Advertisment

ରାହୁଲ ଗାନ୍ଧିଙ୍କ ଦମ୍ଭୋକ୍ତି : ମଧ୍ୟପ୍ରଦେଶରେ କଂଗ୍ରେସ ଜିତିବ ୧୫୦ ଆସନ

କର୍ଣ୍ଣାଟକା ଭଳି ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ବାଜିମାତ କରିବ ବୋଲି ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଦମ୍ଭୋକ୍ତି କରିଛନ୍ତି। କଂଗ୍ରେସ ଏଠାରେ କେବଳ ଜିତିବ ନାହିଁ, ବରଂ ୧୫୦ ଆସନ ଜିତିବ ବୋଲି ରାହୁଲ ଆଶା କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

କର୍ଣ୍ଣାଟକାରେ ବିଜୟ ସ୍ୱାଦ ପାଇଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି। ଚଳିତ ବର୍ଷ ଶେଷ ଭାଗରେ ଏଠାରେ ବିଧାନସଭା ନିର୍ବାଚନ ହେବ।

Advertisment

କର୍ଣ୍ଣାଟକା ଭଳି ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ବାଜିମାତ କରିବ ବୋଲି ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଦମ୍ଭୋକ୍ତି କରିଛନ୍ତି। କଂଗ୍ରେସ ଏଠାରେ କେବଳ ଜିତିବ ନାହିଁ, ବରଂ ୧୫୦ ଆସନ ଜିତିବ ବୋଲି ରାହୁଲ ଆଶା କରିଛନ୍ତି।

ଦିଲ୍ଲୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧି କହିଛନ୍ତି ଯେ “ଆମେ ଦୀର୍ଘ ସମୟ ଧରି ଆଲୋଚନା କରିଛୁ। ଆମର ଆଭ୍ୟନ୍ତରୀଣ ଆକଳନ ଅନୁଯାୟୀ, ଆମେ ଯେଉଁଭଳି କର୍ଣ୍ଣାଟକାରେ ୧୩୬ ଆସନ ଜିତିଲୁ ଠିକ ସେହିପରି ମଧ୍ୟପ୍ରଦେଶରେ ୧୫୦ ଆସନ ଜିତିବୁ।”

Advertisment

ଆଜି ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତାମାନେ ଦିଲ୍ଲୀ ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହି ସମୟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି।

ବୈଠକରେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲନାଥଙ୍କ ସମେତ ମଧ୍ୟପ୍ରଦେଶ ପର୍ଯ୍ୟବେକ୍ଷ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ରହିଥିଲେ। କର୍ଣ୍ଣାଟକାରେ ଦଳ ଯେମିତି ଏକାଠି ହୋଇ ନିର୍ବାଚନ ଲଢ଼ିଥିଲା ମଧ୍ୟପ୍ରଦେଶରେ ବି ସେହି ଫର୍ମୁଲା ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

କମଲନାଥ କହିଛନ୍ତି, “ମଧ୍ୟପ୍ରଦେଶ ନିର୍ବାଚନକୁ ଆଉ ୪ ମାସ ବାକି ରହିଛି। ମଧ୍ୟପ୍ରଦେଶର ଭବିଷ୍ୟତ ଓ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ଆଜିର ବୈଠକରେ ଆଲୋଚନା ହୋଇଛି।”

୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପରାସ୍ତ ହୋଇଥିଲା। କିନ୍ତୁ କଂଗ୍ରେସ ସରକାରରେ ବିଦ୍ରୋହ ହେବାରୁ ବିଜେପି ୨୦୨୦ରେ ପୁଣି କ୍ଷମତାକୁ ଆସିଥିଲା।

Congress Rahul Gandhi Madhya Pradesh