Advertisment

କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା CISF କନଷ୍ଟେବଲ ନିଲମ୍ବିତ

ଗତକାଲି ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନାଙ୍କୁ CISF କନଷ୍ଟେବଲ କୁଲୱିନ୍ଦର କୌର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Kulwinder Kaur

Kulwinder Kaur

Advertisment

ମଣ୍ଡି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା CISF କନଷ୍ଟେବଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୁଲୱିନ୍ଦର କୌରଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ ହୋଇଛି।

Advertisment

ଗତକାଲି ଚଣ୍ଡିଗଡ଼ ବିମାନବନ୍ଦରରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା CISF କନଷ୍ଟେବଲ କୁଲୱିନ୍ଦର କୌର କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା। ମଣ୍ଡି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହେବା ପରେ କଙ୍ଗନା ଦିଲ୍ଲୀ ଅଭିମୁଖେ ଯିବା ସମୟରେ ଏହି ହଙ୍ଗାମା ହୋଇଥିଲା। 

କଙ୍ଗନା ଅଭିଯୋଗ କରିଛନ୍ତି ଯେ, ସୁରକ୍ଷା ଯାଞ୍ଚ ପରେ ସେ ବୋର୍ଡିଂ ପଏଣ୍ଟ ଆଡ଼କୁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା CISF ମହିଳା କନଷ୍ଟେବଲ କୁଲୱିନ୍ଦର ତାଙ୍କ ସହ ଯୁକ୍ତି କରିଥିଲେ। ଏହାପରେ ସେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।

Advertisment

ପରେ ମହିଳା ଜଣକ ମାରିବାର କାରଣ ବାବଦରେ କହୁଥିବା ଏକ ଭିଡିଓରେ ଶୁଣିବାକୁ ମିଳିଥିଲା। ସେ ଚାଷୀଙ୍କ ସମର୍ଥକ ବୋଲି କହିବା ସହ କଙ୍ଗନା ଚାଷୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ କରିଥିଲେ। ଏଥିସହ ଏହି ସମୟରେ ଚାଷୀ ଆନ୍ଦୋଳନରେ ତାଙ୍କ ମାଆ ମଧ୍ୟ ସାମିଲ ଥିବା କହିଥିଲେ। ତେବେ ସର୍ବସାଧାରଣରେ ଏପରି ବ୍ୟବହାର ପାଇଁ କୌରଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। 

Kangana Ranaut Kulwinder Kaur CISF Constable Kangana Ranaut Slapped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe