Advertisment

କଂଗ୍ରେସର କୁକୁରଙ୍କୁ ଏଇଠି ପୋତି ଦେବୁ: ବିଧାୟକଙ୍କ ବିବାଦୀୟ ବୟାନ

ଶିବସେନା ବିଧାୟକଙ୍କ ଏହି ବିବାଦୀୟ ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Sanjay Gaikwad

Sanjay Gaikwad

Advertisment

କଂଗ୍ରେସ ନେତାଙ୍କ ଉପରେ ବର୍ଷିଲେ ବିଧାୟକ। ଦେଲେ ବିବାଦୀୟ ବୟାନ। କଂଗ୍ରେସ ନେତାଙ୍କୁ କୁକୁର ବୋଲି ସମ୍ବୋଧନ କଲେ। ଏକନାଥ ସିନ୍ଦେଙ୍କ ଶିବସେନା ବିଧାୟକ ସଞ୍ଜୟ ଗାଏକ୍ୱାଡ ଆପତ୍ତିଜନକ ଭାଷା ବ୍ୟବହାର କରି କଂଗ୍ରେସକୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି।

Advertisment

ନିକଟରେ ବିଧାୟକ ଗାଏକ୍ୱାଡ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, 'ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ଜିଲ୍ଲାର ମହିଳାମାନଙ୍କ ପାଇଁ ସରକାରଙ୍କ 'ମୁଖମନ୍ତ୍ରୀ ଲାଡକି ବହିନ ଯୋଜନା' ବିଷୟରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଯଦି କୌଣସି କଂଗ୍ରେସର କୁକୁର ଏହି କାର୍ଯ୍ୟକ୍ରମରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ ମୁଁ ସେଠାରେ ସେମାନଙ୍କୁ ପୋତି ଦେବି। ତାଙ୍କୁ କବର ଦେଇଦେବି।'

ଶିବସେନା ବିଧାୟକଙ୍କ ଏହି ବିବାଦୀୟ ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ସଞ୍ଜୟ ଗାଏକ୍ୱାଡ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ଯିଏ ତାଙ୍କର ଜିଭ କାଟି ଆଣିବ ସେ ତାଙ୍କୁ ୧୧ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ।

Advertisment

ରାହୁଲ ଗାନ୍ଧିଙ୍କ ବିରୋଧରେ ଏଭଳି ବିବାଦୀୟ ବୟାନ ଦେଇଥିବାକୁ ନେଇ ପୁଲିସ ଗାଏକ୍ୱାଡଙ୍କ ବିରୋଧରେ ସୋମବାର ମାମଲା ରୁଜୁ କରିଛି। ପୂରା ମାମଲାର ତଦନ୍ତ ଜାରି ରଖିଛି ପୁଲିସ।

Sanjay Gaikwad Congress Shiv Sena MLA Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe