Advertisment

ମେଘାଳୟରେ କନରାଡ ସାଙ୍ଗମାଙ୍କ ଏନପିପି ବୃହତମ ଦଳ ଭାବେ ଉଭା ହୋଇପାରେ

୬୦ଟି ସିଟ୍‌ ବିଶିଷ୍ଟ ମେଘାଳୟ ବିଧାନସଭା ଆସନରୁ ଏନପିପି ୨୨ଟି ହାସଲ କରିପାରେ।

Conrad Sangma

Conrad Sangma

Advertisment

ମେଘାଳୟରେ ଏଥର କନରାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଅଧିକ ସିଟ୍‌ ହାସଲ କରି ବୃହତମ ଦଳ ଭାବେ ଉଭା ହୋଇପାରେ। ୬୦ଟି ସିଟ୍‌ ବିଶିଷ୍ଟ ମେଘାଳୟ ବିଧାନସଭା ଆସନରୁ ଏନପିପି ୨୨ଟି ହାସଲ କରିପାରେ। ସୋମବାର ଏକଜିଟ୍ ପୋଲ୍ ସର୍ଭେରୁ ଏହା ଜଣାପଡ଼ିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ୧୦ ଟି ଆସନ ଅକ୍ତିଆର କରିପାରେ। ବିଜେପି ଓ କଂଗ୍ରେସ ଯଥାକ୍ରମେ ୬-୬ଟି ଆସନ ସହ ତୃତୀୟ ସ୍ଥାନରେ ରହିପାରନ୍ତି।

Advertisment

ଅନ୍ୟଦଳମାନେ ୧୫ଟି ସିଟ୍ କବଜା କରିପାରନ୍ତି। ଜି ନ୍ୟୁଜ୍-ମାଟ୍ରିଜ୍‌ ଦ୍ୱାରା ଏକଜିଟ୍ ପୋଲ୍ ‌ଅନୁଯାୟୀ, ଏନପିପି ୨୧ରୁ୨୬ ସିଟ୍, ଟିଏମସି ୮-୧୩, ବିଜେପି ୬-୧୧ ଏବଂ କଂଗ୍ରେସ ୩-୬ ସିଟ ପାଇପାରନ୍ତି। ଅନ୍ୟ ଦଳଗୁଡିକ ୧୦ରୁ୧୯ ସିଟ୍ ପାଇବେ ବୋଲି ଏଥିରେ ଦର୍ଶାଯାଇଛି। ଅନ୍ୟ ଏକ ଏକଜିଟ୍ ପୋଲ୍ ବିଜେପିକୁ ଖୁବ୍‌ କମ୍ ସଂଖ୍ୟା ଦେଇଛି। ଟାଇମ୍ସନାଓ -ଇଟିଜି ରିସର୍ଚ୍ଚ ଏକଜିଟ୍ ପୋଲ ଅନୁଯାୟୀ ଏନପିପିକୁ ୧୮ରୁ ୨୬ ସିଟ୍ ଏବଂ ଟିଏମସିକୁ ୧ରୁ୧୪ ସିଟ୍ ମିଳିବ। ଏକଜିଟ୍ ସର୍ଭେରୁ ଜଣାପଡିଛି ଯେ, ବିଜେପି ୩ରୁ୬ ସିଟ୍, କଂଗ୍ରେସ ୨ରୁ୫ ଏବଂ ଅନ୍ୟ ଦଳ ୧୨ରୁ ୨୩ଟି ପାଇପାରନ୍ତି।

ଇଣ୍ଡିଆ ଟୁଡେ-ଆକ୍ସିସମାଇଁଇଣ୍ଡିଆ ଏକଜିଟ୍ ପୋଲ୍ ଅନୁଯାୟୀ ଏନପିପି ୧୮ରୁ୨୪ ସିଟ୍, ଟିଏମସି ୫ରୁ୯, କଂଗ୍ରେସ ୬ରୁ ୧୨, ବିଜେପି ୪ରୁ୮ ଏବଂ ଅନ୍ୟ ଦଳ ୧୨ରୁ ୨୦ ହାତେଇ ପାରନ୍ତି। ଚଳିତ ବର୍ଷ ବିଜେପି-ଏନପିପି ମେଣ୍ଟ ୬୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଗତ ୨୦୧୮ରେ ମେଘାଳୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କନରାଡ ସାଙ୍ଗମା । ଶ୍ରୀ ସାଙ୍ଗମା ହେଉଛନ୍ତି ପୂର୍ବତନ ଲୋକସଭା ବାଚସ୍ପତି ପିଏ ସାଙ୍ଗମାଙ୍କ ପୁଅ ଆସନ୍ତା ଗୁରୁବାର ଭୋଟ ଗଣତି ରହିଛି ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe