Advertisment

ଆପ୍‌ର ଅଭିଯୋଗ, ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚାହୁଁଛି ବିଜେପି

ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ବାହାର କରି ଦେବା ମଧ୍ୟ ଷଡ଼ଯନ୍ତ୍ରର ଏକ ଅଂଶ।’

author-image
Jitendra Garnayak
ଅଦ୍ୟତନ ହୋଇଛି
Atishi

Atishi

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ବିଜେପି ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)। ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ଆଜି ଏହି ଅଭିଯୋଗ ଆଣିଛନ୍ତି।

Advertisment

ସେ କହିଛନ୍ତି ଯେ ଆମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ଭାଙ୍ଗି ଦେବାକୁ ଏକ ରାଜନୀତିକ ଷଡ଼ଯନ୍ତ୍ର ଚାଲିଛି। ଏକ ମିଛ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ବିନା କୌଣସି ପ୍ରମାଣରେ ତାଙ୍କୁ ଗିରଫ କରାଯାଇଛି। କାରଣ ଏହା ପଛରେ ରହିଛି ଏକ ଷଡ଼ଯନ୍ତ୍ର। ଦିଲ୍ଲୀର ନିର୍ବାଚିତ ସରକାରକୁ ଭାଙ୍ଗି ଦେବାକୁ ହୋଇଛି ଷଡ଼ଯନ୍ତ୍ର। ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ବେଆଇନ ହେବ। ଏହା ଲୋକ ମତ ବିରୋଧରେ ଯିବ। ଲୋକେ ଆପ୍ ଉପରେ ଭରସା କରିଛନ୍ତି। ଆଉ ଦିଲ୍ଲୀ ବିଧାନସଭାରେ ଆପ୍ ନିଜର ବହୁମତ ସାବ୍ୟସ୍ତ କରିଛି। ଯଦି ଅତୀତର କିଛି ଘଟଣାକୁ ଆମେ ଦେଖିବା, ତା’ହେଲେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଚାଲିଛି।

ଆତିଶୀ କହିଛନ୍ତି, ଦିଲ୍ଲୀରେ କୌଣସି ଅଫିସରଙ୍କୁ ନିଯୁକ୍ତି ଦିଆଯାଉନି। ଦିଲ୍ଲୀରେ କୌଣସି ଅଫିସରଙ୍କୁ ବଦଳି କରାଯାଉନାହିଁ। ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ଅଫିସରମାନେ ବୈଠକକୁ ଆସୁ ନାହାନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ବାହାର କରି ଦେବା ମଧ୍ୟ ଷଡ଼ଯନ୍ତ୍ରର ଏକ ଅଂଶ।

Advertisment

ଅନ୍ୟପକ୍ଷରେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦଳୀୟ ମୁଖପାତ୍ର ହରିଶ ଖୁରାନା କହିଛନ୍ତି, ଆପ୍‌ ପ୍ରତିଦିନ ନୂଆ ନୂଆ କାହାଣୀ ତିଆରି କରୁଛି। ଏହା ମଧ୍ୟ ସେଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହା କେବଳ ଲୋକଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହୋଇପାରେ। ସେମାନେ ଅଭିଯୋଗ କରୁଛନ୍ତି ଯେ ଦିଲ୍ଲୀରେ ଅଫିସରମାନଙ୍କୁ ନିଯୁକ୍ତି କରାଯାଉନାହିଁ। କିନ୍ତୁ ଗତ ସେପ୍ଟେମ୍ବରରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ନଥିଲେ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ସେ ଏବେ ତିହାର ଜେଲ୍‌ରେ ଅଛନ୍ତି। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାହାନ୍ତି। ଜେଲ୍‌ରୁ ଥାଇ ସେ ସରକାର ଚଲାଉଛନ୍ତି।

Bjp AAP