Advertisment

ଶରଦ ପାୱାରଙ୍କ ଆକଳନ; କର୍ଣ୍ଣାଟକାରେ ବାଜି ମାରିବ କଂଗ୍ରେସ

‘କର୍ଣ୍ଣାଟକାରେ ଏବେ ବିଜେପି କ୍ଷମତାରେ ଅଛି। ଦଳ ପୁଣି ଥରେ ଜିତିବା ପାଇଁ ପ୍ରୟାସ ଚଲାଇଛି। କିନ୍ତୁ ମୋ ଆକଳନ କହୁଛି ସେଠାରେ କଂଗ୍ରେସ ଜିତିବ।’

Sharad Pawar

Sharad Pawar

Advertisment

ଆସନ୍ତା ମାସରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ କଂଗ୍ରେସ ବିଜୟୀ ହେବ ବୋଲି ଆକଳନ କରିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାୱାର। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛନ୍ତି।

Advertisment

ପାୱାର କହିଛନ୍ତି, କର୍ଣ୍ଣାଟକାରେ ଏବେ ବିଜେପି କ୍ଷମତାରେ ଅଛି। ଦଳ ପୁଣି ଥରେ ଜିତିବା ପାଇଁ ପ୍ରୟାସ ଚଲାଇଛି। କିନ୍ତୁ ମୋ ଆକଳନ କହୁଛି ସେଠାରେ କଂଗ୍ରେସ ଜିତିବ। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ତାକୁ ଚଳିତ ବିଧାନସଭା ନିର୍ବାଚନ ସହିତ ଯୋଡ଼ୁଛି। ଜାତୀୟ ପ୍ରସଙ୍ଗ ଗୁଡ଼ିକୁ କର୍ଣ୍ଣାଟକାର ପ୍ରସଙ୍ଗଗୁଡ଼ିକ ସହିତ ଯୋଡୁଛି। ରାଜ୍ୟ ନିର୍ବାଚନ ଏକ ଭିନ୍ନ ପ୍ରକାର ଖେଳ।

ସେ କହିଛନ୍ତି, କେନ୍ଦ୍ରରେ ବିଜେପି ଶାସନରେ ଥିଲେ ମଧ୍ୟ ବିଧାନସଭା ନିର୍ବାଚନ ଗୁଡ଼ିକରେ ଅଣବିଜେପି ଦଳଗୁଡ଼ିକ ବାଜିମାତ କରିଛନ୍ତି। କେରଳ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଅଣବିଜେପି ଦଳଗୁଡ଼ିକର ସରକାର ଚାଲିଛି। ମଧ୍ୟପ୍ରଦେଶରେ କଂଗ୍ରେସ ଜିତିଥିଲା। ପରେ ଯଦିଓ ଦଳରେ ଫାଟ ସୃଷ୍ଟି ହେଲା ଓ ବିଜେପି ସେଠାରେ ସରକାର କଲା। ସେହିପରି ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ବି ଅଣବିଜେପି ଦଳଗୁଡ଼ିକର ସରକାର ରହିଛି। ସେହିପରି ଆଉ କିଛି ରାଜ୍ୟରେ ଅଣବିଜେପି ଦଳ ସରକାର ଗଠନ କରିଛନ୍ତି। 

Advertisment

ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଏକାଠି ନହେଲେ ବିଜେପିକୁ ହରାଇବା କଷ୍ଟକର ହେବ ବୋଲି ଏନ୍‌ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି। ଏକାଠି ନହେଲେ ବିରୋଧୀ ଦଳଗୁଡ଼ିକ କିଛି କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକା ନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ। ଆଉ ମେ’ ୧୩ ତାରିଖରେ ଗଣତି ହେବ।

Bjp Congress Sharad Pawar NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe