ୍ରେସ(Congress) ରେକର୍ଡ ୫୨୮ଟି ଆସନରେ ପ୍ରାର୍ଥୀ ଦେବ। ମୁମ୍ବାଇ, ଥାଣେ, ପୁଣେ, ଛତ୍ରପତି ଶମ୍ବାଜୀ ନଗର ଓ ପିମ୍ପିର-ଛିଞ୍ଚୱାଡ ପୌର ନଗମର ୫୨୮ଟି ଆସନରେ ଦଳ ନିର୍ବାଚନ ଲଢ଼ିବ। ଜାନୁଆରୀ ୧୫ରେ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ରେକର୍ଡ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ୧୯୯୯ ପରେ ଦଳ ପ୍ରଥମଥର ପାଇଁ ଏକାକୀ ଏତେ ସଂଖ୍ୟକ ପୌର ସଂସ୍ଥା ଆସନରେ ପ୍ରାର୍ଥୀ ଦେବ।

Advertisment

କଂଗ୍ରେସ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ସହ ମେଣ୍ଟ କରିଥିଲେ ହେଁ ପୌର ନିର୍ବାଚନରେ ଏକାକୀ ଲଢ଼ିବ ବୋଲି ଜଣାପଡ଼ିଛି। ଅତିରିକ୍ତ ଭାବେ ଦଳ ଏକାକୀ ନାଗପୁର, ଅମରାବତୀ, ଚନ୍ଦ୍ରପୁର, ଲାଟୁରର ୭୦ଟି ଆସନରୁ ୬୫ ଓ ନାନ୍ଦେଦର ୮୧ଟି ଆସନରୁ ୬୦ଟିରେ ମଧ୍ୟ ଦଳ ପ୍ରାର୍ଥୀ ଦେବ। ଏଠାରେ ବାକି ଆସନରେ ପ୍ରକାଶ ଆମ୍ବେଦକରଙ୍କ ବଞ୍ଚିତ ବହୁଜନ ଅଙ୍ଗାଡିର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବେ। 

ମୁମ୍ବାଇ ହେଉଛି ଦେଶର ସବୁଠାରୁ ଧନୀ ପୌର ନିଗମ। ଏହାର ବଜେଟ ପ୍ରାୟ ୭୪ ହଜାର କୋଟି। ଏଠାରେ ଦଳ ୧୬୭ଟି ଆସନରେ ପ୍ରାର୍ଥୀ ଦେବ। ଥାଣେରେ ୧୦୧ ଆସନ, ପୁଣେ ଓ ଛତ୍ରପତି ଶମ୍ବାଜୀ ନଗରରରେ ଦଳ ୧୦୦ଟି ଲେଖାଏ ଆସନରେ ଲଢ଼ିବ। ପିମ୍ପିର-ଚିଞ୍ଚୱାଡରେ କଂଗ୍ରେସ ୬୦ ଜଣଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି। 

Advertisment

ମହା ବିକାଶ ଅଘାଡି ମେଣ୍ଟରେ ସହମତି ପ୍ରକାଶ ନ ପାଇବାରୁ କଂଗ୍ରେସ ମହାରାଷ୍ଟ୍ର ପୌର ନିର୍ବାଚନ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଉଦ୍ଧବ ଠାକେରଙ୍କ ସହ ୨୦ ବର୍ଷ ତଳେ ଅଲଗା ହୋଇ ଯାଇଥିବା ଭାଇ ରାଜ ଠାକରେ ହାତ ମିଳାଇବାରୁ ମହା ବିକାଶ ଅଘାଡିରେ ଫାଟ ଦେଖିବାକୁ ମିଳିଥିଲା।

ଉଦ୍ଧବ ଠାକରେ ଓ ରାଜ ଠାକରେ ପୌର ନିର୍ବାଚନ ପାଇଁ ଏକାଠି ହେବାରୁ କଂଗ୍ରେସ ଏଥିରେ ସାମିଲ ହେବ ନାହିଁ ବୋଲି କହିଥିଲା। ସେହିପରି ଶରଦ ପାୱାରଙ୍କ ଏନସିପି ମଧ୍ୟ ରାଜ ଠାକରେଙ୍କ କମବ୍ୟାକୁ ସହଜରେ ଗ୍ରହଣ କରିନାହିଁ। 

ନଭେମ୍ବର ମଧ୍ୟ ଭାଗରେ ହିଁ କଂଗ୍ରେସ ରାଜ ଠାକରେଙ୍କୁ ବିରୋଧ କରି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରିଥିଲା। ଏବେ ଦଳ ରେକର୍ଡ ୫୨୮ ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ତଥାପି ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପିକୁ ଏକାଠି ହେବାକୁ ଆହ୍ୱାନ ଦେଇଛି। ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ ହରାଇବାକୁ ହେଲେ ସମସ୍ତ ବିରୋଧୀଙ୍କୁ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି। 

Congress