Advertisment

ବଢ଼ିବ କଂଗ୍ରେସର ସଦସ୍ୟତା ଫି, CWC ପାଇଁ ପ୍ରିୟଙ୍କା ଲଢ଼ିବେ ନିର୍ବାଚନ!

ରାଜ୍ୟ କଂଗ୍ରେସ ପ୍ରତିନିଧିଙ୍କ ସଦସ୍ୟତା ଫି’ ୧୦୦ ଟଙ୍କାରୁ ବୃଦ୍ଧି କରି ୧ ହଜାର ଟଙ୍କା କରାଯିବ। ପ୍ରତିବର୍ଷ ୧ ହଜାର ଟଙ୍କା ଲେଖାଏ ଦେବାକୁ ପଡ଼ିବ।

Congress

Congress

Advertisment

ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ତା’ର ସାଂଗଠନିକ ନିର୍ବାଚନ ଖୁବଶୀଘ୍ର ଆରମ୍ଭ କରିବ। ୨୦୨୪ ନିର୍ବାଚନ ପୂର୍ବରୁ ସାଂଗଠନିକ ସ୍ତରରେ ଅଦଳବଦଳ କରିବା ଓ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ଛତିଶଗଡ଼ର ରାୟପୁରେ ଦଳୀୟ ଅଧିବେଶନ କରିବାକୁ ଯାଉଛି। ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଦଳ ପାଣ୍ଠି ବୃଦ୍ଧି ତଥା କଂଗ୍ରେସ ନେତାମାନଙ୍କୁ କର୍ମୀମାନଙ୍କ ସହ ପୁଣି ଯୋଡ଼ିବାକୁ କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିବ ବୋଲି କୁହାଯାଉଛି। 

Advertisment

ଦଳୀୟ ସୂତ୍ର ଅନୁସାରେ, ରାଜ୍ୟ କଂଗ୍ରେସ ପ୍ରତିନିଧିଙ୍କ ସଦସ୍ୟତା ଫି’ ୧୦୦ ଟଙ୍କାରୁ ବୃଦ୍ଧି କରି ୧ ହଜାର ଟଙ୍କା କରାଯିବ। ପ୍ରତିବର୍ଷ ୧ ହଜାର ଟଙ୍କା ଲେଖାଏ ଦେବାକୁ ପଡ଼ିବ। ଏହା ମଧ୍ୟରୁ ୪୦୦ ଟଙ୍କା ବିକାଶମୂଳକ ଫି’ ଓ ୩୦୦ ଟଙ୍କା ଦଳୀୟ ମାଗାଜିନ ସନ୍ଦେଶ ପାଇଁ ଆଦାୟ କରାଯିବ। ବରିଷ୍ଠ ଏଆଇସିସିଙ୍କ ସଦସ୍ୟଙ୍କ ପାଇଁ ଏହି ଫି’ ୩୦୦ ଟଙ୍କା ଓ ପ୍ରତି ବର୍ଷ ବିକାଶମୂଳକ ଫି’ ୧୦୦୦ ଟଙ୍କା ରହିବ। ଏହା ମଧ୍ୟ ୫ ବର୍ଷ ପାଇଁ ଲାଗୁ ହେବ। ଦଳର ପାଣ୍ଠି ହ୍ରାସ ପାଉଥିବାରୁ କଂଗ୍ରେସ ଫି’ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଅନ୍ୟପକ୍ଷରେ କଂଗ୍ରେସ କଂଗ୍ରେସ ୱାର୍କିଂ କମିଟି (CWC) ପାଇଁ ନିର୍ବାଚନ ମଧ୍ୟ କରିବ। ଦଳର ବରିଷ୍ଠ ନେତାମାନେ CWC ନିର୍ବାଚନ ତୁରନ୍ତ କରିବା ସପକ୍ଷରେ ରହିଛନ୍ତି। ତେଣୁ ସେମାନେ ସମଗ୍ର ଦେଶରେ ଥିବା ଦଳୀୟ କର୍ମୀଙ୍କ ସହ ଯୋଡ଼ି ହୋଇ ଅଛନ୍ତି। ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭାର କଂଗ୍ରେସ ନେତା ଓ କଂଗ୍ରେସର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଆପେଆପେ CWC ସଦସ୍ୟ ହେବାର ପ୍ରାବଧାନ ରହିଛି। ତେବେ ୨୩ ସଂଖ୍ୟା ବିଶିଷ୍ଟ CWCର ବାକି ସ୍ଥାନ ଗୁଡ଼ିକ ପାଇଁ ନିର୍ବାଚନ ହେବ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆପେଆପେ CWCକୁ ଯାଇ ପାରିବେ ନାହିଁ। CWC ର ସଦସ୍ୟତା ପାଇଁ ପ୍ରିୟଙ୍କାଙ୍କୁ ନିର୍ବାଚନ ଲଢ଼ିବାକୁ ପଡ଼ିବ। ଯଦି ନିର୍ବାଚନ ହୁଏ ଓ ପ୍ରିୟଙ୍କା CWC ସଦସ୍ୟତା ପାଇଁ ଲଢ଼ନ୍ତି, ତା’ହେଲେ ବିପୁଳ ଭୋଟ ପାଇବେ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ମତ ରଖିଛନ୍ତି।

ଫେବୃଆରୀ ୨୬ରୁ ରାୟପୁରରେ କଂଗ୍ରେସର ୮୫ତମ ପୂର୍ଣ୍ଣ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନର ନାମ 'ହାତରେ ହାତ ଯୋଡ଼ୋ’ ରଖାଯାଇଛି। ଅଧିବେଶନରେ ସାଂଗଠନିକ ପରିବର୍ତ୍ତନ ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଆଲୋଚନା ହେବ।

Congress Rahul Gandhi Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe