Advertisment

କର୍ଣ୍ଣାଟକାରେ ମାଡ଼ି ଚାଲିଛି କଂଗ୍ରେସ, ବିଜେପି ବହୁ ପଛରେ

କର୍ଣ୍ଣାଟକାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ଯଦି ଆଉ କିଛି ଘଣ୍ଟା ଏପରି ଟ୍ରେଣ୍ଡ ଜାରି ରହିବ, ତା’ହେଲେ କଂଗ୍ରେସ ବେଶ ସହଜରେ ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ହେବ।

Congress

Congress

Advertisment

ଦକ୍ଷିଣ ଭାରତର ଗଡ଼ କୁହାଯାଉଥିବା କର୍ଣ୍ଣାଟକାରେ କଂଗ୍ରେସର ଦମଦାର ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ ଦେଖିଲେ କ୍ଷମତାସୀନ ବିଜେପି ଠାରୁ କଂଗ୍ରେସ ବହୁ ଆଗରେ ରହିଛି। ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, କଂଗ୍ରେସ ୧୧୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୬, ଜେଡିଏସ୍‌ ୩୦ ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ ଆଗୁଆ ରହିଛନ୍ତି।

Advertisment

କର୍ଣ୍ଣାଟକାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ଯଦି ଆଉ କିଛି ଘଣ୍ଟା ଏପରି ଟ୍ରେଣ୍ଡ ଜାରି ରହିବ, ତା’ହେଲେ କଂଗ୍ରେସ ବେଶ ସହଜରେ ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ହେବ।

ତଥାପି ବିଜେପି କଡ଼ା ଟକ୍କର ଦେଉଥିବାରୁ ରାଜ୍ୟରେ ଝୁଲା ବିଧାନସଭା ଗଠନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏପରି ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର ସାଜିପାରେ। ଏଥିପାଇଁ ବିଜେପି ଓ କଂଗ୍ରେସ ବାଧ୍ୟ ହୋଇ ଜେଡିଏସ୍‌ ସହ ବ୍ୟାକଡୋର ଆଲୋଚନା ମଧ୍ୟ ଆରମ୍ଭ କରିଛନ୍ତି।

Advertisment

ବର୍ତ୍ତମାନ ଟ୍ରେଣ୍ଡ କଂଗ୍ରେସ ସପକ୍ଷରେ ରହିଥିବାରୁ ଦଳୀୟ କର୍ମୀମାନେ ବିଭିନ୍ନ ସ୍ଥାନରେ ଉତ୍ସବ ମନାଇବା ମଧ୍ୟ ଆରମ୍ଭ କରିଛନ୍ତି। ହେଲେ ବିଜେପି ୧୨୦ ଆସନ ଜିତିବ ବୋଲି ଏବେ ବି ଦମ୍ଭୋକ୍ତି କରିବାରେ ଲାଗିଛି।

Karnataka Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe