Congress celebration
ସତ ହେବ କି ଏକଜିଟ୍ ପୋଲ। ହରିୟାଣାରେ ବାଜି ମାରିବ କି ହାତ। ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଲିଡ୍ କରୁଛି। ୫୧ଟି ଆସନରେ ଆଗୁଆ ଅଛି କଂଗ୍ରେସ। ସେହିପରି ବିଜେପି ପଛରେ ରହିଛି।
କଂଗ୍ରେସ ୫୫ଟି ସିଟ୍ରେ ଆଗୁଆ ଥିବା ବେଳେ ବିଜେପି ୩୪ ଓ ଆଇଏନ୍ଏଲ୍ଡି-୧ ଓ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ଅଛନ୍ତି। ଏହି ଟ୍ରେଣ୍ଡ ସାମ୍ନାକୁ ଆସିବା ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଢ଼ୋଲ ବଜାଇବା ସହ ବାଣ ଫୁଟାଇଛନ୍ତି। କଂଗ୍ରେସ କର୍ମୀ ଜଗଦିଶ ଶର୍ମା ଏବଂ ଅନ୍ୟ ଦଳର କର୍ମୀମାନେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ମିଠା ବାଣ୍ଟୁଛନ୍ତି।
ସେପଟେ ଭୋଟ ଗଣତି ହରିୟାଣା ବାଦଲି ବିଧାନସଭା ଅସନରୁ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ଧନଖଡ କହିଛନ୍ତି, 'ଆମେ ବଡ଼ ଫଳାଫଳକୁ ଅପେକ୍ଷା କରିଛୁ, ମଧ୍ୟାହ୍ନ ପରେ ନିଶ୍ଚିତ ହୋଇଯିବ ଯେ, କାହା ସରକାର ଗଠନ ହେବ। ନିର୍ବାଚନ ଯେତିକି ଚମତ୍କାର ସହ ଲଢ଼ିଛି ସେତିକି ଚତ୍ମକାର ବିଜୟକୁ ମଧ୍ୟ ଅପେକ୍ଷା ରହିଛି। ଏକଜିଟ୍ ପୋଲ୍ ବେଳେବେଳେ ସତ ଏବଂ ବେଳେବେଳେ ମିଥ୍ୟା ପ୍ରମାଣିତ ହୋଇଥାଏ।'
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1728361245.jpg)