Advertisment

ରାଗ ହେଲା କାଳ; ପତ୍ନୀଙ୍କ ସମେତ ନିଜକୁ ଗୁଳି କରିଦେଲେ କନଷ୍ଟେବଳ

କ୍ଷଣିକ ରାଗରେ ଛାରଖାର ହୋଇଗଲା ପରିବାର। ଅକାଳରେ ଚାଲିଗଲା ଜଣେ କନଷ୍ଟେବଳ ଓ ତାଙ୍କ ପତ୍ନୀଙ୍କ ଜୀବନ ।

author-image
Niharika Rout
ଅଦ୍ୟତନ ହୋଇଛି
couple

couple

ଘରୋଇ ବିବାଦ ନେଲା ଉଗ୍ର ରୂପ । କ୍ଷଣିକ ରାଗରେ ଛାରଖାର ହୋଇଗଲା ପରିବାର। ଅକାଳରେ ଚାଲିଗଲା ଜଣେ କନଷ୍ଟେବଳ ଓ ତାଙ୍କ ପତ୍ନୀଙ୍କ ଜୀବନ । ନିଜ ପତ୍ନୀଙ୍କୁ ଗୁଳି କରିବା ପରେ କନଷ୍ଟେବଳଜଣକ ନିଜକୁ ଗୁଳି କରିଦେଲେ।  

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି। ମୃତକଦ୍ୱୟ ହେଲେ କନଷ୍ଟେବଳ ସର୍ବେଶ ରାୱତ ଓ ତାଙ୍କ ପତ୍ନୀ ଚନ୍ଦ୍ରିକା । ସର୍ବେଶ ୨୦୧୧ ମସିହାରୁ ଉତ୍ତରପ୍ରଦେଶର ପୁଲିସ୍‌ ବିଭାଗରେ ଚାକିରି କରିଛନ୍ତି। ସେ ଚନ୍ଦ୍ରିକାଙ୍କୁ ବିବାହ କରିଥିଲେ।

କିଛି ଦିନ ଉଭୟଙ୍କ ସମ୍ପର୍କ ଭଲରେ ଚାଲିବା ପରେ ଦେଖାଦେଲା ବିବାଦ । ଉଭୟଙ୍କ ସମ୍ପର୍କ ବିଗିଡ଼ିବାକୁ ଲାଗିଲା। ଏଥିରେ ଅତିଷ୍ଠ ହୋଇ ସର୍ବେଶ ଘଟାଇଛନ୍ତି ଚରମ କାଣ୍ଡ।

Advertisment

ଗତକାଲି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ସର୍ବେଶ ପ୍ରଥମେ ପାଖରେ ଥିବା ଏକ ବନ୍ଧୁକରୁ ପତ୍ନୀଙ୍କୁ ଗୁଳି କରିଥିଲେ। ଏହାପରେ ସେ ନିଜ ମୁଣ୍ଡକୁ ବି ଗୁଳି କରି ଦେଇଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଚନ୍ଦ୍ରିକାଙ୍କୁ ମୃତ ଘୋଷଣା କରିଥିବା ବେଳେ ସର୍ବେଶଙ୍କ ଅବସ୍ଥା ଗୁରୁତର ଥିଲା। ମାତ୍ର ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Suicide Uttar Pradesh Firing