Advertisment

୭ରେ ମୁଖ୍ୟମନ୍ତ୍ରୀ ଭାବେ ମେଘାଳୟରେ ଶପଥ ନେବେ ସାଙ୍ଗମା

ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି ।

Conrad Sangma

Conrad Sangma

Advertisment

ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି । ଏନ୍‌ପିପି ନେତା କନରାଡ୍‌ ସାଙ୍ଗମା ସେଠାରେ ନୂତନ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା ମଙ୍ଗଳବାର ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହେବାକୁ ଯାଉଥିବା ବେଳେ ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଜଣାପଡ଼ିଛି। ନିର୍ବାଚନ ପୂର୍ବରୁ କନରାଡ୍‌ ଦଳ ସହ ବିଜେପି ମଧ୍ୟରେ ମତଭେଦ ଉପୁଜି ମେଣ୍ଟ ଭାଙ୍ଗି ଯାଇଥିବା ବେଳେ ନିର୍ବାଚନ ପରେ ପୁଣି ଥରେ ବିଜେପି ସହ ସମ୍ପର୍କର ହାତ ବଢ଼ାଇଛି। ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭା ଆସନରେ କନରାଡ ସାଙ୍ଗମାଙ୍କ ଏନ୍‌ପିପି ୨୬ ଆସନ ହାସଲ କରିଥିବା ବେଳେ ବିଜେପି ମାତ୍ରୟ ୨ଟି ଆସନରେ ବିଜୟୀ ହୋଇଛି । ୟୁଡିପି (ୟୁନାଇଟେଡ୍‌ ଡିମୋକ୍ରାଟିକ ପାର୍ଟି) ୧୧ ଆସନ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଛି। ଅନ୍ୟମାନଙ୍କୁ ୨୧ଟି ଆସନ ମିଳିଛି।

Advertisment

ମେଘାଳୟରେ ମ୍ୟାଜିକ ନମ୍ବର ୩୨ଟି ଆବଶ୍ୟକ ଥିବା ବେଳେ କନରାଡଙ୍କ ପ୍ରତି ଆବଶ୍ୟକ ସଂଖ୍ୟାର ସମର୍ଥନ ଥିବା ଦାବି କରିଛନ୍ତି। କିନ୍ତୁ ତାଙ୍କୁ କେଉଁ କେଉଁ ଦଳ ସମର୍ଥନ କରୁଛନ୍ତି ସେ କହିବାକୁ ମନା କରିଦେଇଛନ୍ତି। ତେବେ ଗତକାଲି ସାଙ୍ଗମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍‌ କରି ରାଜ୍ୟରେ ସରକାର ଗଠନ ପାଇଁ ବିଜେପିର ସହଯୋଗ ଲୋଡ଼ିଥିଲେ। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ମେଘାଳୟରେ ଏନ୍‌ପିପି-ବିଜେପି ମଧ୍ୟରେ ପୁଣି ମେଣ୍ଟ ହୋଇ ସରକାର ଗଠନ ହେବ। ମେଘାଳୟର ବିଜେପି ସଭାପତି ଅର୍ନେଷ୍ଟ୍‌ ମୋରି ରାଜ୍ୟରେ ବିଜେପି ସହଯୋଗରେ ସରକାର ଗଠନ ହେବ ବୋଲି ଦାବି କରିଛନ୍ତି। ମେଘାଳୟରେ କନ୍‌ରାଡ଼ ସାଙ୍ଗମାଙ୍କ ନେସ୍‌ନାଲ ପିପୁଲ୍ସ ପାର୍ଟି ଓ ବିଜେପି ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ। ଗତ ସରକାରରେ ଏନପିପିର ସହଯୋଗୀ ଥିବା ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି) ଚଳିତ ଥର ୧୧ଟି ଆସନ ଜିତି ଦ୍ୱିତୀୟ ବୃହତମ ଦଳଭାବେ ପରିଗଣିତ ହୋଇଛି।

ତେବେ ୨୦୧୮ରେ ଏହି ଦଳ ମାତ୍ର ୬ଟି ଆସନ ଜିତିଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ଶ୍ରୀ ସାଙ୍ଗମାଙ୍କ ସହ ମୋଟ ୨୯ ଜଣ ନୂତନ ନିର୍ବାଚିତ ବିଧାନସଭା ସଦସ୍ୟ ରାଜ ଭବନରେ ଉପସ୍ଥିତ ଥିଲେ। ଏହି ଅବସରରେ ସାଙ୍ଗମା ପୁଣି ଥରେ ସରକାର ଗଠନ କାରିବାକୁ ଦାବି କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ୍‌ କରି କହିଛନ୍ତି ଯେ, କରନାର୍ଡ଼ ସାଙ୍ଗମା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନ୍‌ରେ କୋ ହୋଇଛନ୍ତି। ଏନ୍‌ପିପିକୁ ସମର୍ଥନ ପାଇଁ ସାଙ୍ଗମା ଅମିତ ଶାହଙ୍କୁ ଅନୁରୋଧ କରିଥିଲେ। ଏଥିରେ ଶାହ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜ୍ୟ ବିଜେପିକୁ ଏନିପିକୁ ସମର୍ଥନ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe