Advertisment

'ୟୁପିରେ ପୋଛି ହୋଇଯିବ କଂଗ୍ରେସ, ୪୦ ଆସନ ବି ଡେଇଁ ପାରିବନି'

ଉତ୍ତରପ୍ରଦେଶରେ କଂଗ୍ରେସ ଖାତା ଖୋଲି ପାରିବନାହିଁ ବୋଲି ମୋଦି ଭବିଷ୍ୟବାଣୀ କରିଛନ୍ତି।

PM Modi

PM Modi

Advertisment

ଉତ୍ତରପ୍ରଦେଶରେ ପୋଛି ହୋଇଯିବ କଂଗ୍ରେସ। ଗୋଟିଏ ଆସନ ବି ଜିତି ପାରିବନି। ଲୋକସଭା ନିର୍ବାଚନରେ ୪୦ ଆସନ ବି ଡେଇଁ ପାରିବନି କଂଗ୍ରେସ। ନାମାଙ୍କନ ଦାଖଲ କରିବା ପୂର୍ବରୁ ଆଜି ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ନାମାଙ୍କନ ଦାଖଲ ପୂର୍ବରୁ ଇଣ୍ଡିଆ ଟୁଡେକୁ ମୋଦି ବୟାନ ଦେଇଛନ୍ତି। ସେ ଭବିଷ୍ୟବାଣୀ କରି କହିଛନ୍ତି, ବିଜେପି ୪୦୦ର ଅଧିକ ସିଟ୍‌ ଜିତିବା ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। କଂଗ୍ରେସର ଆଉ କୌଣସି ଚିହ୍ନବର୍ଣ୍ଣ ରହିବ ନାହିଁ। ଉତ୍ତରପ୍ରଦେଷରେ ମୂଳପୋଛ ହୋଇଯିବ କଂଗ୍ରେସ। ଏଠାରେ ସେ ଖାତା ଖୋଲି ପାରିବ ନାହିଁ। ଲୋକସଭା ନିର୍ବାଚନରେ ୪୦ଟି ଆସନରେ ବି କଂଗ୍ରେସ ଜିତିବା ସମ୍ଭାବନା କମ୍‌ ରହିଛି।

ପରାଜୟ ନିଶ୍ଚିତ ଜାଣିବା ପରେ ରାହୁଲ ଗାନ୍ଧି ୱାୟନାଡରୁ ପଳାୟନ କରିଛନ୍ତି। ୱାୟନାଡରୁ ପଳାୟନ କରିବା ପରେ ଏବଂ ରାୟବରେଲି ଆସିବାକୁ ନିଷ୍ପତ୍ତି ନେବା ପୂର୍ବରୁ ସେ ତାଙ୍କ ଭାଷା ଏବଂ ସ୍ୱରକୁ ଅତ୍ୟନ୍ତ ତୀକ୍ଷ୍ଣ କରିଛନ୍ତି ଏବଂ ନିରର୍ଥକ କଥା କହୁଛନ୍ତି। କେରଳ ତାଙ୍କୁ ଉଚିତ୍ ଶିକ୍ଷା ଦେଇଛି। କେରଳ ହୁଏତ ତାଙ୍କୁ ଚିହ୍ନି ସାରିଛି। ଉତ୍ତରପ୍ରଦେଶର ଲୋକମାନେ ଏବେ ତାଙ୍କ ୱାୟନାଡ ଯିବାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ସେ ଥରେ ମଧ୍ୟ ଆମେଠି ଯାଇ ନାହାଁନ୍ତି ବୋଲି ମୋଦି କହିଛନ୍ତି।

Advertisment

ସେପହିର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ମୋଦି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, 'ତାଙ୍କ ନେତୃତ୍ୱରେ ରାଜ୍ୟ ବିକାଶ ଦେଖିଛି। ଉତ୍ତରପ୍ରଦେଶର ଲୋକମାନେ ପରିବାରବାଦକୁ ଗ୍ରହଣ କରିପାରିବେ ନାହିଁ। ସେମାନେ ଏକ ବିକଳ୍ପ ମଡେଲ ଦେଖିଛନ୍ତି ଯାହା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। 

Bjp PM Modi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe