Advertisment

ଆଜି ବି ଜାରି ରହିବ କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହ

ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା ପରେ ଏବେ କଂଗ୍ରେସ ଆକ୍ରାମଣାତ୍ମକ ମୁଡରେ ରହିଛି।

ଅଦ୍ୟତନ ହୋଇଛି
Congress Protest

Congress Protest

Advertisment

ଆଜି ମଧ୍ୟ ସାରା ଦେଶରେ ଜାରି ରହିବ କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହ। ମୋଦି ସରକାରଙ୍କ ବିରୋଧରେ ପ୍ରତିବାଦ କରିବେ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀ। ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ସରକାରକୁ ଘେରିବ କଂଗ୍ରେସ। ସଂସଦରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇପାରେ ବିରୋଧୀ। ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା ପରେ ଏବେ କଂଗ୍ରେସ ଆକ୍ରାମଣାତ୍ମକ ମୁଡରେ ରହିଛି। ଗତକାଲି ସାରା ଦେଶରେ ଦଳ ସତ୍ୟାଗ୍ରହ କରାଯାଇଥିଲା।

Advertisment

ରବିବାର ଦିନ କଂଗ୍ରେସର ସଂକଳ୍ପ ସତ୍ୟଗ୍ରାହରେ ବିଜେପି ସବୁବେଳେ ରାହୁଲ ଗାନ୍ଧୀ ଏବଂ ନେହେରୁ-ଗାନ୍ଧୀ ପରିବାରର ସଦସ୍ୟଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ କହିଛନ୍ତି ଯେ, ଆପଣମାନେ ମୋ ଭାଇଙ୍କୁ ଦେଶଦ୍ରୋହୀ ଏବଂ ମୀର ଜାଫର ବୋଲି କହୁଛନ୍ତି। ଆପଣମାନେ ତାଙ୍କ ମା’ଙ୍କୁ ଅପମାନିତ କରୁଛନ୍ତି । ଆପଣଙ୍କ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ବାପା କିଏ ଜାଣନ୍ତି ନାହିଁ। ତୁମେ ପ୍ରତିଦିନ ମୋ ପରିବାରକୁ ଅପମାନ କରୁଛ, କିନ୍ତୁ ଏହାକୁ ନେଇ କୌଣସି ମାମଲା ରୁଜୁ ହେଉନାହିଁ।

ବିରୋଧୀ କଂଗ୍ରେସ ଦାବି କରିଛି ଯେ ଆଦାନୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କି ସଂପର୍କ ରହିଛି ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରୁଛନ୍ତି। ଏଥିରେ ମୋଦି ସରକାର ଭୟଭୀୟ ହୋଇଯାଇଛନ୍ତି। ତେଣୁ ରାହୁଲଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ଶାସକ ଦଳ ବିଜେପି କହିଛି, ରାହୁଲ ଗାନ୍ଧୀ କୋର୍ଟ ଦ୍ୱାରା ଦଣ୍ଡିତ। ଆଉ ଆଇନ୍ ଅନୁଯାୟୀ ସେ ତାଙ୍କ ପଦ ହରାଇଛନ୍ତି। ମୂଳ ପ୍ରସଙ୍ଗରୁ ହଟି କଂଗ୍ରେସ ଅବାନ୍ତର କଥା କହୁଛି।

Advertisment

ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମଧ୍ୟ କଂଗ୍ରେସ ତଥା ରାହୁଲଙ୍କୁ ସମର୍ଥନ କରିବା ଦେଖାଯାଉଛି। 

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe