ଯୁବ କଂଗ୍ରେସର ବିକ୍ଷୋଭ
ଦିଲ୍ଲୀରେ ଚାଲିଥିବା ଏଆଇ ସମ୍ମିଳନୀ ବେଳେ ଯୁବ କଂଗ୍ରେସର କିଛି ସଦସ୍ୟ ଧସେଇ ପଶିବା ସହ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାରାବାଜୀ କରିଥିଲେ। ସେମାନେ ପିନ୍ଧିଥିବା ଟି-ଶର୍ଟକୁ ଖୋଲି ନିଜର ଅସନ୍ତୋଷ ସମ୍ମିଳନୀର ଷ୍ଟେଜ ଉପରେ ପ୍ରଦର୍ଶନ କରିଥିଲେ।
ଏପରି ବିକ୍ଷୋଭକୁ(Protest) ଦିଲ୍ଲୀ ପୁଲିସ୍ ନେପାଳରେ ନିକଟରେ ଘଟିଥିବା ଭୟଙ୍କର ଜେନ ଜେଡ ଆନ୍ଦୋଳନ ସହ ତୁଳନା କରିଛି। ନେପାଳର ହିଂସାତ୍ମକ ଜେନ ଜେଡ ଆନ୍ଦୋଳନରୁ ଅନୁପ୍ରାଣିତ ହୋଇ କଂଗ୍ରେସର ଯୁବ ସଦସ୍ୟମାନେ ଏପରି ବିକ୍ଷୋଭ କରିଥିଲେ। ଏପରି ବିକ୍ଷୋଭ ପଛରେ ଭୟଙ୍କର ଷଡ଼ଯନ୍ତ୍ର ରହିଛି ବୋଲି ଦିଲ୍ଲୀ ପୁଲିସ୍ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି।
ଗିରଫ ହୋଇଥିବା ଯୁବ କଂଗ୍ରେସର ସଦସ୍ୟଙ୍କ ରିମାଣ୍ଡ ଆବେଦନ ବେଳେ ପୁଲିସ କହିଛି ଯେ “ଏହା ଗୋଟିଏ ବିରାଟକାୟ ଷଡ଼ଯନ୍ତ୍ର ଯାହା ନେପାଳରେ ଘଟିଥିବା ଜେନ ଜେଡ ବିକ୍ଷୋଭରୁ ଅନୁପ୍ରାଣିତ। ଅଭିଯୁକ୍ତମାନଙ୍କୁ ମୁହାଁମୁହିଁ ଓ ଡିଜିଟାଲ ପ୍ରମାଣ ଆଧାରରେ ଜେରା କରିବାର ଆବଶ୍ୟକ ରହିଛି। ଏହା ତଦନ୍ତର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ।”
ପୁଲିସ୍ର କହିବା କଥା ଯେ ଏପରି ବିକ୍ଷୋଭ ପଛରେ ଥିବା ପାଣ୍ଠି ଓ ଟି-ଶର୍ଟ ଛାପିବାକୁ କିଏ ଟଙ୍କା ଦେଇଥିଲା ମଧ୍ୟ ଜାଣିବାର ଆବଶ୍ୟକ ରହିଛି। ଯୁବ କଂଗ୍ରେସର ପ୍ରଦର୍ଶନ କରିଥିବା ଟି-ଶର୍ଟରେ ‘ପ୍ରଧାନମନ୍ତ୍ରୀ ବୁଝାମଣା କରିଛନ୍ତି, ଭାରତ-ଆମେରିକା ବାଣିଜ୍ୟ ଡିଲ ଓ ଏପଷ୍ଟିନ ଫାଇଲ୍ସ ଆଦି ଲେଖା ରହିଥିଲା।
ପୁଲିସ ଗିରଫ କଂଗ୍ରେସ ସଦସ୍ୟଙ୍କ ଜାମିନ ଆବେଦନକୁ ବିରୋଧ କରି ଯୁକ୍ତି ଉପସ୍ଥାପନ କରି ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ମଧ୍ୟ ସମସ୍ତ ଗିରଫ ଯୁବକଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଛନ୍ତି।
ଶୁକ୍ରବାର ଯୁବ କଂଗ୍ରେସର ୧୦ ଜଣ ସଦସ୍ୟ ଏଆଇ ସମ୍ମିଳନୀରେ ପ୍ରବେଶ କରିଥିଲେ। ଏହାପରେ ବେଶ ନାଟକୀୟ ଢଙ୍ଗରେ ଶାର୍ଟଲେସ ବିକ୍ଷୋଭ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ମଧ୍ୟ କରିଥିଲେ।
ସୁରକ୍ଷାକର୍ମୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ। ଆଜି ସେମାନଙ୍କ ଜାମିନ ଆବେଦର ଶୁଣାଣି ଥିବା ବେଳେ ଏହାକୁ ଦିଲ୍ଲୀ ପୁଲିସ୍ ବିରୋଧ କରିଥିଲା। ଏହାପରେ ସମସ୍ତଙ୍କୁ ପୁଲିସ୍ ଅଧିକ ପଚରା ଉଚରା ପାଇଁ ରିମାଣ୍ଡରେ ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/21/ai-2026-02-21-18-49-14.jpg)