Advertisment

ହିନ୍ଦୁମାନଙ୍କ ବିରୋଧରେ ମିଛ ଅଭିଯୋଗ ଆଣିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି: ପ୍ରଧାନମନ୍ତ୍ରୀ

‘ହିନ୍ଦୁ ପରମ୍ପରାକୁ ନୀଚ୍ଚା ଦେଖାଇବା, ଅପମାନିତ ଓ ଉପହାସ କରିବା ସେମାନଙ୍କର ଏକ ଫ୍ୟାସନ ହୋଇଗଲାଣି। ଏ ଦେଶ କେବେ ସେମାନଙ୍କୁ କ୍ଷମା କରିବ ନାହିଁ।’

Narendra Modi

Narendra Modi

Advertisment

‘ହିନ୍ଦୁମାନଙ୍କ ବିରୋଧରେ ମିଛ ଅଭିଯୋଗ ଆଣିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। କିଛି ଲୋକ ଅଛନ୍ତି ଯେଉଁମାନେ ‘ହିନ୍ଦୁ ଆତଙ୍କବାଦୀ’ ଶବ୍ଦ ତିଆରି କରିବାକୁ ପ୍ରୟାସ କରୁଛନ୍ତି। ଆଉ ସେମାନଙ୍କ ସହଯୋଗୀମାନେ ହିନ୍ଦୁ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ସହିତ ତୁଳନା କରୁଛନ୍ତି। ହିନ୍ଦୁ ପରମ୍ପରାକୁ ନୀଚ୍ଚା ଦେଖାଇବା, ଅପମାନିତ ଓ ଉପହାସ କରିବା ସେମାନଙ୍କର ଏକ ଫ୍ୟାସନ ହୋଇଗଲାଣି। ଏ ଦେଶ କେବେ ସେମାନଙ୍କୁ କ୍ଷମା କରିବ ନାହିଁ।’ ଆଜି ଲୋକସଭାରେ ରଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଥିଲେ। ସେ ରାହୁଲ ଗାନ୍ଧି ଓ କଂଗ୍ରେସର ନାଁ ନନେଇ ଏଭଳି କହିଥିଲେ। 

Advertisment

ନାଁ ନନେଇ ରାହୁଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ହେଉଛି ତୁମର ସଂସ୍କୃତି। ଏହା ହେଉଛି ତୁମର ଚରିତ୍ର। ଏହା ହେଉଛି ତୁମର ଭାବନା। ଏହା ହେଉଛି ତୁମର ଘୃଣା। ଏହା ଏ ଦେଶର ହିନ୍ଦୁଙ୍କ ବିରୋଧରେ ତୁମର କାର୍ଯ୍ୟ। ଏହି ଦେଶ ଶତାବ୍ଦୀ ଶତାବ୍ଦୀ ଧରି ଏ କଥାକୁ ଭୁଲିବ ନାହିଁ। ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ତାଙ୍କ ଅଭିଭାଷଣ ରଖୁଥିବା ବେଳେ ବିରୋଧୀମାନେ ପ୍ରବଳ ବିରୋଧ କରିଥିଲେ । ସେମାନେ ମଣିପୁର... ମଣିପୁର... ନାରା ଦେଇଥିଲେ। 

ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଘେରିଥିଲେ। ସେ ଭଗବାନ ଶିବ, ନାନକ ଓ ଅନ୍ୟ ମହାପୁରଷମାନଙ୍କ ଫଟୋକୁ ହାତରେ ଧରି ନିଜକୁ ହିନ୍ଦୁ କହୁଥିବା ବ୍ୟକ୍ତି ଓ ସଂଗଠନ କେବଳ ହିଂସା, ଘୃଣା ଓ ଅସତ୍ୟ କହୁଛନ୍ତି ବୋଲି କହିଥିଲେ। ବିଜେପି ଓ ଆରଏସ୍‌ଏସକୁ ଟାର୍ଗେଟ କରି ସେ ଏ କଥା କହିଥିଲେ। ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପ୍ରଧାନମନ୍ତ୍ରୀ ଛିଡ଼ା ହୋଇ ସମସ୍ତ ହିନ୍ଦୁଙ୍କୁ ହିଂସ୍ର କହିବା ଏକ ଗମ୍ଭୀର ଅଭିଯୋଗ ବୋଲି କହିଥିଲେ। ଏହାର ଉତ୍ତରରେ ରାହୁଲ କହିଥିଲେ ଯେ ସେ କେବଳ ବିଜେପି-ଆରଏସଏସ ହିନ୍ଦୁ ନୁହନ୍ତି ବୋଲି କହିଥିଲେ। 

Advertisment
Narendra Modi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe