ହରିଆଣା ଓ ଜମ୍ମୁ-କଶ୍ମୀରରେ କିଏ ମାରିବ ବାଜି? କ'ଣ କହୁଛି ଏକଜିଟ୍‌ ପୋଲ୍‌

ହରିଆଣା ଓ ଜମ୍ମୁ-କଶ୍ମୀରରେ କିଏ ଗଢ଼ିବ ସରକାର। ୮ ତାରିଖରେ ଦୁଇ ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ।

Representational Image

  • Published: Sunday, 06 October 2024
  • , Updated: 06 October 2024, 09:11 AM IST

ହରିଆଣା ଓ ଜମ୍ମୁକଶ୍ମୀରରେ କିଏ କରିବ ସରକାର। ୮ ତାରିଖରେ ଦୁଇ ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ। ବିଭିନ୍ନ ସଂସ୍ଥାର ବୁଥ୍ ବାହୁଡ଼ା ମତରେ ହରିୟାଣାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ବେଳେ ଜମ୍ମୁ-କଶ୍ମୀରରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ।

ମାଟିଜ ସଂସ୍ଥାର ଆକଳନ ଅନୁସାରେ ହରିଆଣାରେ ବିଜେପିକୁ ମିଳିପାରେ ୧୮ରୁ୨୪ ସିଟ୍। ସେହିଭଳି କଂଗ୍ରେସ ୫୫ରୁ ୬୨ ଏବଂ ଅନ୍ୟାନ୍ୟ ଦଳଙ୍କୁ ୨ରୁ ୫ ଆସନ ମିଳିବା ସମ୍ଭାବନା ରହିଛି। DHRUV ସଂସ୍ଥାର ପୂର୍ବାନୁମାନ କହୁଛି ହରିଆଣାରେ ବିଜେପି ୨୨-୩୨ ଆସନ ଜିତିପାରେ। କଂଗ୍ରେସକୁ ୫୦-୬୪ ଆସନ ମିଳିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳକୁ ୨-୮ଟି ଆସନ ପାଇବେ।

PEOPLES PULSE ଆକଳନ କହୁଛି, ବିଜେପି ୨୦-୩୨ଟି ସିଟରେ ଜିତିପାରେ। କଂଗ୍ରେସ-୪୯-୬୧ଟି ଆସନରେ ବିଜୟୀ ହେବାକୁ ଥିବା ବେଳେ ଅନ୍ୟାନ୍ୟ ଦଳଙ୍କୁ ୩-୫ଟି ଆସନ ମିଳିପାରେ। Bhaskar Reporters Pollର ତଥ୍ୟ କହିଛି, ବିଜେପି ଏଠୁ ୧୯-୨୯ଟି ଆସନ ଜିତିପାରେ। କଂଗ୍ରେସ ୪୪-୫୪ ଆସନ ଜିତି ସରକାର ଗଢ଼ିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳ ସପରକ୍ଷରେ ସର୍ବାଧିକ ୦-୬ ଟି ଆସନ ମଳିପାରେ।

ସେପଟେ ଜମ୍ମୁ-କାଶ୍ମୀରରେ ବୁଥ ବାହୁଡ଼ା ମତକୁ ନେଇ GULISTAN NEWSର ପୂର୍ବାନୁମାନ କହିଛି ରାଜ୍ୟର ମୋଟ ୯୦ ଆସନରୁ ବିଜେପି-୨୮-୩୦ଟିରେ ଜିତିପାରେ। କଂଗ୍ରେସ-୩୧-୩୬ ଏବଂ ଅନ୍ୟାନ୍ୟ ଦଳଙ୍କୁ ୫-୭ଟି ଆସନ ମିଳିବା ସମ୍ଭାବନା ରହିଛି।

PEOPLES PULSEର ଆକଳନ ଅନୁସାରେ ବିଜେପି-୨୩-୨୭, କଂଗ୍ରେସ-୪୬-୫୦ ଏବଂ ପିଡିପିକୁ ୭-୧୧ ଟି ଆସନ ମିଳିପାରେ। DAINIK BHASKAR ପୂର୍ବାନୁମାନ କହିଛି, ବିଜେପି-୨୦-୨୫, କଂଗ୍ରେସ-୩୫-୪୦ ଏବଂ ପିଡିପିକୁ ମିଳିପାରେ ୧୨-୧୬ଟି ସିଟ୍।

NDTVର ବୁଥ୍ ବାହୁଡ଼ା ମତ କହୁଛି, ବିଜେପିକୁ ୨୪ , କଂଗ୍ରେସକୁ ୪୩ ଏବଂ ପିଡିପିକୁ ୧୬ଟି ଆସନ ମିଳିବ। India Today-CVoterର ଆକଳନ ଅନୁସାରେ ବିଜେପି ୨୭-୩୧, କଂଗ୍ରେସ ୪୦-୪୮ ଏବଂ ପିଡିପିକୁ ୬-୧୨ଟି ଆସନରେ ଜିତିପାରେ। Bhaskar Reporters Pollର ପୂର୍ବାନୁମାନ କହିଛି, ବିଜେପି- ୨୦-୨୫, କଂଗ୍ରେସ – ୩୫-୪୦ ଏବଂ ପିଡିପି- ୪-୭ ଟି ଆସନ ପାଇବ।

Related story